ନମସ୍କାର ବନ୍ଧୁଗଣ । ପ୍ରତି ମାସରେ ଘରୋଇ ଗ୍ଯାସ ଦର ବୃଦ୍ଧି ପାଇବା ନେଇ ଗ୍ରାହକ ମାନେ ଚିନ୍ତାରେ ପଡିଥାନ୍ତି । କାରଣ ପ୍ରତି ମାସର ପହିଲାରୁ ଗ୍ଯାସ ଦର ପିଛା ୫୦ ଟଙ୍କା ବା ଅଧିକ ଟଙ୍କା ବୃଦ୍ଧି ପାଉଛି । କିନ୍ତୁ ଯଦି ଆପଣ ଏକ ନିର୍ଦିଷ୍ଟ ଆପ ରେ ଗ୍ଯାସ ବୁକିଙ୍ଗ କରନ୍ତି ତେବେ ଆପଣଙ୍କୁ ବର୍ତ୍ତମାନ ନିର୍ଧାରିତ ହୋଇଥିବା ଦରର ୫୦ ଟଙ୍କା କମ ରେ ଗ୍ଯାସ ମିଳିବ ବୋଲି ଜଣା ପଡିଛି । ବର୍ତ୍ତମାନ ଏହି ଖବର କୁ ନେଇ ଚର୍ଚ୍ଚା ଜୋର ଧରିଛି ।

କୋରୋନା ମହାମାରୀ ସମୟରେ ଅନେକ ସାମଗ୍ରୀ ର ଦର ଦାମ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଗ୍ଯାସ ଦର ଶସ୍ତା ହେବ ଅକଥା ଜଣା ପଡିବା ପରେ ଗ୍ରାହକ ମାନେ ଆଶ୍ଵସ୍ତି ପ୍ରକାଶ କରିଛନ୍ତି । ଏହା ସହ ଗ୍ରାହକ ମାନେ ଖୁସି ମଧ୍ୟ ହୋଇଛନ୍ତି । ଏଠାରେ ସ୍ପଷ୍ଟ ସୂଚନା ରହିଛି ଯେ ପେକ୍ଟ ଆପ ଶସ୍ତା ଅଫର ଆଣିଛି । ଡିଜିଟାଲ ପେମେଣ୍ଟ କୁ ସହଜ କରୁଥିବା ଏହି ଆପ ରେ ଯଦି ଗ୍ରାହକ ମାନେ ଗ୍ଯାସ ସିଲିଣ୍ଡ ବୁକିଙ୍ଗ କରନ୍ତି ତେବେ ଗ୍ଯାସ ପ୍ୟାକ ଅଫର ପାଇ ପାରିବେ ।
ଯାହା ଦ୍ଵାରା ଆପଣ ପ୍ରତି ଟି ଗ୍ଯାସ ରେ ପାଖାପାଖି ୫୦ ଟଙ୍କା ସେଭ କରି ପାରିବେ । ଯଦି ଆପଣ ICICI ବ୍ଯାଙ୍କ ଦ୍ଵାରା ପରିଚାଳିତ ହେଉଥିବା ପକେଟ ଆପ ମାଧ୍ୟମ ରେ LPG ଗ୍ଯାସ ବୁକିଙ୍ଗ କରୁଛନ୍ତି ତେବେ ଆପଣଙ୍କୁ ୧୦ ପ୍ରତିଶତ କ୍ଯାସ ବ୍ୟାକ ମିଳିବ ବୋଲି ସୂଚନା ରହିଛି । ସିଧା ସଳଖ କହିବାକୁ ଗଲେ ଆପଣ ପ୍ରତି ଗ୍ଯାସ ସିଲିଣ୍ଡର ରେ ୫୦ ଟଙ୍କା ଲାଭ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଆପଣ କମ ଟଙ୍କା ରେ କେମିତି ଗ୍ଯାସ କିଣି ପାରିବେ ।

ଯଦି ଆପଣ କମ ଟଙ୍କା ରେ ଗ୍ଯାସ କିଣିବା ପାଇଁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ପକେଟ ୱାଲେଟ ଆପ ଡାଉନ ଲୋଡ କରନ୍ତୁ । ଏହା ପରେ ସେଠାରେ ଦିଆ ଯାଇଥିବା ଅପସନକୁ ଯାଇ ଗ୍ଯାସ ବୁକିଙ୍ଗ କରନ୍ତୁ । ବୁକିଙ୍ଗ କରିବା ପରେ ପେମେନ୍ଟ କୁ ଯାଇ ରିଚାର୍ଜ ଓ ପେ ବିଲରେ ଥିବା ପେ ବିଲ ଉପରେ କ୍ଲିକ କରନ୍ତୁ । ଏହା ପରେ ମୋର ଅପସନ ଉପରେ କ୍ଲିକ କରିବା ପରେ ଆପଣ LPG ପାଖରେ ସର୍ଭିସ ପ୍ରୋଭାଇଡ ଉପରେ କ୍ଲିକ କରନ୍ତୁ ।
ଏହା ପରେ ଆପଣ ମୋବାଇଲ ନମ୍ବର ଦେଇ ଗ୍ଯାସ ବୁକିଙ୍ଗ କରିବେ । ବୁକିଙ୍ଗ କରିବା ପରେ ଆପଣଙ୍କୁ ରିୱାର୍ଡ ଆକାରରେ ୫୦ ଟଙ୍କା କ୍ୟାସ ମିଳିବ । ଆଜିର ମହଙ୍ଗା ଯୁଗରେ ଗ୍ଯାସ ବୁକିଙ୍ଗ କରିବାରେ ୫୦ ଟଙ୍କା ସେଭ ହେବ ବହୁତ ବଡ କଥା ।
ବନ୍ଧୁଗଣ ଆପଣ ମାନଙ୍କର ଗ୍ଯାସ ଦର କମ ହେବାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
