ପିତୃ ପକ୍ଷ ପୂର୍ଣ୍ଣିମା 2021: 20 ଓ 21 ତାରିଖ ଧନ ପ୍ରାପ୍ତି ପାଇଁ କରନ୍ତୁ ଏଇ ଉପାୟ, ବୁଲରେ ବି କରନ୍ତୁ ନହିଁ ଏହି 1 କାମ

ପଞ୍ଚାଗ ଅନୁସାରେ ଭାଦ୍ରପାଦ ମାସର ଶୁକ୍ଳକ ପକ୍ଷରେ ଆସନ୍ତା ପୁର୍ଣିମାକୁ ଭାଦ୍ରପଦ ପୁର୍ଣିମା କୁହାଯାଏ । ଶାସ୍ତ୍ରରେ ପୁର୍ଣିମା ତିଥିର ବହୁତ ମହତ୍ଵ ଅଛି ବୋଲି କୁହାଯାଇଛି । ଏହି ଦିନରେ ଭଗବାନ ବିଷ୍ଣୁଙ୍କୁ ସତ୍ୟନାରାୟଣ ରୂପରେ ପୂଜା ଅର୍ଚନା କରିବାର ବିଶେଷ ବିଧାନ ଅଛି । ଆଜି ଆମେ ଆପଣଙ୍କୁ ୨୦୨୧ ଭାଦ୍ରପଦ ପୁର୍ଣିମା ବ୍ରତ ରଖିବାର ସଠିକ ଉପାୟ, ପୂଜାର ଶୁଭ ସମୟ, ପୂଜା ବିଧି ବିଷୟରେ କହିବୁ ।

କହିଦେଉଛୁ କି ଏହି ବର୍ଷ ଭାଦ୍ରପଦ ପୁର୍ଣିମା ୨୦ ସେପ୍ଟେମ୍ବର ସୋମବାରରେ ପଡୁଛି । ପୁର୍ଣିମାର ତିଥି ୨୦ ସେପ୍ଟେମ୍ବର ପ୍ରାତଃ କାଳ ୫.୨୮ ମିନିଟରେ ଆରମ୍ଭ ହୋଇ ୨୧ ସେପ୍ଟେମ୍ବର ସକାଳ ୫.୨୪ ମିନିଟରେ ସମାପ୍ତ ହେବ ।

ଧାର୍ମିକ ମାନ୍ୟତା ଅନୁସାରେ ପୂର୍ବ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଭାଦ୍ରପଦ ଶୁକ୍ଲପକ୍ଷ ପୁର୍ଣିମାରୁ ଅଶ୍ଵିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରାଦ୍ଧ କର୍ମ କରାଯାଏ । ପୁର୍ଣିମା ଦିନ ସକାଳୁ ଉଠି ସ୍ନାନ କରି ବ୍ରତର ସଂକଲ୍ପ କରନ୍ତୁ । ଏହା ପରେ ଭଗବାନ ସତ୍ୟନାରାୟଣଙ୍କ ପ୍ରତିମା ପୂଜା ସ୍ଥଳରେ ସ୍ଥାପନା କରନ୍ତୁ ଓ ବିଧିବଦ୍ଧ ତାଙ୍କର ପୂଜା କରନ୍ତୁ । ଫଳ ଓ ଫୁଲ ଅର୍ପଣ କରନ୍ତୁ । ପୂଜା ପରେ ଭଗବାନ ସତ୍ୟନାରାୟଣଙ୍କ କଥା ଶୁଣନ୍ତୁ । ଏହା ପରେ ପଞ୍ଚାମୃତ ଓ ପ୍ରସାଦ ସମସ୍ତଙ୍କୁ ବିତରଣ କରନ୍ତୁ ।

ବ୍ରତ ସମ୍ପନ୍ନ କରିବା ପରେ କୌଣସି ଗରିବ ବ୍ୟକ୍ତି କିମ୍ବା ବ୍ରାହ୍ମଣମାନଙ୍କୁ କିଛି ଦାନ ଦିଅନ୍ତୁ । ଏହା ଦ୍ଵାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଏହି ଦିନରେ ବିଶେଷ କରି ଗାଈ, କୁକୁର ଓ କାଉକୁ ଭୋଜନ କରାନ୍ତୁ । ପିତୃ ପକ୍ଷ ଭାଦ୍ରପଦ ପୁର୍ଣିମା ଠାରୁ ଆରମ୍ଭ ହୋଇ ଅଶ୍ଵିନ ଆମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ଏହି ୧୬ ଦିନ ମଧ୍ୟରେ କିଛି ନିୟମ ପାଳନ କରିବା ଉଚିତ । ଶାସ୍ତ୍ର ନୁସାରେ ଏମିତି ମାନ୍ୟତା ଅଛି କି ପିତୃ ପକ୍ଷ ସମୟରେ ଶ୍ରାଦ୍ଧ କରିଥିବା ବ୍ୟକ୍ତିକୁ ନିଜର ଚୁଟି ଓ ନଖ ଇତ୍ୟାଦି କାଟିବା ଉଚିତ ନୁହେଁ ।

ପିତୃ ପକ୍ଷରେ ସ୍ଵର୍ଣ ଆଭୁଷଣ, ନୂଆ ଘର କିମ୍ବା ନୂଆ ବସ୍ତ୍ରର କିଣିବା ଉଚିତ ନୁହେଁ । ପିତୃ ପକ୍ଷ ସମୟରେ ଘରକୁ ଆସିଥିବା ଅତିଥି କିମ୍ବା କୌଣସି ବ୍ୟକ୍ତିକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ପିତୃ ପକ୍ଷରେ କୌଣସି ଜୀବକୁ ଅନାଦାର କିମ୍ବା ତାଙ୍କ ସହ ଲାଗିବା ଉଚିତ ନୁହେଁ । ଶ୍ରାଦ୍ଧ ସମୟରେ ବ୍ରାହ୍ମଣମାନଙ୍କୁ ଭୋଜନ କିମ୍ବା ଦାନ ଦକ୍ଷିଣା ଦେବା ଉଚିତ । ଶ୍ରାଦ୍ଧ ସମୟରେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ସ୍ଵାତିକ ଭୋଜନ ଗ୍ରହଣ କରିବା ଉଚିତ । ପିଆଜ, ରସୁଣ ଓ ମାଂସ ଇତ୍ୟାଦି ଖାଦ୍ୟକୁ ମନା କରିବା ଉଚିତ । ଏହି ସବୁ ନିୟମ ପାଳନ କରିବା ଦ୍ଵାରା ପିତୃ ପକ୍ଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ ।

Leave a Reply

Your email address will not be published. Required fields are marked *