5-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଶୁକ୍ରବାର)

ମେଷ: କାର୍ଯ୍ୟରେ ବାଧା ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ବ୍ୟୟଭାର ବୃଦ୍ଧି ହେବାର ସୂଚନା ମିଳୁଛି। ଆପଣଙ୍କ କଥାବାର୍ତ୍ତା ସ୍ନେହପୂର୍ଣ୍ଣ ହେବ। ଶତ୍ରୁ ବିଜୟୀ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ବ୍ରହ୍ମସ୍ନେହୀ ହେବେ।

ବୃଷ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଆୟ ଆଶାନୁରୂପ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ମନରେ ପ୍ରସନ୍ନତା ଆସିବ।

ମିଥୁନ : ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଉତ୍ସାହ ସହକାରେ କାମ କରିବେ । ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିବ । ପାରିବାରିକ ବାତାବରଣ ଶାନ୍ତିମୟ ରହିବ । ହଠାତ କୌଣସି ଖୁସି ଖବର ମିଳିପାରେ ।

କର୍କଟ : ଆଜି ଆପଣ ଅନେକ କିଛି ଲାଭ ପାଇବେ । ବହୁତ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ କେତେକ ଇର୍ଷାଳୁ ସହକର୍ମୀଙ୍କ ପ୍ରତିରୋଧ ସତ୍ତ୍ୱେ ଆପଣ ସଫଳତା ହାସଲ କରିବେ । ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ବିଦେଶ ଯିବା ପାଇଁ ଯୋଜନା କରିବେ । ଛାତ୍ରଛାତ୍ରୀ ପଢାରେ ମନ ଦେବେ ।

ସିଂହ: ବ୍ୟସ୍ତ ଭିତରେ ଦିନ କଟିବ। ବ୍ୟବସାୟରେ କ୍ଷତି ସହ ପାରନ୍ତି। ଅସୁସ୍ଥ ଅନୁଭବ କରିବେ।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। କଳହରୁ ଦୂରେଇ ରୁହନ୍ତୁ।

ତୁଳା: ଧନପ୍ରାପ୍ତିର ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ। ଘରେ ଖୁସିର ବାତାବରଣ ରହିବ।

ବିଛା: ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଥଣ୍ଡା କଫ ରୋଗରେ ପୀଡ଼ା ଅନୁଭବ କରିବେ। ଧନ ମିଳିବ। ଚଞ୍ଚଳ ପ୍ରକୃତିର ହେବେ।

ଧନୁ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କୃଷିକ୍ଷେତ୍ରରୁ ଲାଭ ମିଳିବ। ବହୁ ସୁଖର ଅଧିକାରୀ ହେବେ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ଅସୁସ୍ଥ ଅନୁଭବ କରିବେ। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ : ଆଜି ବ୍ୟବସାୟୀଙ୍କ ଆର୍ଥିକ ଲାଭ ବଢିବାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପଦୋନ୍ନତିର ସମ୍ଭାବନା ରହିଛି । ସମାଜରେ ମାନସମ୍ମାନ ବଢିବ । ସମସ୍ତେ ଆପଣଙ୍କ ବ୍ୟବହାରର ତାରିଫ କରିବେ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ ଆନନ୍ଦ ମିଳିବ ।

ମୀନ : ଆଜି ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଦିନ । ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସନ୍ତାନସନ୍ତତିଙ୍କଠୁ ଶୁଭ ଖବର ପାଇପାରନ୍ତି ।

Leave a Reply

Your email address will not be published. Required fields are marked *