27 ବର୍ଷୀୟ ମହିଳା ଏକା ଥରକେ ଦେଲେ 4 ଟି ସନ୍ତାନଙ୍କୁ ଜନ୍ମ…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପ୍ରତେକ ମହିଳା ମାନଙ୍କର ସ୍ଵପ୍ନ ଥାଏ ଯେ ସେମାନେ ବିବାହ ପରେ କିପରି ମା ହେବେ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । କିନ୍ତୁ ଆଜିକାଲି ସିଜରିୟାନ ଜରିଆରେ ପିଲା ଜନ୍ମ ହେଉଛି । ଏଥିପାଇଁ କିଛି ମହିଳା ମାନଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ସହିବାକୁ ପଡୁଛି । ତେବେ ବର୍ତ୍ତମାନର ସୂଚନା ଅନୁସାରେ ଏକା ଥରକେ ଜଣେ ମହିଳା ୪ ଜଣ ଶିଶୁ ଙ୍କୁ ଜନ୍ମ ଦେଇଛନ୍ତି । ଏହି ଘଟଣା ଟି ଦେଖିବାକୁ ମିଳିଛି ହାଇଦ୍ରାବାଦ ରେ । ଜଣେ ୨୭ ବର୍ଷୀୟ ମହିଳା ୪ ଜଣ ଶିଶୁ ଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି ।

ହାଇଦ୍ରାବାଦ ର ସ୍ଥାନୀୟ ମେହେନ୍ଦୀ ପାଟନାମା ଅଞ୍ଚଳରେ ୨୭ ବର୍ଷୀୟ ମହିଳା ଜଣକ ମିନା ହସ୍ପିଟାଲ ରେ ପ୍ରଥମେ ଶିଶୁ ପୁତ୍ର ଓ ପରେ ୩ଜଣ ଝିଅଙ୍କୁ ଜନ୍ମ ଦେଇଥିଲେ । ବର୍ତତମନା ମା ଓ ଶିଶୁ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ୪ ଜଣ ପିଲାଙ୍କୁ ସ୍ବାସ୍ଥ୍ୟବସ୍ଥା ଚେକ କରିବା ପାଇଁ ଅବଜର୍ବବେଶନ ରେ ରଖା ଯାଇଛି । ତେବେ ମହିଳା ଜଣକ ପିଲା ଜନ୍ମ ପାଇଁ କିଛି ମେଡ଼ିସିନର ସେବନ କରୁଥିଲେ ବୋଲି ଜଣା ପଡିଛି । ଯାହାର ଫଳ ସ୍ୱରୂପ ଏପରି ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ମହିଳା ଜଣକ ପୂର୍ବ ରୁ ଦୁଇ ଥର ମା ହୋଇ ସରାଇଛନ୍ତି । ଏବେ ତୃତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ । ସୂଚନା ଅନୁସାରେ ପ୍ରଥମ ପିଲା ୧.୫ କେଜି, ଦିତୀୟ ପିଲା ୧.୪ କେଜି, ତୃରୀୟ ପିଲା ୧.୩ କେଜି ଓ ଚତୁର୍ଥ ପିଲା ୧.୫ କେଜି ହୋଇଛି । ତେବେ ବର୍ତ୍ତମାନ ମହିଳା ଜଣଙ୍କର ବିଶେ ଭାବେ ବ୍ରୀଡିଙ୍ଗ ହେଉ ନାହି ବୋଲି ଡାକ୍ତର ଏମାନେ ସୂଚନା ଦେଇଛନ୍ତି । ଶିଶୁ ମାନେ ମଧ୍ୟ ପୁରା ସୁସ୍ଥ ଅଛନ୍ତି ଯାହା ସୂତ୍ର ରୁ ଜଣା ପଡିଛି ।

ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ମହିଳା ଜଣକ ଏକା ଥରକେ ୪ଟି ପିଲା ଙ୍କୁ ଜନ୍ମ ଦେଇ ସୁସ୍ଥ ଅଛନ୍ତି ତାହା ହେଉଛି ବଡ କଥା । କିନ୍ତୁ ଦୁଇଟି ପିଲାର ମା ହୋଇଥିଲେ ମଧ୍ୟ ବର୍ତ୍ତମାନ ୪ଜଣ ପିଲାର ମ ହେବା ନେଇ କିଛି ଅଜବ ଘଟଣା ଘଟିଛି । ତେବେ ଏହିପରି ଭାବେ ୪ଟି ପିଲାଙ୍କୁ ଜନ୍ମ ଦେବା ପାଇଁ ଏହା ଏକ ବିରଳ ଦୃଶ୍ୟ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *