ବନ୍ଧୁଗଣ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଆମେ ଅକ୍ଷୟ ତୃତୀୟା ବୋଲି କହିଥାଉ । ଚଳିତ ବର୍ଷ ଏପ୍ରିଲ 23 ରବିବାର ରେ ପଡିବାକୁ ଯାଉଛି ଅକ୍ଷୟ ତୃତୀୟା । ଅକ୍ଷର ର ଅର୍ଥ ହେଉଛି ଯାହାର କ୍ଷୟ ନାହି, ନଷ୍ଟ ନାହି, ଯାହାର ବିନାଶ ନାହି । ଅକ୍ଷୟ ତୃତୀୟା ରେ ଯେ କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହିଁଲେ କରି ପାରିବେ ।
ଏହି ଦିନ କୌଣସି ଶୁଭ ମୂହୁର୍ତ୍ତ ର ଅପେକ୍ଷା କରିବାକୁ ପଡିବ ନାହି । ଆଜି ଆମେ ଆପଣଙ୍କୁ କହିବୁ ଅକ୍ଷୟ ତୃତୀୟା ରେ କେଉଁ ଉପାୟ କରିଲେ ଶୁଭ ଫଳ ମିଳିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ଉଭୟ ଉଚ୍ଚସ୍ଥ ରୁହନ୍ତି । ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ଉଚ୍ଚସ୍ଥ ଓ ଚନ୍ଦ୍ରମା ବୃଷ ରାଶିରେ ଉଚ୍ଚସ୍ଥ ରୁହନ୍ତି । ଏହି ଦିନ ରବି ଓ ଚନ୍ଦ୍ରମାର ଅସୀମ କୃପା ମାନବ ଜୀବନରେ ପଡିଥାଏ ।
ଏହି ଦିନ ଶୋଭନ ଯୋଗ ବନୁଅଛି । ଏହା ଯୋଗ ଦୀର୍ଘ 50 ବର୍ଷ ପରେ ହେବାକୁ ଯାଉଛି । ଅକ୍ଷୟ ତୃତୀୟା ଦିନ ହେଉଛି ବର୍ଷକର 365 ଦିନ ମଧ୍ୟରୁ ମହତ୍ଵ ପୂର୍ଣ୍ଣ, ଶୁଭ ଦିନ ଅଟେ । ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣର ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି ଦିନ ଭଗବାନ ବିଶୁଣୁ ପର୍ଶୁରାମ ଅବତାର ନେଇଥିଲେ ।
ଭଗବାନ ବିଶୁଣୁଙ୍କର ଆଉ ଏକ ଅବତାର ହୟାକ୍ଷଭ ଏହି ଦିନ ଅବତାର ନେଇଥିଲେ । ବାବା ବଦ୍ରିନାଥଙ୍କର ଦ୍ଵାର ଖୋଲାଯାଏ ଏହି ଦିନ । ବୃନ୍ଦାବନରେ ଅଧିଷ୍ଠାତା ଦେବ ବାଙ୍କ ବିହାରୀ ଏହି ଅକ୍ଷୟ ତୃତୀୟା ଦିନ ତାଙ୍କ ଚରଣ ଦର୍ଶନ କରିବାକୁ ମିଳିଥାଏ । ଏହି ଦିନ ବହୁତ ଶୁଭ ଦିନ ହୋଇଥାଏ ।
ଅକ୍ଷୟ ତୃତୀୟା ପୂର୍ବରୁ ଅଧ ମିଟର ନାଲି କପଡା, କଳା ହଳଦୀ ଖଣ୍ଡ, କଳା ଚାଉଳ, ସିନ୍ଦୁର, ରୂପା ଟଙ୍କା, 5ଟି ଲବଙ୍ଗ, 5ଟି ଗୋମତୀ ଚକ୍ର ଯୋଗାଡ କରନ୍ତୁ । ଅକ୍ଷୟ ତୃତୀୟା ଦିନ 5ଟି ନାଲି ଗୋଲାପ ଫୁଲ ଯୋଗାଡ କରନ୍ତୁ । ଏହି ସବୁ ଜିନିଷକୁ ନାଲି କପଡାରେ ବାନ୍ଧି ଦିଅନ୍ତୁ । ଏହି ଦିନ ସକାଳୁ ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରି ପୂଜାରେ ବସନ୍ତୁ ।
ପିଢା ଉପରେ ନାଲି ପୁଟୁଳି କୁ ରଖିବା ପରେ ଧୂପ, ଦୀପ ଲଗାଇବେ । ଆପଣ ପୂର୍ବ ବା ଉତ୍ତର ମୁହଁ କରି ବସି ଘିଅ, ଝୁଣା ଈପ ଲଗାନ୍ତୁ । ଏହା ପରେ ଓମ ଶ୍ରୀଙ୍ଗ ହ୍ରୀଙ୍ଗ ମହାଲକ୍ଷ୍ମୀ ନମହକୁ ରୁଦ୍ରାକ୍ଷ ମାଳରେ 3 ଥର ଜପ କରନ୍ତୁ । ଆପଣଙ୍କର ଶକ୍ତି ସାମର୍ଥ୍ୟ ଅନୁଯାୟୀ ଘୃତ ଆହୁତି ମା ଲକ୍ଷ୍ମୀ ଙ୍କ ନାଁ ରେ ନିଶ୍ଚୟ ଦିଅନ୍ତୁ । ଏହି ଉପାୟ ଟି କରିଲେ ଆପଣଙ୍କୁ କୋଟି ପୂଣ୍ୟ ପ୍ରାପ୍ତ ହେବ ।
ନାଲି କପଡାର ପୁଟୁଳି କୁ ଆପଣ ଧନ ରଖୁଥିବା ଜାଗାରେ ରଖିପାରିବେ । ଦେଖିବେ କେବେ ବି ଧନର ଅଭାବ ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।