26-9-2018: କେମିତି କଟିବ ଆଜି? ଦୈନିକ ରାଶିଫଳ ବୁଧବାର)

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ବୃଷ : ଆଜିର ଦିନଟି ଅତ୍ୟନ୍ତ ସାବଧାନର ସହ ବିତାନ୍ତୁ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ଆଶଙ୍କା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ମିଥୁନ : ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦପ୍ରଦାୟୀ ତଥା ଭୋଗବିଳାସରେ କଟିବ । ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ । ଭଲ ଖାଦ୍ୟପେୟ ମିଳିବାର ଆଶା ରହିଛି । ଏହାସହ ଶାରୀରିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । ସଂପୂର୍ଣ୍ଣ ଦିନଟି ଭଲରେ ଅତିବାହିତ ହେବ ।

କର୍କଟ : ଆଜିର ଦିନଟି ଆପଣଙ୍କ ପାଇଁ ସୁଖକର ରହିବ । ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବଢିବ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବାର ଆଶା ରହିଛି । ପରିବାରବର୍ଗଙ୍କ ସହ ହର୍ଷୋଲ୍ଲାସରେ ସମୟ ଅତିବାହିତ ହେବ ।

ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଆନନ୍ଦଦାୟକ ରହିବ । ସୃଜନାତ୍ମକ ଶକ୍ତିରେ ବୃଦ୍ଧି ଘଟିବା ସହ ଗଳ୍ପ ଓ କାବ୍ୟ ରଚନା କରିବାକୁ ଆଗ୍ରହ ପ୍ରକାଶ କରିବେ । ସନ୍ତାନଙ୍କ ପ୍ରଗତିର ଶୁଭ ସମାଚାର ମିଳିବ । ଦିନସାରା ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଚିନ୍ତାଗ୍ରସ୍ତ ରହିବେ। ପରିବାରରେ କାହା ସହିତ ମତଭେଦ ହୋଇପାରେ। ମାନହାନି ଯୋଗ ରହିଛି। ତେଣୁ ଜଗିରହି ଦିନଟି ବିତାନ୍ତୁ।

ତୁଳା: ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶରୁ ଶୁଭ ସମାଚାର ମିଳିପାରେ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଧନ ଲାଭ ଯୋଗ ରହିଛି।

ବିଛା: ପରିବାରରେ ଯେପରି କଳିଝଗଡ଼ା ସ୍ଥିତି ନଉପୁଜେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ମନରେ ନକାରାତ୍ମକ ଭାବନା ଉତ୍ପନ୍ନ ହୋଇପାରେ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ପ୍ରାପ୍ତି ହେବ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ମକର: କାର୍ଯ୍ୟ ବ୍ୟସ୍ତ ରହିବେ। ପରିଶ୍ରମ ଅନୁଯାୟୀ ସଫଳତା ମିଳିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଉଭୟ ଚାକିରିଆ ଓ ବ୍ୟବସାୟୀମାନେ ଲାଭବାନ ହେବେ। କୌଣସି ମହିଳାଙ୍କ ସହଯୋଗ ପାଇପାରନ୍ତି। ଆର୍ଥିକ ଦିଗଟି ଭଲ ରହିବ।

ମୀନ: ଦିନଟି ଭଲରେ ବିତିବ। ବ୍ୟବସାୟୀମାନେ ବେପାର ବଢ଼ାଇବାକୁ ନୂଆ ଯୋଜନା କରିବେ। ଅଟକି ରହିଥିବା ଅର୍ଥ ଆଜି ଆପଣଙ୍କୁ ମିଳିପାରେ।

Leave a Reply

Your email address will not be published. Required fields are marked *