ହେ ଭଗବାନ! କି କଳିଯୁଗ ହେଲା, 4ଟି ଛୁଆଙ୍କୁ ଛାଡି ପ୍ରେମିକ ସାଥିରେ ଫ୍ଫେରାର ହେଲା ମା’ ଆଉ ତା ପରେ…

କେଡେ ହୃଦୟହୀନ ମା ତୁ । ଚାରି ଚାରିଟା ପିଲାଙ୍କ ମୁହଁ କୁ ଟିକେ ବି ଅନାଇଲୁ ନାହି । ତୋ ପାଇଁ ପିଲା ମାନଙ୍କ ମୂଲ୍ୟ କଣ କିଛି ନାହି । କେମିତି ତୁ ଏତେ ନିର୍ଦ୍ଦୟୀ ହୋଇପାରିଲୁ । ତୋତେ ପର ପୁରୁଷର ପ୍ରେମ ଏତେ ଭଲ ଲାଗିଲା ଯେ ତୁ ତୋ ପରିବାକୁ ଛାଡି ତା ସାଙ୍ଗରେ ଚାଲିଗଲୁ । ଏମିତିକି ତୁ ଜନ୍ମ ଦେଇଥିବା ପିଲାଙ୍କ ମୁହଁ କୁ ବି ଟିକେ ଚାହିଁଲୁ ନାହି । ସେ ପର ପୁରୁଷର ତୋତେ ଏତେ ପାଗଳ କରି ଦେଲା ଯେ ତୁ ଆମର ଭଲ ପାଇବା ବୁଝି ପାରିଲୁ ନାହି । ଆମକୁ ଛାଡି ତୁ ତା ସହ ଚାଲିଗଲୁ ।

ତୁ ଗଲା ପରେ ଆମେ କେତେ କାନ୍ଦିଛୁ କେତେ ଖୋଜିଛୁ ହେଲେ ତୁ ଆଉ ଆସିଲୁ ନାହି କି ଆମ କଥା ମନେ ପକାଇଲୁ ନାହି । ହଁ ଦର୍ଶକ ବନ୍ଧୁ ମା ଚାଲିଗଲା ପ୍ରେମିକ ସାଥିରେ । ଆଉ ମା ପଛେ ପଛେ ବାପା ବି କୁଆଡେ ଚାଲିଗଲେ । ବେସାହାରା ହୋଇଗଲେ ୪ ପିଲା । ଏବେ ଖୋଲା ଆକାଶ ତଳେ ୭୦ ବର୍ଷିୟା ବୁଢୀ ମା ଙ୍କ ପଣତ ତଳେ ଜୀବନ ବଞ୍ଚୁଛନ୍ତି ୪ ନାତି ନତୁଣୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୋହାଖଣ୍ଡି ଗାଁ ରେ ।

ଏହି ଗାଁ ରେ ନନ୍ଦ ମୁଣ୍ଡାଙ୍କ ପରିବାର କହିଲେ ମା ନିରାଶ, ସ୍ତ୍ରୀ ପୂର୍ଣ୍ଣେନ୍ଦି ଓ ୪ଟି ପୁଅ ଝିଅ ।  ବାପା କାମଦାମ କରି ଯାହା ଆଣୁଥିଲେ ସେଥିରେ ଚଳୁଥିଲା ପୂରା ପରିବାର । କିନ୍ତୁ ପୂର୍ଣ୍ଣେନ୍ଦି ଆଉ ଜଣଙ୍କ ପ୍ରେମରେ ପଡି ୪ ଜଣ ପିଲାଙ୍କୁ ଛାଡି ତାଙ୍କ ପ୍ରେମିକ ଙ୍କ ସହ ଚାଲିଗଲେ । ସ୍ତ୍ରୀ ପର ପୁରୁଷ ସହ ଗଲା ପରେ ହଠାତ ନନ୍ଦା ମଧ୍ୟ କୁଆଡେ ଚାଲିଗଲେ । ତାଙ୍କର କିଛି ବି ପତା ମିଳୁ ନାହି । ଆଖି ଆଗରେ ଆଗ ମା ଆଉ ତା ପରେ ବାପା ସେମାନଙ୍କ ରାସ୍ତା ରେ ଚାଲିଗଲେ ।

୭୦ ବର୍ଷିୟା ବୁଢୀ ମା ଙ୍କ ପାଖରେ ରହିଛନ୍ତି ନାତି ନାତୁଣୀ ମାନେ । ପିଲା ମାନଙ୍କ ମୁହଁ ରେ ଦାନା ଦେବା ପାଇଁ ପରିଣତ ବୟସରେ ଘରୁ ଗୋଡ କାଢି ଘର ଘର ବୁଲି ଭିକ ମାଗୁଛନ୍ତି । ପିଲାଙ୍କ ମୁହଁ ରେ ଆହାର ଦେବା ପାଇଁ ବୁଢୀ ମା ଯିଏ ଯାହା ଦେଉଥିଲା ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ସେମାନଙ୍କୁ ଆଉ ଏବେ କଷ୍ଟ କରିବାକୁ ପଡିବ ନାହି । ୩ ଶିଶୁ ଙ୍କୁ ସୋନପୁର ଶିଶୁ ରକ୍ଷା ୟୁନିଟ ରେ ରଖା ଯାଇଥିବା ବେଳେ ଜଣେ ଶିଶୁ କୁ ଜେଜେ ମା ପାଖରେ ରକ୍ଷା ଯାଇଛି ।

ଯେହେତୁ ସେ ବୃଦ୍ଧ ଅବସ୍ଥାରେ କାମଦାମ କରିବାକୁ ସକ୍ଷମ ନାହାନ୍ତି ତେଣୁ ତାଙ୍କୁ ନିତ୍ୟ ବ୍ୟବହାର ଜିନିଷ ଶାଢୀ, ପିଲା କୁ ପ୍ଯାଣ୍ଟ ସାର୍ଟ ଓ ଆର୍ଥିକ ସହାୟତା ପ୍ରଦାନ କରା ଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *