ନମସ୍କାର ବନ୍ଧୁଗଣ । ଦେଶ ରାଜନୀତି ରେ ପୁରୁଣା ପେନସନ ଯୋଜନା ଏବେ ଏକ ପ୍ରମୁଖ ମୁଦ୍ରା ପାଲଟିଛି । କେନ୍ଦ୍ର ସରକାର ଓ ବିଜେପି ଶାସିତ ରାଜ୍ୟ ମାନେ ଏହାକୁ ଅଣଦେଖା କରୁଛନ୍ତି । ହେଲେ କିଛି ଅଣ ବିଜେପି ଶାସିତ ସରକାର ଏହାକୁ ନିର୍ବାଚନ ମୁର୍ଦା କରି ଲାଭବାନ ହେଉଛନ୍ତି । ଛତିଶଗଡ, ପଞ୍ଜାବ, ରାଜସ୍ଥାନ ସରକାର ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିଛନ୍ତି ।
ଏହାକୁ ନଜରରେ ରଖିକି କେନ୍ଦ୍ର ସରକାର ଏବେ କିଛି ଏଭଳି କରିବାକୁ ଯାଉଛନ୍ତି ଯାହା କେନ୍ଦ୍ରୀୟ କର୍ମଚାରୀ ଙ୍କ ପାଇଁ ଖୁସି ଖବର ରହିଛି । କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ଜାରି କରିଛି ଏହି ଆଦେଶ । 2004ରେ ନିଯୁକ୍ତି ପାଇଥିଲେ ବି ରହିଛି ପୁରୁଣା ପେନସର ବିକଳ୍ପ । 2003 ପୂର୍ବରୁ ଅଧିସୂଚିତ ଓ ବିଜ୍ଞାପିତ ପଦରେ ନିଯୁକ୍ତି ହୋଇଥିଲେ ମିଳିବ ସୁଯୋଗ ।
ଅଗଷ୍ଟ 31 ତାରିଖ ସୁଧା ବିକଳ୍ପ ଚୟନ ନ କରିଲେ ଲାଗୁ ହେବ ଏନପିଏସ । 1972 କେନ୍ଦ୍ରିୟ ସିଭିଲ ସେନା ପେନସନ ନିୟମ ଆଧାରରେ ସରକାରଙ୍କ ବିଜ୍ଞପ୍ତି । ଏହା ସହ ସମ୍ବଧିତ ସରକାରୀ କର୍ମଚାରୀ 2023 ଅଗଷ୍ଟ 31 ତାରିଖ ରେ ଏହି ବିକଳ୍ପ କୁ ଉପଯୋଗ କରି ପାରିବେ । ଏହା ସହ ସରକାରଙ୍କ ତରଫରୁ କୁହା ଯାଇଛି କି ସରକାରୀ କର୍ମଚାରୀ ମାନେ ନିର୍ଧାରିତ ତାରିଖ ସୁଧା ପୁରୁଣା ପେନସନ ଯୋଜନା ଚୟନ ନ କରିବେ ତେବେ ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଯୋଜନା କ୍ରମରେ ପେନସନ କଭର ଦିଆଯିବ ।
ଏହା ସହ ଯେଉଁ କର୍ମଚାରୀ ଏହି 2 ଟି ଯୋଜନାରୁ ଗୋଟିଏ ପେନସନ ଯୋଜନା ଚୟନ କରିବେ ତାହା ହିଁ ଅନ୍ତିମ ବିକଳ୍ପ ବୋଲି ଚୟନ କରାଯିବ । ଅର୍ଥାତ ଏହା ଉପରେ ଦ୍ଵିତୀୟ ଥର କୌଣସି ପରିବର୍ତ୍ତନ କରିବାର ସୁଯୋଗ ଦିଆଯିବ ନାହି । ସେପଟେ ନ୍ୟାସନାଲ ମୁମେଣ୍ଟ ହୋଲ ମେସନ ତରଫରୁ ସରକାରଙ୍କ ଏଭଳି ପଦକ୍ଷେପ କୁ ସ୍ଵାଗତ କରା ଯାଇଛି ।
ହେଲେ ସଂଘଠନ ତରଫରୁ ସରକାରଙ୍କୁ ପୁଣି ଥରେ ସବୁ କର୍ମଚାରୀ ଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରା ଯାଇଛି । ସରକାର 2004 ପୂର୍ବରୁ ନିଯୁକ୍ତି ପାଇଥିବା ସବୁ କର୍ମଚାରୀ ଙ୍କୁ ପୁରୁଣା ପେନସନ ଯୋଜନା କ୍ରମରେ ପେନସନ ଦେଇଛନ୍ତି । ଏହା ସେମାନଙ୍କ ଅବସର ସମୟରେ ଦରମା ଉପରେ ନିର୍ଭର କରୁଛି ।
ଏହି ଯୋଜନାରେ କର୍ମଚାରୀ ଙ୍କ ମୃତ୍ୟୁ ପରେ ବି ତାଙ୍କ ସ୍ତ୍ରୀ ବା ସ୍ଵାମୀ ଙ୍କୁ ପେନସନ ଦେବାର ପ୍ରାବଧାନ ରହିଛି । ସେପଟେ ସରକାର 2004 ଏପ୍ରିଲ ପହିଲାରେ ପୁରୁଣା ପେନସନ ଯୋଜନାକୁ ବନ୍ଦ କରି ଦେଇଥିଲେ । ଏହା ପରେ ସରକାର ରାଷ୍ଟ୍ରୀୟ ପେନସନ ଯୋଜନା ଲାଗୁ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।