(20 April) ସୂର୍ଯ୍ୟ ପରାଗ 2023, ଦେଖନ୍ତୁ ହାଣ୍ଡିଛାଡର ସଠିକ ସମୟ, 8ଟି ରାଶି କୋଟିପତି 

ବନ୍ଧୁଗଣ ଚଳିତ ବର୍ଷ ଏପ୍ରିଲ 20 ତାରିଖ ଅର୍ଥାତ ରୁକ୍ମଣୀ ଅମାବାସ୍ୟାରେ ବର୍ଷ 2023 ର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ । କାରଣେ ହି ସମୟରେ ସୂର୍ଯ୍ୟ ଠାରୁ ବାହାରୁଥିବା ଆଲୋକ ସିଧା ସଳଖ ପୃଥିବୀ ପୃଷ୍ଠରେ ପଡିପାରେ ନାହି । ଏହି ସମୟରେ ନାକାରାତ୍ମକ ଶକ୍ତି ଜାଗୃତ ହୋଇଥାନ୍ତି ।

ଆଜି ଆମେ କହିବୁ ସୂର୍ଯ୍ୟପରାଗର ଗ୍ରାସ ସମୟ, ସମୟ ସୀମା, ପାକନିଷେଧର ସମୟ, ସୂର୍ଯ୍ୟପରାଗର ପ୍ରଭାବ, ଶୁଭ ଅଶୁଭ ରାଶି ଏବଂ ଗର୍ଭବତୀ ମହିଳା କଣ କରିବା ଦରକାର । ସୌର ମଣ୍ଡଳର ରହସ୍ୟ ହେଉଛି ବଡ ବିଚିତ୍ର । ଏଠାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବ୍ୟବତୀୟ 9ଟି ଗ୍ରହ ଅବସ୍ଥା କରନ୍ତି । ସେଥିମଧ୍ୟରୁ ପୃଥିବୀ ହେଉଛି ଅନ୍ୟତମ । ଏଠାରେ ଆମେ ବସବାସ କରୁଛୁ ।

ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଓ ସୂର୍ଯ୍ୟପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟକୁ ସୁତକ ସମୟ କୁହାଯାଏ । ରୁକ୍ମଣୀ ଅମବାସ୍ୟାରେ ପରାଗ ଲାଗିବାକୁ ଯାଉଛି । ସୂର୍ଯ୍ୟପରାଗ ଲାଗିବାର ସମୟ 20 ଏପ୍ରିଲ ସକାଳ 7:04 ରୁ ଦିନ 12:29 ମିନିଟରେ ସମାପ୍ତ ହେବ । ଏହି ପରାଗ ମହାକାଶରେ ପ୍ରାୟ 5 ଘଣ୍ଟା 25 ମିନିଟ ଯାଏଁ ଲାଗିବ ।

ଏହି ପରାଗ ଅଷ୍ଟ୍ରେଲିୟା, ଦକ୍ଷିଣ ଆଫ୍ରିକା, ଆଣ୍ଟଲାଟିକ ସମେତ ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୃଶ୍ୟମାନ ହେବ । ଏହି ପରାଗ ଭାରତ ସମେତ ଓଡିଶାରେ ଦୃଶ୍ୟମାନ ହେବ ନାହି । ଗର୍ଭବତୀ ମହିଳାମାନେ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କୁ ଦେଖିବା ଅନୁଚିତ । ପରାଗ କାରଣରୁ ଗ୍ରହ ଓ ନକ୍ଷତ୍ରରେ ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି ।

ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ କେତେକ ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି । ଏହି ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, ମୀନ ରାଶି । ମେଷ, କନ୍ୟା, ସିଂହ, ମକର ରାଶିରେ ପରାଗର ଅଶୁଭ ପ୍ରଭାବ ପଡିବାକୁ ଯାଉଛି ।  ଏହି ସମୟରେ ଖାଦ୍ଯ ତିଆରି କରିବା ବା ଖାଇବା ଉଚିତ ନୁହେଁ ।

ରନ୍ଧା ହୋଇଥିବା ଖାଦ୍ଯ ଖାଇଲେ ଶରୀରରେ କୁ-ପ୍ରଭାବ ପକାଇଥାଏ । ଅତି ଆବଶ୍ୟକ ପଡିଲେ ଖାଦ୍ଯରେ ତୁଳସୀ ପତ୍ର ପକାଇ ସେବନ କରିପାରିବେ । ଶୁଖିଲା ଖାଦ୍ୟ ବା ଫଳମୂଳ ଖାଇପାରିବେ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହି । ଏହି ସମୟରେ ଦେବୀ ଦେବତାଙ୍କ ପୂଜା ନିଷେଧ ଅଟେ । ଏହି ସମୟରେ ଆଳତି, ପୂଜା କରିବା ଅନୁଚିତ ।

ଏହି ସମୟରେ ଅର୍ଣ୍ଣ ଦାନ କରିବାର ଉତ୍ତମ ସମୟ ମାନାଯାଏ । ପରାଗ ଶେଷ ହେବା ପରେ ସ୍ନାନ କରିବା ଓ  ବସ୍ତ୍ର ଧୋଇ ଗଙ୍ଗାଜଳ ନିଜ ଘରେ ସିଞ୍ଚନ କରିବା ଉଚିତ । ଏହି ସମୟରେ କାହା ସହ କଥା ହୁଅନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *