ଭାରତରର ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ରେଳ ଷ୍ଟେସନ ବିଷୟରେ କହିବୁ ଯେଉଁଠି ଗତ ୪୨ ବର୍ଷ ହେବ କୌଣସି ବି ଟ୍ରେନ ରହି ନାହିଁ । ଏହି ଷ୍ଟେସନକୁ କୌଣସି ଯାତ୍ରୀ ବି ଆସନ୍ତି ନାହିଁ । କୌଣସି ବି ଟ୍ରେନରୁ ଏହି ଷ୍ଟେସନକୁ କେହି ଓଲ୍ହାନ୍ତି ବି ନାହିଁ । ଏହା ପଛରେ ଗୋଟିଏ ବଡ କାରଣ ଅଛି । ସ୍ଥାନୀୟ ଲୋକମାନଙ୍କ କହିବା ଅଟେ କି ଏହି ଷ୍ଟେସନରେ ଭୂତ ଅଛି ।
କୁହାଯାଏ କି ଏହି ରେଳ ଷ୍ଟେସନକୁ ଭୂତ କୋଠି ବୋଲି ଘୋଷଣା କରାଯାଇଛି । ସେଥିପାଇଁ କେହି ବି ଏହି ଷ୍ଟେସନକୁ ଯିବା ପାଇଁ ସାହାସ କରନ୍ତି ନାହିଁ । ଏଠି କୌଣସି ବି ଟ୍ରେନ ରୁହେ ନାହିଁ । ଏହି ଷ୍ଟେସନର ନାଁ ହେଉଛି ବେଗୁନକୋଦାର ।
ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଏହି ଷ୍ଟେସନ ଭାରତୀୟ ରେଳ ବିଭାଗର ୧୦ ଟି ଭୂତିଆ ରେଳ ଷ୍ଟେସନ ଲିସ୍ଟରେ ଅଛି । କୁହାଯାଏ କି ୧୯୬୭ରେ ଷ୍ଟେସନ ମାଷ୍ଟର ଏହି ଷ୍ଟେସନରେ ଏକ ଭୂତ ଦେଖିଥିଲେ ଓ ଏହା ପରେ ତାଙ୍କର ମୃତ୍ୟୁ ହୋଇଗଲା । ଏହି ଘଟଣା ପରେ ଲୋକମାନେ ଏହାକୁ ଭୂତିଆ ଷ୍ଟେସନ ବୋଲି କହିବା ଆରମ୍ଭ କରିଦେଲେ ।
ଷ୍ଟେସନ ମାଷ୍ଟରଙ୍କ କହିବା ଥିଲା କି ସେ ରାତିରେ ଜଣେ ଧଳା ଶାଢୀ ପିନ୍ଧିଥିବା ମହିଳାଙ୍କୁ ରେଳ ଧାରଣାରେ ଚାଲୁଥିବାର ଦେଖିଥିଲେ । ଏହି ଘଟଣା ପରେ ଲୋକମାନେ ଷ୍ଟେସନ ଆସିବା ବନ୍ଦ ବି କରି ଦେଲେ ଓ ୪୨ ବର୍ଷ ପର୍ଯ୍ୟନ୍ତ ଏହି ଷ୍ଟେସନକୁ ବନ୍ଦ କରି ଦିଆ ଯାଇ ଥିଲା ଓ ଏହି ୪୨ ବର୍ଷ ମଧ୍ୟରେ ଏହି ଷ୍ଟେସନରେ ଗୋଟିଏ ହେଲେ ବି ଟ୍ରେନ ରହି ନାହିଁ ।
ଏହି ରେଳ ଷ୍ଟେସନ ଦେଇ ଟ୍ରେନ ଯିବା ସମୟରେ ଟ୍ରେନ ନିଜର ନିର୍ଧାରିତ ବେଗରୁ ଅଧିକ ସ୍ପୀଡରେ ଯାଇଥାଏ । କୁହାଯାଏ କି ଯେତେବେଳେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲେ ତେବେ ସେ ଏହି ରେଳ ଷ୍ଟେସନକୁ ଚଳାଇବା ପାଇଁ କହିଥିଲେ । କିନ୍ତୁ ସନ୍ଧ୍ୟା ହେବା ପରେ ଏହି ଷ୍ଟେସନରେ କେହି ବି ରୁହନ୍ତି ନାହିଁ । ଏହାର ସୁଯୋଗ ନେଇ ଚୋରମାନେ ଏଠି ଚୋରୀ କରିବା ଆରମ୍ଭ କରିଦେଲେ ।
ଯେଉଁମାନେ ବି ଏହି ସ୍ଥାନକୁ ବୁଲିବାକୁ ଆସୁଥିଲେ ସେମାନଙ୍କୁ ଭୟଭୀତ କରି ଚୋରମାନେ ତାଙ୍କ ଠାରୁ ଟଙ୍କା ଓ ଜିନିଷ ପତ୍ର ନେଇ ଯାଉ ଥିଲେ । ସୂଚନା ଅନୁସାରେ ଯେତେବେଳେ ପୋଲିସକୁ ଏହି ରେଳ ଷ୍ଟେସନ ଓ ଏଠି ହେଉଥିବା ଘଟଣା ବିଷୟରେ ଜଣା ପଡିଲା ତେବେ ପୋଲିସର ଗୋଟିଏ ଟିମ ଏହାର ଯାଞ୍ଚ କରିବା ପାଇଁ ଏହି ଷ୍ଟେସନକୁ ଯାଇ ଥିଲେ । ସେମାନେ ରାତି ୨ ଟା ସମୟରେ ଏଠି ଅଜବ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ ।
ସେମାନେ ଜାଣି ପାରିଲେ କି କିଛି ସ୍ଥାନୀୟ ଲୋକମାନେ ବୁଦା ମୂଳରେ ବସି ସେମାନଙ୍କୁ ଭୟଭୀତ କରୁଥିଲେ । ଏହି କଥା ଜଣା ପଡିଲା କି ସେହି ଷ୍ଟେସନରେ ପୋଲିସ ଅଧିକାରୀ ରହିବା ସହିତ ଯାତ୍ରୀମାନେ ବି ଏହି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୋକମାନେ ଏହାକୁ ଭୁଟିଆ ଷ୍ଟେସନ ବୋଲି କୁହନ୍ତି ।