24-9-2018: ଆଜି ଦିନଟି କିପରି କଟିବ? ଦୈନିକ ରାଶିଫଳ (ସୋମବାର)

ଆପଣଙ୍କ ଭାଗ୍ୟରେ କଣ ରହିଛି ତାହା ଜଣାପଡିବ ରାଶିର ଫଳରୁ । କେମିତି କଟିବ ଆପଣଙ୍କ ଦିନ । ସାରା ଦିନରେ କଣ ଭଲ ହେବ ଓ କଣ ଖରାପ । କଣ ରହିଛି ଆପଣଙ୍କ ଭାଗ୍ୟରେ । ରାଶିଫଳର କଣ ପ୍ରଭାବ ରହିଛି ଆଜି ଆପଣଙ୍କ ଜୀବନରେ । ଦିନଚର୍ଯ୍ୟା କିପରି ରହିବ । ଜାଣନ୍ତୁ, ଆଜିର ରାଶିଫଳରୁ ଆପଣଙ୍କ ଭାଗ୍ୟର ଫଳ ।

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଅଫିସରେ ଆପଣଙ୍କର ସମ୍ମାନ ବଢିବ । ବିଦେଶ ଯାତ୍ରାର ସୁଯୋଗ ମିଳିପାରେ । ଛାତ୍ରଛାତ୍ରୀଙ୍କର ଲେଖାପଢାରେ ମନ ଅଧିକ ଲାଗି ରହିବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଅନେକ ନୂଆ ଖୁସି ଖବର ଆଣିବ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ । ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ପରିଶ୍ରମର ଯଥେଷ୍ଟ ଫଳ ଆପଣଙ୍କୁ ମିଳିବ ।

ମିଥୁନ : ଆଜି ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ । କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ । ଅଚାନକ ଆର୍ଥିକ ଲାଭର ସୁଯୋଗ ମିଳିବ । ସନ୍ତାନସନ୍ତତିଙ୍କ ସହ ଭ୍ରମଣରେ ଯାଇପାରନ୍ତି ।

କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । କ୍ୟାରିଅର ଗଢିବା ଲାଗି ଭଲ ପ୍ରସ୍ତାବ ମିଳିପାରେ । ବ୍ୟବସାୟୀଙ୍କର ଉନ୍ନତି ହେବ । କର୍ମକ୍ଷେତ୍ରରେ କାମ ସମୟ ପୂର୍ବରୁ ପୂରଣ ହେବ । ପ୍ରେମୀଯୁଗଳଙ୍କ ପାଇଁ ଆଜି ଅନେକ ଶୁଭ ଖବର ରହିଛି । ଆର୍ଥିକ ଲାଭର ସମ୍ଭାବନା ରହିଛି । ପାରିବାରିକ ବାତାବରଣ ଅତ୍ୟନ୍ତ ଶାନ୍ତିମୟ ରହିବ ।

ସିଂହ: ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ସନ୍ଧ୍ୟାରେ ଅର୍ଥପ୍ରାପ୍ତି ହୋଇପାରେ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। କୌଣସି ମହିଳାଙ୍କ ସହଯୋଗରେ ସମସ୍ୟାର ସମାଧାନ ହୋଇଯିବ।

ତୁଳା: ଲାଗି ରହିଥିବା ବିବାଦର ସମାଧାନ ହେବାର ଆଶା ରହିଛି। ଆର୍ଥିକ ସମସ୍ୟା ଦୂର ହେବ।

ବିଚ୍ଛା: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ଦୂରଯାତ୍ରା କରିପାରନ୍ତି।

ଧନୁ: ଅନାବଶ୍ୟକ କାରଣକୁ ନେଇ ଚିନ୍ତାରେ ରୁହନ୍ତୁ ନାହିଁ। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ଆଜିର ଦିନଟି ଶୁଭ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି। ଆର୍ଥିକ ନେଣଦେଣ ବେଳେ ଆବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ନୂଆ ଗଡ଼ି କିଣି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ମୀନ: ପରିବାରରେ ସୁଖଶାନ୍ତି ରହିବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରଯାତ୍ରା କରିବା ସହ ଆମୋଦ ପ୍ରମୋଦରେ ଦିନ କାଟିବେ।

Leave a Reply

Your email address will not be published. Required fields are marked *