4-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଗୁରୁବାର)

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି । ଅନେକ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ସଫଳତା ମିଳିବ । ବନ୍ଧୁବାନ୍ଧବଙ୍କ ସହ ଭ୍ରମଣରେ ଯିବାର ଯୋଗ ରହିଛି । ପ୍ରେମୀଯୁଗଳଙ୍କ ପାଇଁ ସମୟଟି ଅନୁକୂଳ ରହିଛି ।

ବୃଷ: ଯାତ୍ରା ମାର୍ଗ ସହଜ ସୁଲଭ ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବ। ବିବାଦରେ ବିଜୟୀ ହେବେ। ମନ ପ୍ରସନ୍ନ ରହିବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ।

ମିଥୁନ: କର୍ମକ୍ଷେତ୍ରରେ ଅଧିକ ଉତ୍ସାହିତ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

କର୍କଟ: ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ଆତ୍ମସନ୍ତୋଷ ଲାଭ କରିପାରନ୍ତି। ସୁଖ ସମ୍ଭୋଗ କରିପାରନ୍ତି। ପ୍ରତିଷ୍ଠା ବୃଦ୍ଧି ହେବାର ସୂଚନା ମିଳୁଛି।

ସିଂହ: ଧାଁଦୌଡ଼ରେ ଦିନଟି କଟିବ। ନିଜ ଲୋକଙ୍କ କଥାକୁ ନେଇ ଯନ୍ତ୍ରଣା ପାଇପାରନ୍ତି। କୌଣସି ଚିନ୍ତା ନିଅନ୍ତୁ ନାହିଁ।

କନ୍ୟା: ଚାକିରି ସମସ୍ୟା ଦୂର ହେବ। ବନ୍ଧୁ ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ଅଟକି ରହିଥିବା କାମ ହୋଇଯିବ।

ତୁଳା: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଜୀବନସାଥୀଙ୍କ ପାଖରୁ ଲାଭ ପାଇବେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ଦେଖିଚାହିଁ ଚଳନ୍ତୁ।

ବିଛା : ଆଜି ଆପଣଙ୍କ ପାଇଁ ସତର୍କତାର ଦିନ । ଆର୍ଥିକ କାରବାରରେ ସାବଧାନ ରହନ୍ତୁ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । କୌଣସି ନିବେଶ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଅଫିସରେ କର୍ତ୍ତୁପକ୍ଷଙ୍କ ସହ ମତଭେଦ ହୋଇପାରେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପ୍ରେମରେ ସଫଳତା ପାଇବେ ।

ଧନୁ : ଆଜି ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ବ୍ୟବସାୟୀଙ୍କ ଆର୍ଥିକ କାରବାର ବୃଦ୍ଧି ପାଇବ । ଅଚାନକ ଧନଲାଭ ହୋଇପାରେ । ଘରେ ଭଲ ପାଇବା ଓ ସ୍ନେହ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ । ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

ମକର : ଆଜି ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ହେବ । କାର୍ଯ୍ୟାଳୟରେ ଉନ୍ନତି ହେବାର ଆଶା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । ସମସ୍ତ କାର୍ଯ୍ୟ ପ୍ରସନ୍ନତାର ସହ ସମାପ୍ତ କରିବେ । ସାମାଜିକ ପ୍ରତିଷ୍ଠା ବଢିବ । ପରିବାର ଲୋକଙ୍କ ସହଯୋଗରେ ଜୀବନରେ ଆଗକୁ ବଢିବେ । ପ୍ରେମୀଯୁଗଳଙ୍କ ପାଇଁ ଶୁଭ ସମୟ ରହିଛି ।

କୁମ୍ଭ: କାର୍ଯ୍ୟରେ ସଫଳତା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଆର୍ଥିକ ଅଭିବୃଦ୍ଧି ଘଟିପାରେ। ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ ଓ କୀର୍ତ୍ତିମାନ ହେବେ। ଧନଯୁକ୍ତ ହେବେ।

ମୀନ : ଆଜି ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଦିନ । ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସନ୍ତାନସନ୍ତତିଙ୍କଠୁ ଶୁଭ ଖବର ପାଇପାରନ୍ତି ।

Leave a Reply

Your email address will not be published. Required fields are marked *