31 ଅକ୍ଟୋବର 2018, ବୁଧବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ବୋଧ ହୁଏ ନିଜ ଜୀବନର କୌଣସି ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିପାରୁ ନାହାନ୍ତି ।

ବୃଷ

ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ ।ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି ।

ମିଥୁନି

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।

କର୍କଟ

ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି,ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ସିଂହ

ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।

କନ୍ୟା

ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।

ତୁଳା

ଆଜି ସନ୍ଧ୍ୟାରେ ଆପଣ ନିଜର ମୂଲ୍ୟବାନ , ଜିନିଷ ଚୋରୀ ପାଇଁ ଚିନ୍ତିତ ରହିପାରନ୍ତି । ଯେଉଁଥିପାଇଁ ଆପଣ କିଛି ସୁଚିନ୍ତିତ ପଦକ୍ଷେପ ନେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ ।

ବିଛା

ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ ।

ଧନୁ

ଆପଣ ଯେତେବେଳେ ନିଜର ସମ୍ପର୍କିୟ ଲୋକ ସହ ଆଳାପ ଆଲୋଚନା କରୁଛନ୍ତି ନିଜର ଭାଷା ପ୍ରତି ସଂଯତ କରନ୍ତୁ । କିଛି କହିବା ପୂର୍ବରୁ ବିଶେଷ ଧ୍ୟାନ ଦିଅନ୍ତୁ । କେବଳ ଆପଣଙ୍କର ସାବଧାନତା ହିଁ ଆପଣଙ୍କୁ ବିପଦରୁ ଦୂରେଇ ରଖିବେ ।

ମକର

ଆଜି ଆପଣଙ୍କ କାହାସହ ନୂଆ ସମ୍ପର୍କର ସ୍ଥାପନା ହୋଇପାରେ । ଦେଖନ୍ତୁ ଏ ସମ୍ପର୍କ ଆପଣଙ୍କୁ କେଉଁଠି ନେଇଯାଇଛି । ଏହା ସହ ସେ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାନ୍ତୁ ଯେ ଆପଣଙ୍କୁ ମାର୍ଗ ଦେଖାଇଛନ୍ତି ।

କୁମ୍ଭ

ଆଜି ଆପଣଙ୍କ ଆତ୍ମତ୍ଜ୍ଞାନ ଆଧ୍ୟାତ୍ମିକ ଦିଗରେ ତାହାର ଚରମ ସୀମାରେ ରହିବ । ସେଥିପାଇଁ ସମୟ ବାହାର କରି କୌଣସି ଧାର୍ମିକ ସ୍ଥାନକୁ ଯାଆନ୍ତୁ । ଆଜିର ଦିନ ଲମ୍ବା ସମୟ । ଲକ୍ଷ୍ ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବା ପାଇଁ ବହୁତ ଭଲ ସମୟ ।

ମୀନ

ଆପଣ ଭଗବାନଙ୍କ ସହ ନିଜ ସମ୍ପର୍କ ଜାଣିବାକୁ ଚାହିଁବେ,ଏତଦ୍ୱାରା ଆଜି ଆପଣଙ୍କୁ ଏହା ଜାଣିବାରେ ସାହାଯ୍ୟ ମିଳିବ ଯେ ଯାହା ଆଜି ଆପଣଙ୍କ ସହିତ ହେଉଛି ତାହା କାହିଁକି ହେଉଛି ଓ କେମିତି ଆଜି ଆପଣଙ୍କ ନିଜ ଜୀବନକୁ ଆହୁରି ସୁନ୍ଦର ମନେଇପାରିବେ ।

Leave a Reply

Your email address will not be published. Required fields are marked *