26 ବର୍ଷ ହେବ Film ଦୁନିଆରୁ ଅଛନ୍ତି ଦୂରେଇ, ତଥାପି ମହାରାଣୀ ଭଳି ବଞ୍ଚୁଛନ୍ତି ଜୀବନ ଏହି Bollywood ଅଭିନେତ୍ରୀ

ବଲୀଉଡରେ ସବୁ ବର୍ଷ ବହୁତ କଳାକାର ଆସନ୍ତି ଓ ଯାଆନ୍ତି । କେତେକ କଳାକାର ଫିଲ୍ମରେ କାମ କରି ନାଁ କରିଥାନ୍ତି ତ କିଛି କଳାକାର ଭିଡ ମଝିରେ ହଜି ଯାଆନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡ ଫିଲ୍ମର ଏକ ଏମିତି କଳାକାରଙ୍କ ବିଷୟରେ କହିବୁ ଯିଏ ଅମିତାଭ, ଗୋବିନ୍ଦା, ରାଜେସ ଖନ୍ନାଙ୍କ ଭଳି ବଡ ବଡ ଷ୍ଟାରଙ୍କ ସହ କାମ କରିଛନ୍ତି । ବଲୀଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ଦର୍ଶକମାନେ ବି ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି । କିନ୍ତୁ କିଛି ଦିନ ପରେ ସେ ଫିଲ୍ମି ଦୁନିଆ ଠାରୁ ଦୂରେଇ ଗଲେ, ଏହା ସତ୍ବେ ବି ଆଜି ସେ ମହାରାଣୀଙ୍କ ଭଳି ଜୀବନ ବିତାଉଛନ୍ତି । ବର୍ଷ ୧୯୯୦ରେ ଆସିଥିବା ଫିଲ୍ମ ‘ସ୍ଵର୍ଗ’ ଯେଉଁଥିରେ ରାଜେଶ ଖନ୍ନା, ଗୋବିନ୍ଦା ଓ ଜୂହୀ ଚାୱଲା ଥିଲେ । ଏହା ଏକ ପାରିବାରିକ ଫିଲ୍ମ ଥିଲା । ସେହି ସମୟରେ ଏହି ଫିଲ୍ମ ବହୁତ ହିଟ ମଧ୍ୟ ହୋଇଥିଲା ।

ଏହି ଫିଲ୍ମରେ ଗୋଟିଏ କିରଦାର ଥିଲା ମାଧବୀ, ଯିଏକି ଫିଲ୍ମରେ ରାଜେଶ ଖନ୍ନାଙ୍କ ପତ୍ନୀଙ୍କ କିରଦାର କରିଥିଲେ । ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗିରଫ୍ତାର’ର ଏକ ଗୀତରେ ‘ଧୂପ ମେଂ ନିକଲା ନା କରୋ ରୂପ କୀ ରାନୀ’ରେ ବି ମାଧବୀ ଅମିତାଭ ବଚ୍ଚନଙ୍କ ସହ ନଜର ଆସିଥିଲେ । ମାଧବୀ ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘ଅନ୍ଧା କାନୂନ’ ଓ ‘ଅଗ୍ନିପଥ’ରେ ବି କାମ କରିଛନ୍ତି ।

ମାଧବୀ ନିଜ କ୍ୟାରିୟରର ଆରମ୍ଭ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ କରିଥିଲେ । ସେ ୧୯୮୧ରେ ବଲୀଉଡରେ ଡେବ୍ୟୁ କରିଥିଲେ । ସେ ବଲୀଉଡରେ ପ୍ରଥମେ ‘ଏକ ଦୂଜେ କେ ଲିଏ’ ଫିଲ୍ମରେ ନଜର ଆସିଥିଲେ । ସେ ‘ଅନ୍ଧା କାନୂନ’ (୧୯୮3), ‘ମୁଝେ ଶକ୍ତି ଦୋ’ (୧୯୮4), ‘ଅଗ୍ନିପଥ’ (୧୯୯୦), ‘ମିସାଲ’ (୧୯୮୫), ‘ଗିରଫ୍ତାର’ (୧୯୮୫), ‘ଲୋହା’ (୧୯୮୭), ‘ସତ୍ୟମେବ ଜୟତେ’ (୧୯୮୭), ‘ପ୍ୟାର କା ମନ୍ଦିର’ (୧୯୮୮), ‘ସ୍ୱର୍ଗ’ (୧୯୯୦), ‘ଜଖ୍ମ’ (୧୯୮୯), ‘ହାର ଜୀତ’ (୧୯୯୦) ଭଳି ଫିଲ୍ମରେ ନଜର ଆସିଲେ ।

ଶେଷ ଥର ତାଙ୍କୁ ଫିଲ୍ମ ଖୁଦାଇରେ ଦେଖା ଯାଇ ଥିଲା । ଯାହାକି ୧୯୯୪ରେ ରିଲିଜ ହୋଇଥିଲା । ସେ ବଲୀଉଡକୁ ବିଦାୟ କହିଦେଲେ । ମାଧବୀଙ୍କ ବିବାହ ତାଙ୍କ ଗୁରୁ ସ୍ୱାମୀ ରାମା ଫାର୍ମାସ୍ୟୁଟିକଲ ବିଜନେସମ୍ୟାନ ରାଲ୍ଫ ଶର୍ମାଙ୍କ ସହ କରିଥିଲେ ।

ମାଧବୀ ରାଲ୍ଫଙ୍କ ସାକ୍ଷାତ ହିମାୟଲ ଇଂସ୍ଟୀଟ୍ୟୁଟ ଅଫ ଯୋଗ ସାଇଂସ ଏଂଡ ଫିଲୋସଫୀରେ ହୋଇଥିଲା । ବର୍ଷ ୧୯୯୩ରେ ଦୁଇ ଜଣ ବିବାହ କରି ନେଲେ । ଏହା ପର ଠାରୁ ମାଧବୀ ଫିଲ୍ମି ଦୁନିଆ ଠାରୁ ଦୂରେଇ ଗଲେ । ବର୍ତ୍ତମାନ ମାଧବୀ ନିଜର ପରିବାର ସହ ନ୍ୟୁ ଜର୍ସିରେ ରହୁଛନ୍ତି । ମାଧବୀ ଓ ରାଲ୍ଫଙ୍କ ତିନୋଟି ଝିଅ ଅଛନ୍ତି । ପ୍ରିସ୍ସିଲ୍ଲା, ଟିଫନୀ ଓ ଇବେଲୀନ ।

Leave a Reply

Your email address will not be published. Required fields are marked *