୨୩ ବର୍ଷ ପରେ ଖୋଲିଲା ସବୁ ରହସ୍ୟ, କାହିଁକି ସିଦ୍ଧାର୍ଥ ରଚାନା ହୋଇଥିଲେ ଅଲଗା

ଆଜି ଆମେ ଯାହା କଥା ଜାଣିବା ତାଙ୍କୁ ଓଡିଆ ସିନେମା ଜଗତର ଆଧାର କହିଲେ ଭୁଲ ହେବ ନହିଁ । ତାଙ୍କର ନିଛକ ମଣିଷ ପଣିଆ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ବଡ ପରଦାରେ ଦେଖିବାକୁ ଲୋକ ପାଗଳ ହୁଅନ୍ତି । ଏହି ଲେଖାରେ ଆମେ ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ କିଛି ଅଜଣା କଥା ଜାଣିବା । ସିଦ୍ଧାନ୍ତ ମହାପାତ୍ର ୧୯୬୬ ମସିହା ମେ ୪ ତାରିଖରେ ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କର ଜନ୍ମ ସ୍ଥାନ ହେଉଛି ବ୍ରହ୍ମପୁର ।

ତାଙ୍କ ବାପାଙ୍କ ନାମ ଡାକ୍ତର ମନମୋହନ ମହାପାତ୍ର ଓ ମାତାଙ୍କ ନାମ କନକ ଲତା ମହାପାତ୍ର । ବାପା ମା ଦୁଇଜଣଙ୍କ ଯାକ ତାଙ୍କର ଡାକ୍ତର । ସେ ତାଙ୍କର ସ୍କୁଲ ସେଣ୍ଟ ଭିଂସେଣ୍ଟ କନଭେନ୍ଟ ସ୍କୁଲରେ ସେ ତାଙ୍କ ପଢା ଶେଷ କରିଥିଲେ । କେନ୍ଦୁଝର ଡିଡି କଲେଜରୁ ସେ ତାଙ୍କ +୨ ଓ କମର୍ସରେ ଗ୍ରାଜୁଏସନ ସମାପ୍ତ କରିଥିଲେ । ଏହା ପରେ ସେ ତାଙ୍କର ମାସ୍ଟର ଡିଗ୍ରୀ ମ୍ୟାନେଜମେଣ୍ଟ ଆଉ ମାର୍କେଟିଙ୍ଗ ରେ କରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଓଡିଆ ଚଳଚିତ୍ରର ନାମ ଥିଲା ଶ୍ରଦ୍ଧାଞ୍ଜଳି । ଯାହାକି ସେ ୧୯୯୩ ମସିହାରେ କରିଥିଲେ ସେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।


ଗୋଟାଏ ପରେ ଗୋଟାଏ ହିଟ ଚଳଚିତ୍ର ସେ ତାଙ୍କ ଦର୍ଶକ ମାନଙ୍କୁ ଭେଟି ଦେଇଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସେ ଗୋଟେ ନୂଆ ସ୍ତରକୁ ନେଇଯାଇଥିଲେ । ତା ପରେ ସେ ଓଲିଉଡର ବାଦଶା ବନିଥିଲେ ମେଗା ଷ୍ଟାର ଓ ସୁପର ଷ୍ଟାର ମଧ୍ୟ । ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ରଚନା ବାନାର୍ଜୀଙ୍କ ଯୋଡି ସେତେବେଳେ ସମୟରେ ବ୍ଲକ ବଷ୍ଟର ଥିଲା । ତାଙ୍କ ଯୋଡିକୁ ଦେଖିବାକୁ ଲୋକ ପାଗଳ ହେଉଥିଲେ । ମଧ୍ୟ ତାଙ୍କ ଯୋଡିକୁ ଟକର ଦେଲା ଭଳି ଆଉ କେହି ନାହାନ୍ତି । ଅନେକ ସୁପର ହିଟ ଫିଲରେ ଅଭିନୟ କରିଛନ୍ତି ଏକାଠି । ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା ଦୁଇଜଣଙ୍କୁ ନେଇକି ।

କିନ୍ତୁ ସେସବୁଙ୍କୁ ଖାତିର ନକରି ଗୋଟେ ପରେ ଗୋଟେ ମାଇଲ ଷ୍ଟୋନ ଆଗାଇ ଥିଲେ ସିଦ୍ଧାନ୍ତ ମହାପାତ୍ର । କିନ୍ତୁ ତାଙ୍କ ପରିବାର ପାଇଁ ସେ ରଚନାଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ । ଏହା ଅପଚାର କାରଣ ଏବେ ବି ସେ କାହାକୁ କହି ନାହାନ୍ତି । ତେବେ ସାତଟି ଓଡିଶା ସ୍ଟେଟ ଆୱାର୍ଡ ଜିତିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଅଭିନେତ୍ରୀ ମାମା ମିଶ୍ରଙ୍କୁ ସେ ବିବାହ କରିଛନ୍ତି । ତାଙ୍କ ଦୁଇଟି ପିଲା ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ତାଙ୍କର ଝିଅ ନାମ ସାଇସୃତି ଓ ପୁଅ ନାମ ସାଇ ସମର୍ଥ । ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇ ଏମପି ଭାବରେ ସେଲେକ୍ଟ ୧୫ ତମ ନିର୍ବାଚନରେ  ହୋଇଥିଲେ ।

୨୦୦୯ ରୁ ୧୦୧୯ ପର୍ଯ୍ୟନ୍ତ ଗୋଟିଏ ଲମ୍ବା ଇନିଂସ ଖେଳିଛନ୍ତି ସେ ପଲିଟିକ୍ସରେ । ନିଜର ନିର୍ବାଚନ ମଣ୍ଡଳୀ ପାଇଁ ବହୁତ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି । ବର୍ତମାନ ମଧ୍ୟ ସେ ନିଜକୁ ଫିଲ୍ମରେ ନିଜକୁ ସକ୍ରିୟ ରଖିଛନ୍ତି । ଆଉ ରାଜନୀତିରୁ ଟିକେ ଦୂରେଇକି ଅଛନ୍ତି । ବର୍ତମାନ ସେ ପ୍ରତି ଫିଲ୍ମ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ନେଉଛନ୍ତି । ରାଜଧାନୀ ଭୁବନେଶ୍ବରରେ ସେ ତାଙ୍କ ପରିବାର ସହ ରହିଛନ୍ତି ।

Leave a Reply

Your email address will not be published. Required fields are marked *