24 ଡିସେମ୍ବର 2018 ସୋମବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ :

ଆଜି ଆପଣଙ୍କ ଅହଂକାର କାରଣରୁ ଯୁକ୍ତି ହେବାର ଆଶଂକା ଅଛି । ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ ବ୍ୟତୀତ ହେବ । ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ରହିବ । କୁଟୁମ୍ବମାନଙ୍କ ଏବଂ ମିତ୍ରମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ଆକସ୍ମିକ ଧନ ଖର୍ଚ୍ଚ ହେବ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, କାହା ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ । ମଧ୍ୟାହ୍ନ ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟୀ ଦିନ ଅଟେ

ବୃଷ :

ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ସହିତ କରନ୍ତୁ ସଫଳତା ପ୍ରାପ୍ତ କରିବେ । ପୈତୃକ ସଂପତ୍ତିରେ ଲାଭ ହେବ । ସରକାରରେ ଅଥବା ତାଙ୍କ ସହିତ ଆର୍ଥିକ ବ୍ୟବହାରରେ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାରେ ଭଲ ପ୍ରଦର୍ଶନ କରି ପାରିବେ । କଳା କ୍ଷେତ୍ରରେ ପ୍ରତିଭା ଦର୍ଶାଇବାର ମୌକା ମିଳିବ ।

ମିଥୁନ :

ସ୍ଵଭାବରେ ଉଗ୍ରତା ଏବଂ ଜିଦ୍ଦୀପଣ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଧିକ ପରିଶ୍ରମ କରିବା ପରେ ଶେଷରେ କମ ସଫଳତା ମିଳିବାରୁ ନିରାଶା ହୋଇପାରେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ । ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆନନ୍ଦପ୍ରଦ ଏବଂ ଲାଭପ୍ରଦ ସମାଚାର ଆପଣଙ୍କୁ ମିଳିବ । ମିତ୍ରମାନଙ୍କଠାରୁ ମଧ୍ୟ ଶୁଭ ସମାଚାର ମିଳିବ ।

କର୍କଟ :
ନକାରାତ୍ମକ ଭାବନା ମନରେ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପାରିବାରିକ ସଦସ୍ୟମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ । କାମ ସମ୍ବନ୍ଧରେ ସନ୍ତୋଷର ଭାବନା ଜାଗ୍ରତ ହେବ । ଧନ ଖର୍ଚ୍ଚ ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ ବିଦ୍ୟାଭ୍ୟାସରେ ନିର୍ଦ୍ଧାରିତ ସଫଳତା କମ ମିଳିବ ।

ସିଂହ :

ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ । ଚାକିରିକରୁଥିବା ଲୋକମାନଙ୍କୁ ପଦାଧିକାରିମାନଙ୍କ ତଥା ସରକାରଙ୍କର ତରଫରୁ ଭଲ ଫଳ ମିଳିବ । ପଡ଼ୋଶୀ ଏବଂ ଭାଇ-ଭଉଣୀମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଭାଗ୍ୟ ସମ୍ପୂର୍ଣ୍ଣ ସାଥି ଦେବ । ଲଘୁ ଯାତ୍ରାର ସମ୍ଭାବନା ଅଛି ।

କନ୍ୟା :

ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । ସକାଳେ ଆପଣ ଆନନ୍ଦ ଏବଂ ମନୋରଞ୍ଜନରେ ଡୁବି ରହିବେ । ପାରିବାରିକ ବାତାବରଣ ମଧ୍ୟ ଆନନ୍ଦପ୍ରଦ ରହିବ । ଶାରୀରିକ ଏବଂ ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ । ମନରେ ନକାରାତ୍ମକ ବିଚାରକୁ ନ ଆସିବାକୁ ଦିଅନ୍ତୁ । ଏହା ମନ ବ୍ୟଥିତ କରିପାରେ ।

ତୁଳା :

ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ । ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷ ଅନୁଭବ ହେବ । ସ୍ଵାସ୍ଥ୍ୟ ଭଲ ରହିବ । ସମାଜରେ ମାନ-ସମ୍ମାନ ମିଳିବ । ଉଚ୍ଚ ପଦାଧିକାରିମାନଙ୍କ ଏବଂ ବୃଦ୍ଧମାନଙ୍କର କୃପା ଦୃଷ୍ଟି ରହିବ । ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତିରେ ଆନନ୍ଦ ଅନୁଭବ ହେବ ।

ବିଚ୍ଛା :

ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ହେବ । ବ୍ୟବସାୟରେ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ । ସନ୍ତାନମାନଙ୍କ ସହିତ ମତଭେଦ ହୋଇପାରେ । ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ । ପ୍ରମୋସନର ସମ୍ଭାବନା ଅଛି । ମାନ-ସମ୍ମାନର ପ୍ରସଂଗ ଉପସ୍ଥିତ ହେବ ।

ଧନୁ :

ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ । ଆୟ ବୃଦ୍ଧିର ଯୋଗ ଅଛି । ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ । ପ୍ରମୋସନ ମିଳିବାର ସମ୍ଭାବନା ଅଛି । ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ । ଆନନ୍ଦଦାୟକ ପର୍ଯ୍ୟଟନ ହେବ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ ।

ମକର :

ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ ଏବଂ ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ । ଅଚାନକ ଧନ ଖର୍ଚ୍ଚ ହେବ । ଚିକିତ୍ସା ପଛରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ବ୍ୟାପାରରେ ଭାଗୀଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ । କ୍ରୋଧାବେଶ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶାସନିକ ବୁଦ୍ଧି ଦେଖାଯିବ ।

କୁମ୍ଭ :

ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ଆଜି ସରକାରୀ ଲାଭ ହେବାର ସମ୍ଭାବନା ଅଛି । ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ମଧ୍ୟାହ୍ନ ପରେ ମନ ଅସ୍ଥିର ହୋଇପାରେ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି ।

ମୀନ :

କଥାବାର୍ତ୍ତା କରିବା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ । ମାନ-ସମ୍ମାନରେ ବୃଦ୍ଧି ହେବ । ଆର୍ଥିକ ଲାଭ ହେବ । ମଧ୍ୟାହ୍ନ ପରେ ଆପଣ ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସମୟ କଟାଇବେ । ବାହନସୁଖ ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ ।

Leave a Reply

Your email address will not be published. Required fields are marked *