2022 ଏହି ବର୍ଷ ଲାଗିବ 4ଟି ଗ୍ରହଣ, 2ଟି ଭୟଙ୍କର ଓ 2ଟି ଆଂଶିକ… ଓଡିଶାରେ ପାଳନ ହେବ ? ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚଳିତ ବର୍ଷ ୨୦୨୨ରେ କେତୋଟି ଚନ୍ଦ୍ରଗ୍ରହଣ ଓ ସୁର୍ଜ୍ୟପରାଗ ଲାଗିବାକୁ ଯାଉଛି ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ଏହା ସହ ଚୁତକ ଲାଗିବ କି ନାହି ଏହାର ପ୍ରଭାବ ଓଡିଶାରେ ରହିବ କି ନାହି ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପେ ଜାଣିବା । ଚଳିତ ବର୍ଷ ସଂଯୋଗ ଯୋଗୁ ସମୁଦାୟ ୨ଟି ଆଂଶିକ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଲାଗିବ । ସୂର୍ଯ୍ୟପରାଗ ଆଂଶିକ ଭାବେ ଓ ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଭାବେ ରହିବ ।

ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଚଳିତ ବର୍ଷ ଲାଗିବ ନାହି । ତେବେ ପ୍ରତହମ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି ୩୦ ଏପ୍ରିଲ ୨୦୨୨ ମସିହା ଶନିବାର ଦିନ । ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଦେବ ନାହି । କିନ୍ତୁ ଏହି ଗ୍ରହଣ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର । ଆଣ୍ଟାଲାଟିକ ଦକ୍ଷିଣ ଭାଗରେ ଦେଖାଦେବ ।

ଭାରତ ସମୟ ଅନୁସାରେ ଏହା ୧୨ଟା ୧୫ ମିନିଟରେ ଆରମ୍ଭ ହୋଇ ସକାଳ ୪ଟା ୭ମିନିଟରେ ଶେଷ ହେବ । ଏହି ପରାଗ ୪ଘଣ୍ଟା କାଳ ରହିବ । ତେବେ ଦିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି ୨୫ ଅକ୍ଟୋବର ମଙ୍ଗଳବାର ଦିନ । ଏହି ଗ୍ରହଣ ଦୀପାବଳି ପର ଦିନ ଲାଗିବାକୁ ଯାଉଛି ଓ ଭାରତରେ ଦେଖାଦେବ ।

ଏହି ଗ୍ରହଣ ଉତ୍ତର-ଦକ୍ଷିଣ ଆମେରିକା, ଏସିୟା, ୟୁରୋପ, ଆଣ୍ଟାଲାଟିକ ମହାସାଗରରେ ଦେଖାଦେବ । ସମୟ ଅନୁସାରେ ଏହା ଭାରତ ଓ ଓଡିଶାରେ ମାନ୍ୟ ହେବା ସହ ଦେଖାଦେବ । ଏହା ଆଂଶିକ ସୂର୍ଯ୍ୟଗ୍ରହଣ ହେବ । ଏହି ଗ୍ରହଣ ଲାଗିବାର ସମୟ ହେଉଛି ଦିନ ୨ଟା ୨୮ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୨ମିନିଟରେ ଶେଷ ହେବ । ଏହି ଗ୍ରହଣ ଯୋଗୁ ଦେବନିତି ଓ ପାକନୀତି ନିଷେଧ ରହିବ ।

ପାକ ନିଷେଧର ସମୟ ହେଉଛି ଗ୍ରହଣ ଲାଗିବାର ପୂର୍ବ ଦିନ ଅର୍ଥାତ ୨୪ ଅକ୍ଟୋବର ରାତି ୨ଟା ୨୮ମିନିଟ ରେ । ସୂର୍ଯ୍ୟପରାଗ ଶେଷ ହେବା ପରେ ଅକ୍ଟୋବର ୨୫ ସନ୍ଧ୍ୟା ୬ଟା ୩୩ମିନିଟ ଯାଏଁ ଏହା ନିଷେଧ ରହିବ । ତେବେ ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି ୧୬ ମେ ୨୦୨୨ ମସିହା ସୋମବାର ଦିନ । ଏହି ଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏହା ଭାରତ ଓ ଓଡିଶାରେ ଦେଖାଯିବ ନାହି ।

ଏହା ଦୃଶ୍ୟ ଚନ୍ଦ୍ରଗ୍ରହଣ ହେବ । ତେଣୁ ସୋତକ କାଳ ମଧ୍ୟ ମାନ୍ୟ ହେବ ନାହି । ଗ୍ରହଣ ଲାଗିବାର ସମୟ ହେଉଛି ୭ଟା ୫୭ ମିନିଟରେ ଆରମ୍ଭ ହୋଇ ୧୧ଟା ୨୫ ମିନିଟରେ ଶେଷ ହେବ । ଏହି ଗ୍ରହଣ ପ୍ରାୟ ୩ଘଣ୍ଟା ୩୦ ମିନିଟ ରହିବ । ଏହି ଗ୍ରହଣ ପଶ୍ଚିମ ୟୁରୋପ, ଦକ୍ଷିଣ ଆମେରିକା, ଆଣ୍ଟାଲାଟିକରେ ଦେଖାଯିବ ।

ଏହି ବରତ୍ସାର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ନଭେମ୍ବର ୮ ମଙ୍ଗଳବାର ଦିନ । ଏହି ଗ୍ରହଣ ବହୁତ ଭୟଙ୍କର ହେବା ସହ ଭାରତ ଓ ଓଡିଶାରେ ଦୃଶ୍ୟମାନ ହେବ । ଦେବନିତି ଓ ପାକନୀତି ନିଷେଧ ରହିବ । ଏହି ଗ୍ରହଣ ଭାରତରେ ଦିନ ୨ଟା ୩୮ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୯ମିନିଟରେ ଶେଷ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *