30 ନଭେମ୍ବର 2018 ଶୁକ୍ରବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ଆଜିର ଦିନ ଆନନ୍ଦର ଦିନ ଅଟେ । ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ । ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ । ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ । ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ । ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ । ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

ବୃଷ

ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ବାଦ-ବିବାଦରେ ଫସନ୍ତୁ ନାହିଁ । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବାରେ ତାଙ୍କର ଉତ୍ସାହରେ ବୃଦ୍ଧି ହେବ । ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନି

ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ । ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ । ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ ।  ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

କର୍କଟ

ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ । ଯଶ କୀର୍ତ୍ତି ପ୍ରାପ୍ତ ହେବାରେ ସରଳତା ରହିବ । ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧ ସକାରାତ୍ମକ ରହିବ । ବସ୍ତ୍ରାଭୂଷଣର କ୍ରୟରେ ମନ ଆନନ୍ଦିତ ହେବ ।  ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ସିଂହ

ଆଜି ଦିନରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦଶ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ । ମାନସିକ ରୂପରେ ଆଜି ଆପଣର ଉତ୍ସାହର ଅଭାବ ରହିବ, ଯାହାଦ୍ୱାରା ମନରେ ଅଶାନ୍ତି ରହିବ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ । ମାନହାନି ନ ହେଉ ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା

ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି ,ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ । ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି । ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

ତୁଳା

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ସ୍ଵାସ୍ଥ୍ୟ ପଛରେ ଧନର ଖର୍ଚ୍ଚ ମଧ୍ୟ ହୋଇପାରେ । ଆଜି ଖାଇବା ପିଇବା ଘରେ ହିଁ କରନ୍ତୁ ତେବେ ଭଲ ହେବ । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ.ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ବିଛା

ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆଜି ସମ୍ପୂର୍ଣ୍ଣ ଦିନ ପ୍ରସନ୍ନତା ରହିବ । ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରୁ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ବଢ଼ିବ । ସାଥିରେ କାମ କରୁଥିବା ଲୋକଙ୍କର ମଧ୍ୟ ସହଯୋଗ ପ୍ରାପ୍ତ ହେବ ।  ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ଧନୁ

କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଏପ୍ରକାର ଭ୍ରମଣ ଫଳପ୍ରଦ ଏବଂ ଉପଭୋଗ କରିବେ । ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ । ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ସମାପ୍ତ ହେବ । କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ମଧ୍ୟ ହୋଇପାରେ । ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ,ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର

ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ । ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ । ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ । ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

କୁମ୍ଭ

କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରସନ୍ନତାରେ ପୂର୍ଣ୍ଣ ରହିବ । ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ । ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ ।

ମୀନ

ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ମାନସିକ ରୂପରେ ଦ୍ଵିଧା ଅନୁଭବ ହେବାରୁ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହୋଇପାରେ । ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ନ ରଖିବାରେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି,ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

Leave a Reply

Your email address will not be published. Required fields are marked *