ପୁଣି ବଢିଲା Petrol ଦର, 20 ଦିନ ଭିତରେ ଏତେ ଟଙ୍କା ବଢିଲାଣି… ଜାଣି ହୋସ ଉଡିଯିବ

ସବୁଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଧୀରେ ଧୀରେ କରି ବଢିବାରେ ଲାଗିଛି । ଯଦି ଭୁବନେଶ୍ଵର ବିଷୟରେ କହିବା ତେବେ ଆଜି ଏଠି ପେଟ୍ରୋଲ ୧୦୮.୧୯ ଟଙ୍କା ଥିବା ସମୟରେ ଡିଜେଲ ୧୦୪.୭୦ ଟଙ୍କା ଥିଲା । ୨୦ ଦିନ ଭିତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପାଖାପାଖି ୫ ଟଙ୍କା ବଢିଛି । ଯାହାକୁ ନେଇ ଜନତାମାନେ ଏକ ପ୍ରକାରର ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କ ପାଇଁ ଏହା ବହୁତ ବଡ ଚ୍ୟାଲେଞ୍ଜ କି ସେମାନେ ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ କେମିତି କମ କରିବେ ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବା କାରଣରୁ ଟ୍ରାନ୍ସପୋର୍ଟେସନର ମୂଲ୍ୟ ବି ବଢି ଯାଉଛି । ଯେଉଁ କାରଣରୁ ପନିପରିବା ଠାରୁ ଆରମ୍ଭ କରି ସବୁ ଜିନିଷର ବି ମୂଲ୍ୟ ବଢି ଯାଉଛି । ଏହା ସହିତ ବସ, ଅଟୋ ଓ ଟ୍ୟାକ୍ସି ଭଡା ବି ବଢୁଛି ।

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲଗାତାର ବୁଦ୍ଧି ହେଉଛି । ତେଲର ମୂଲ୍ୟ ବଢିବା କାରଣରୁ ଏହା ସବୁଦିନ ନୂଆ ନୂଆ ରେକର୍ଡ କରୁଛି । ଯେଉଁଠି ଗୋଟିଏ ପଟେ ଲୋକମାନେ ଜିନିଷ ଗୁଡିକର ଅତ୍ୟଧିକ ମୂଲ୍ୟ ବଢିବା କାରଣରୁ ବହୁତ ଅସୁବିଧା ହେଉଛି ଅନ୍ୟ ପଟେ ପେଟ୍ରୋଲର ମୂଲ୍ୟ ବଢିବା ତାଙ୍କର ଆହୁରି ଅଧିକ ଚିନ୍ତା ବଢାଇ ଦେଇଛି । ପେଟ୍ରୋଲ ଓ ଡିଜେଲ ଆଜି ପୁଣି ଥରେ ବଢିଛି ।

ଦେଶର ସବୁ ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଉଚ୍ଚରେ ପହଞ୍ଚି ଯାଇଛି । ଭୁବନେଶ୍ଵରର ଜଣେ ସାଧାରଣ ଲୋକଙ୍କୁ ଯେତେବେଳେ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ଏଥିପାଇଁ ସରକାରକୁ ଦୋଷ ଦେଇ କହିଲେ କି କଣ ଆମେ ପେଟ୍ରୋଲ ରେଟ ବୁଦ୍ଧି କରିବା ପାଇଁ ସରକାରଙ୍କୁ ଭୋଟ ଦେଇଥିଲୁ । ପ୍ରଧାନମନ୍ତ୍ରୀ ଦେଶ ବିଦେଶ ବୁଲି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି କିନ୍ତୁ ସେ ଦେଶକୁ ଟଙ୍କା ଆସିବାର କିଛି ବି ରାସ୍ତା କରୁ ନାହାନ୍ତି ।

ସରକାର ଚଳାଇବାର ସକ୍ଷମ ସେମାନଙ୍କ ମଧ୍ୟରେ ନାହିଁ । ଲୋକମାନଙ୍କ ତଣ୍ଟି ଚିପି ସେମାନେ ଟଙ୍କା ନେଉଛନ୍ତି । ନିର୍ବାଚନ ପୂର୍ବରୁ କହୁଥିଲେ କି ଆମେ ସୁଇଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆଣିବା । କିନ୍ତୁ ୧୦ ବର୍ଷ ହେବ ଗୋଟିଏ ଟଙ୍କା ବି ଦେଶକୁ ଆସି ନାହିଁ । ପେଟ୍ରୋଲ ଓ ଡିଜେଲ ରେଟ ବୁଦ୍ଧି କାରଣରୁ ସାଧାରଣ ଜନତା ବହୁତ ଅସନ୍ତୋଷରେ ଅଛନ୍ତି ।

Leave a Reply

Your email address will not be published. Required fields are marked *