ଏହି 3ଟି କାମ କରିବାରେ ପୁରୁଷଙ୍କୁ ଲାଜ କରିବା ଉଚିତ ନୁହେଁ- Shukra Niti

ବନ୍ଧୁଗଣ ଶୁକ୍ରାଚାର୍ଜ୍ୟ ଦୈତ୍ୟ ଗୁରୁ ଥିଲେ ସତ କିନ୍ତୁ ତାଙ୍କ ଦ୍ଵାରା କରାଯାଇଥିବା ନୀତି ଗୁଡିକ ବିଶ୍ଵର ସର୍ବ ଶ୍ରେଷ୍ଠ ନୀତି ମଧ୍ୟର ଅନ୍ୟତମ ଅଟେ । ଯାହାର ଅନୁସରଣ ଅସୁରଙ୍କ ସହ ଦେବତା ମାନେ ମଧ୍ୟ କରୁଥିଲେ । ଆଜିର ସମୟରେ କେହି ମଣିଷ ଏହି ନୀତିକୁ ଅନୁସରଣ କରିଲେ ସଫଳ ହେବାରେ କେହି ବି ଅଟକାଇ ପାରିବେ ନାହି ଏହା କହିଲେ କିଛି ଭୁଲ ହେବ ନାହି । ଏହି ନୀତି ମାନଙ୍କ ମଧ୍ୟରେ ଶୁକ୍ରାଚାର୍ଜ୍ୟ ୩ଟି ନୀତି ବିଷୟରେ କହିଛନ୍ତି ଯାହାକୁ କରିବ ପୂର୍ବରୁ ବିଲକୁଲ ଲଜ୍ୟା କରିବା ଅନୁଚିତ ।

ଶୁକ୍ରାଚାର୍ଜ୍ୟ ନୀତିରେ ଏମିତି କିଛି କର୍ମ ଲେଖିଛନ୍ତି ଯାହାକୁ ବେଶରମ ହୋଇ କରିବା ଦରକାର ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ବିଦ୍ୟା : ଶୁକ୍ରାଚାର୍ଜ୍ୟଙ୍କ ମତରେ ବୁଦ୍ଧିମାନ ବ୍ୟକ୍ତିକୁ କେବେ ବି ଜ୍ଞାନ ନେବାରେ ସଙ୍କୋଚ କରିବା ଅନୁଚିତ । ସେହି ବ୍ୟକ୍ତି ସମାଜର ଭିନ୍ନ କଥାକୁ ନଜର ଅନ୍ଦାଜ କରି ଏହି କଥାର ଧ୍ୟାନ ଦେବା ଉଚିତ ଜ୍ଞାନ ଦେଉଥିବା ମଣିଷ ଛୋଟ ପିଲା, ଦରିଦ୍ରତା ବ୍ୟକ୍ତି ହୋଇଥିବ । କାରଣ ବିଦ୍ୟା ପ୍ରତେକ ସମୟରେ କାମରେ ଆସିଥାଏ ଜୀବନରେ । ମଣିଷ ଚାହିଁଲେ କେଉଁ ବି ବୟସରେ ଜ୍ଞାନ ପ୍ରାପ୍ତ କରିପାରେ ।ବାସ ମନୁଷ୍ୟକୁ ନିଜ ଭିତରେ ଥିବା ଲଜ୍ୟାକୁ ତ୍ୟାଗ କରିବା ଉଚିତ ।

୨- ଔଷଧ : ଶୁକ୍ରଦେବଙ୍କ ଅନୁଯାୟୀ କୌଣସି ବ୍ୟକ୍ତି ରୋଗରେ ପୀଡିତ ଥିଲେ କେବେ ଏ ଉପଚାର ନେବାରେ ଲାଜ୍ୟା କରିବା ଅନୁଚିତ । ସେହି ଉପଚାର କୌଣସି ବି ବ୍ୟକ୍ତିଙ୍କ ଦ୍ଵାରା କୁହାଯାଇ ଥାଉ ନା କାହିଁକି କିମ୍ବା ସେହି ବ୍ୟକ୍ତି ନୀଚ କୁଳର ବା ଗରିବ ବା ପ୍ରତିଦ୍ଵନ୍ଦୀ ବା ଶତ୍ରୁ ହେଉ ନା କାହିଁକି । ବ୍ୟକ୍ତିକୁ ରୋଗ ଠିକ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା ଉଚିତ । କାରଣ ବ୍ୟକ୍ତି ଲଜ୍ୟା କରିଲେ ଭବିଷ୍ୟରେ ଭାରି ପରିଣାମ ଭୋଗ କରିବାକୁ ପଡେ ।

୩- ସ୍ତ୍ରୀରତ୍ନ : ଶୁକ୍ରାଚାର୍ଜ୍ୟ କୁହନ୍ତି ବୁଦ୍ଧିମାନ ମଣିଷ ସିଏ ଯିଏ କି ସ୍ତ୍ରୀରତ୍ନ ଅର୍ଥାତ ଉତ୍ତାନ ଗୁଣବାନ ସ୍ତ୍ରୀ ଙ୍କୁ ଚୟନ କରିଥାଏ । ସେ ସ୍ତ୍ରୀ ନୀଚ କୂଳରେ ହେଉ ବା ଗରିବ ହେଉ ବା ଦେଖିବାକୁ ସୁନ୍ଦର ନ ହେଉ । ବ୍ୟକ୍ତିକୁ ଉତ୍ତମ ଗୁଣ ଥିବା ଝିଅଙ୍କୁ ଗ୍ରହଣ କରିବାରେ ବିଳମ୍ବ କରିବା ଅନୁଚିତ । ଉଚ୍ଚ କୂଳର ସ୍ତ୍ରୀ ସହ ବ୍ୟକ୍ତି ବିବାହ କରିଲେ ଜୀବନ ସାରା ମାନସିକ ଅସାନ୍ତି ମିଳିଥାଏ ।

ତା ଠାରୁ ଭଲ ହେବ ବ୍ୟକ୍ତିକୁ ଉତ୍ତମ ଗୁଣର ସ୍ତ୍ରୀ ଯେମିତିକି ରଙ୍ଗ, ରୂପ, ଗୁଣ କୁ ନଜର ଅନ୍ଦାଜ କରି ବିବାହ କରିବା ଉଚିତ । କାରଣ କଥା ରେ ଅଛି ନାରୀ ହିଁ ଘରକୁ ସ୍ଵର୍ଗ କରିଥାଏ ତ ଆଉ କେବେ ନର୍କ କରିଥାଏ ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *