2ଟି ପିଲରରେ ଛିଡା ହୋଇଛି ବିଶାଳ ପୋଲ, ସାଇରନ ଶୁଣି ବ୍ରିଜ୍ ବନ୍ଦ ନକଲେ ହୋଇ ପାରେ ଏଭଳି ଭୟଙ୍କର ଘଟଣା!

ବନ୍ଧୁଗଣ ଦୁନିଆରେ ଏମିତି କିଛି ପୋଲ ରହିଛି ଯିଏ ନିଜର ଇତିହାସ ପାଇଁ ବେସ ଜଣାଶୁଣା । ସେପଟେ ଏହି ପୋଲକୁ ଦେଶର ସମ୍ମାନ ବୋଲି ମାନାଯାଏ । ସେହିପରି ଏକ ପୋଲ ଭାରତରେ ମଧ୍ୟ ଅଛି । ଯିଏକି ଦେଶ ସହ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଅଟେ । ଆଶ୍ଚର୍ଯ୍ୟକର କଥା ଏଉଛି ଏହି ପୋଲର ଉଦଘାଟନ ଆଜି ଯାଏଁ ହୋଇପାରି ନାହି । ଏ ପୋଲ ହେଉଛି କୋଲକାତା ହାୱଡା ବ୍ରିଜ ।

ଏହାକୁ ସବୁବେଳେ କୋଲକାତାର ପରିଚୟ ବୋଲି କୁହାଯାଏ । ଏହି ପୋଲକୁ 80 ବର୍ଷ ହେବ ତିଆରି କରାଯାଇଛି । 20250 ଫୁଟ ଲମ୍ବର ଏହି ପୋଲ ଇଞ୍ଜିନିୟର ପାଇଁ ଇତିହାସ ହୋଇ ରହିଛି । ଯେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ହାୱଡା ବ୍ରିଜ ଠାରୁ କିଛି ଦୂରରେ ପଡିଥିଲା ବୋମା । ହେଲେ ବ୍ରିଜର କୌଣସି କ୍ଷୟ କ୍ଷତି ହୋଇ ନ ଥିଲା । ସେପଟେ ବ୍ରିଜରେ ଯାତାୟତ ସୁବିଧା ହେଲା ।

ପରେ ବିଦେଶୀ ମାନେ ଭାଷା ପୋଲ କରିବାକୁ ନିସ୍ପତି ନେଲେ । ଯାହାର କାମ 1936ରେ ଆରମ୍ଭ ହୋଇ 1942ରେ ଶେଷ ହୋଇଥିଲା । ଏହା ପରେ 1943 ଫେବ୍ରୁଆରି 3ରେ ଏହା ଖୋଲା ଯାଇଥିଲା । 1965ରେ ରବୀନ୍ଦ୍ରନାଥ ଟାଗୋରଙ୍କ ନାମ ଅନୁଯାୟୀ ଏହି ବ୍ରିଜର ନାମ ରବୀନ୍ଦ୍ର ସେତୁ ରଖାଗଲା । ଏହି ବ୍ରିଜକୁ ନିର୍ମାଣ କରିବାକୁ 26,500 ଟନର ଷ୍ଟିଲ ବ୍ୟବହାର କରାଯାଇଥିଲା ।

ଏହି ବ୍ରିଜରେ ବିଶେଷତ୍ଵ ହେଉଛି ନଦୀର ଦୁଇ ଭାଗରେ 280 ଫୁଟ ଉଚ୍ଚର 2ଟି ଖୁଣ୍ଟ ଉପରେ ବ୍ରିଜଟି ଠିଆ ହୋଇଥିବା ବେଳେ ଖୁଣ୍ଟ ମଝିରେ ଦୂରତା ରହିଛି 1500 ଫୁଟ । ଏହି 2ଟି ଖୁଣ୍ଟ ବ୍ଯତୀତ ଆଉ ମଝିରେ କୌଣସି ଖୁଣ୍ଟ ନାହି । ଆହା ବ୍ରିଜକୁ ସପୋର୍ଟ କରିବାରେ ସହାୟକ ହେବ । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ବ୍ରିଜରେ କେଉଁଠି ନଟ ବଲ ନାହି । ଆଉ ଠିକ 12ଟା ବାଜିଲେ ବ୍ରିଜକୁ ବନ୍ଦ କରି ଦିଆଯାଉଛି ।

କୁହାଯାଏ ଏହି ବ୍ରିଜର ଚାବି ବି ରହିଛି ଯାହା ଇଂରେଜଙ୍କ ପାଖରେ ଅଛି । ଭାରତୀୟଙ୍କୁ ସେମାନେ ଦେଇ ନାହାନ୍ତି । ଯେଉଁ ଇଞ୍ଜିନିୟର ମାନେ ହାୱଡା ବ୍ରିଜକୁ ତିଆରି କରିଛନ୍ତି ତାଙ୍କ କହିବା ଅନୁଯାୟୀ 12ଟା ବାଜିଲେ ବ୍ରିଜକୁ ବନ୍ଦ କରି ଦିଆଯିବ । ଯଦି 12ଟା ରେ ବନ୍ଦ ନ କରାଯାଏ ତେବେ ଏହି ବ୍ରିଜ ଭୁସୁଡିଯିବ । ହେଲେ କାହା ପାଖରେ ଖବର ନାହି ବ୍ରିଜ ଦିନ କି ରାତି 12ଟା ରେ କେତେବେଳେ ବନ୍ଦ ହେବ ।

ହେଲେ ଏବେ ବି ଠିକ 12ଟା ବାଜିଲେ ବ୍ରିଜକୁ କିଛି ସମୟ ପାଇଁ ବନ୍ଦ କରାଯାଉଛି । ସେହି ଚାବି ସାହାଯ୍ୟରେ ହାୱଡା ବ୍ରିଜକୁ ଖୋଲା ଯାଇପାରିବ । ଏହି ବ୍ରିଜକୁ ଏପରି ତିଆରି କରାଯାଉଥିଲା ଯେତେବେଳେ ବଡ ବଡ ଜାହାଜ ଆସିବ ସେତେବେଳେ ବ୍ରିଜକୁ ଖୋଲା ଯାଇପାରିବ । ଆଉ ଜାହାଜ ଗଲା ପରେ ପୁଣି ଥରେ ବ୍ରିଜକୁ ବନ୍ଦ କରାଯାଇପାରିବ । କିନ୍ତୁ ଚାବି ଘଟଣା କେତେ ଦୂର ଠିକ ତାହା ଆଜି ଯାଏଁ ରହସ୍ୟମୟ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *