27-9-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଗୁରୁବାର)

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ବୃଷ : ଆଜିର ଦିନଟି ଅତ୍ୟନ୍ତ ସାବଧାନର ସହ ବିତାନ୍ତୁ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ଆଶଙ୍କା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ମିଥୁନ : ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦପ୍ରଦାୟୀ ତଥା ଭୋଗବିଳାସରେ କଟିବ । ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ । ଭଲ ଖାଦ୍ୟପେୟ ମିଳିବାର ଆଶା ରହିଛି । ଏହାସହ ଶାରୀରିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । ସଂପୂର୍ଣ୍ଣ ଦିନଟି ଭଲରେ ଅତିବାହିତ ହେବ ।

କର୍କଟ : ଆଜିର ଦିନଟି ଆପଣଙ୍କ ପାଇଁ ସୁଖକର ରହିବ । ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବଢିବ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବାର ଆଶା ରହିଛି । ପରିବାରବର୍ଗଙ୍କ ସହ ହର୍ଷୋଲ୍ଲାସରେ ସମୟ ଅତିବାହିତ ହେବ ।

ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଆନନ୍ଦଦାୟକ ରହିବ । ସୃଜନାତ୍ମକ ଶକ୍ତିରେ ବୃଦ୍ଧି ଘଟିବା ସହ ଗଳ୍ପ ଓ କାବ୍ୟ ରଚନା କରିବାକୁ ଆଗ୍ରହ ପ୍ରକାଶ କରିବେ । ସନ୍ତାନଙ୍କ ପ୍ରଗତିର ଶୁଭ ସମାଚାର ମିଳିବ । ଦିନସାରା ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

କନ୍ୟା: ଶରୀରରରେ ଆଘାତ ଲାଗି ପାରେ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

ତୁଳା: ଯାତ୍ରାର ଯୋଗ ରହିଛି।  ଧନପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ : ଆଜି ଆତ୍ମୀୟସ୍ୱଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆର୍ଥିକ ଲାଭର ସୁଯୋଗ ମଧ୍ୟ ରହିଛି । ରୁଚିକର ଭୋଜନ ମିଳିବାର ଆଶା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ନିଜର ଧ୍ୟାନ ରଖନ୍ତୁ ।

ମକର : ଆଜି ଆପଣଙ୍କୁ ସାବଧାନ ସହକାରେ ଚଳିବାକୁ ପଡିବ । ବ୍ୟବସାୟିକ କାର୍ଯ୍ୟରେ ବାହାର ହସ୍ତକ୍ଷେପର ବୃଦ୍ଧି ଘଟିବ । ଆର୍ଥିକ ଖର୍ଚ୍ଚ ସାମାନ୍ୟ ଅଧିକ ରହିବ । ମାନସିକ ବ୍ୟାକୁଳତାର ଅନୁଭବ କରିବେ । ଦୁର୍ଘଟଣା ପ୍ରତି ସାବଧାନ ରହନ୍ତୁ ।

କୁମ୍ଭ : କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ସବୁଠାରୁ ଉତ୍ତମ ଦିନ । ଚାକିରୀ ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ପତ୍ନୀ ଓ ପୁଅଠୁ ଆନନ୍ଦଦାୟକ ସମାଚାର ମିଳିବ । ଭ୍ରମଣର ଯୋଜନା ବନାଇପାରନ୍ତି । କିଛି ନୂଆ ଶିକ୍ଷା ମିଳିବାର ଆଶା ରହିଛି ।

ମୀନ : ଆଗକୁ ବଢ଼ିବାର ଦିନଟିଏ । ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଜନୀତିରେ ସୀମା ବଢାଇବେ ।  ଆର୍ଥିକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ।  ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ ।

Leave a Reply

Your email address will not be published. Required fields are marked *