30-9-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ରବିବାର)

ମେଷ : ଆଜି ଆପଣ ଆଧ୍ୟାତ୍ମିକ ପ୍ରବୃତିରେ ମନୋନିବେଶ କରିପାରନ୍ତି । ଆଜି ଆପଣଙ୍କ ମନ ହାଲୁକା ରହିପାରେ । ତେବେ କଥା କହିବାବେଳେ ସଂଯମତା ଅବଲମ୍ବନ କରନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ବୃଷ : ଆଜି ଜୀବନସାଥିଠୁ ଭରପୂର ଭଲପାଇବା ପାଇବେ । ପରିବାର ସହ ବାହାର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଆଜି ଦିନଟି ଆପଣଙ୍କର ଆନନ୍ଦରେ କଟିବ । ଆକସ୍ମିକ ଧନ ଲାଭ ଓ ବିଦେଶ ଗସ୍ତର ସୂଚନା ମିଳିପାରେ ।

ମିଥୁନ : ଅସମ୍ପୂର୍ଣ୍ଣ କାର୍ଯ୍ୟ ଆଜି ସମ୍ପୂର୍ଣ ହୋଇପାରେ । ପରିବାରରେ ଆନନ୍ଦର ମାହୋଲ ରହିବ । ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବାବେଳେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଧନପ୍ରାପ୍ତିର ସୁଯୋଗ ରହିଛି ।

କର୍କଟ: ପରିବାରରେ ଖୁସିର ପରିବେଶ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାଙ୍କୁ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କନ୍ୟା : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ । ଆଜି ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କରେ ନିବିଡ଼ତା ଆସିବା ସହ ପୁରୁଣା ସାଙ୍ଗସାଥୀଙ୍କୁ ଭେଟିପାରନ୍ତି ।

ତୁଳା : ଆଜି ଆପଣଙ୍କ ମନ ଅସ୍ଥିର ରହିପାରେ । ମନରେ ଦ୍ଵନ୍ଦ ସୃଷ୍ଟି ହେବା ସହ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ । ପରିବାରର ସଦସ୍ୟଙ୍କ ସହ କଥା କଟାକଟି ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ହେବା ସହ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବିଦ୍ୟାର୍ଥୀମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ ।

ବିଚ୍ଛା: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ମାନ-ସମ୍ମାନ ମିଳିବ।

ଧନୁ: ବ୍ୟସ୍ତ ଭିତରେ ରହିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟରେ ସଫଳତା ମିଳିବ। ହଠାତ୍ ଯାତ୍ରା କରିପାରନ୍ତି।

କୁମ୍ଭ : ପ୍ରତିଟି କାର୍ଯ୍ୟ ସହଜ ଭାବରେ ସମାଧାନ ହୋଇଯିବ । ଦୀର୍ଘଦିନ ଧରି ଲାଗିରହିଥିବା ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣଙ୍କ ମନ ଫୂର୍ତ୍ତି ରହିବ । ପଦୋନ୍ନତି ସାଙ୍ଗକୁ ଧନପ୍ରାପ୍ତିର ଯୋଗ ରହିଛି । ପାରିବାରିକ ଜୀବନ ଆନନ୍ଦପୂର୍ଣ୍ଣ ରହିବ ।

ମୀନ : ଆପଣଙ୍କ ଦିନଟି ଆଜି ଶୁଭଦାୟକ ଫଳ ଦେଇନପାରେ । ଶରୀର ଅସୁସ୍ଥ ରହିବା ସହ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ । ଯାହା ଫଳରେ ମନରେ ହତାଶ ବୋଧ ଆସିପାରେ । ସନ୍ତାନଙ୍କ ପାଇଁ ଆପଣଙ୍କ ଚିନ୍ତା ବଢିପାରେ । ଆଜି ଅଯଥାରେ ଟଙ୍କା ଖର୍ଚ୍ଚ ହେବ ।

Leave a Reply

Your email address will not be published. Required fields are marked *