56 ବର୍ଷ ବୟସରେ ପ୍ରକାଶ ରାଜ କରିଲେ ପୁଣି ବିବାହ, ବିବାହ ଫଟୋ ହେଉଛି ଭାଇରାଲ

ସାଉଥ ଓ ବଲୀଉଡ ଇଣ୍ଡଷ୍ଟ୍ରିର ଫିଲ୍ମରେ ଖଳନାୟକ ରୂପରେ ନଜର ଆସୁଥିବା ପ୍ରକାଶ ରାଜଙ୍କ ବିଷୟରେ ଆପଣ ଜାଣିଥିବେ । ତାଙ୍କର ଅଭିନୟ ଓ ଡାଇଲାଗ ଯୋଗୁ ଲୋକମାନେ ତାଙ୍କର ଦିବାନା ଅଟନ୍ତି । ସିଙ୍ଘମ, ୱାନ୍‍ଟେଡ ଭଳି ଫିଲ୍ମରେ ନିଜର ଜବରଦସ୍ତ କିରଦାର ପାଇଁ ପ୍ରଶଂସା ପାଇଥିବା ମହାନ ଅଭିନେତା ପ୍ରକାଶ ରାଜ ପୋନି ବର୍ମାଙ୍କ ସହ ୧୧ ବର୍ଷ ତଳେ ବିବାହ କରିଥିଲେ । ଏହି ସମ୍ପର୍କ ୧୧ ବର୍ଷ ପୁରା ହେବା ପରେ ଅଭିନେତା ଏକ ଭିନ୍ନ ଅନ୍ଦାଜରେ ଏହି ମୁହୂର୍ତକୁ ସେଲିବ୍ରେସନ କରିଲେ ।

ପ୍ରକାଶ ରାଜ ପୁଣି ଥରେ ନିଜର ପତ୍ନୀ ପୋନି ବର୍ମାଙ୍କ ସହ ନିଜର ପିଲାମାନଙ୍କ ସାମ୍ନାରେ ଦ୍ଵିତୀୟ ବିବାହ କରିଲେ । ଏହି ବିବାହର କାରଣ ତାଙ୍କର ପିଲାମାନେ ହିଁ ଥିଲେ ଓ ଯାହା ବିଷୟରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ।

ପ୍ରକାଶ ରାଜ ନିଜର ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରି ଲେଖିଲେ କି ସେ ତାଙ୍କର ପତ୍ନୀ ପୋନି ବର୍ମାଙ୍କୁ ପୁଣି ଥରେ ବିବାହ କରିଛନ୍ତି । କାରଣ ତାଙ୍କ ପୁଅ ବେଦାନ୍ତ ତାଙ୍କର ବିବାହକୁ ଦେଖିବାକୁ ଚାହୁଁ ଥିଲା । ପରିବାରର ଏହି ଉତ୍ସବ ମଧ୍ୟରେ ପ୍ରକାଶ ରାଜ ନିଜର ପତ୍ନୀ ଓ ପିଲାମାନଙ୍କ ସହିତ ନଜର ଆସୁଛନ୍ତି । ଗୋଟିଏ ଫଟୋରେ ସେ ନିଜର ସ୍ତ୍ରୀକୁ କିସ କରୁଥିବାର ବି ନଜର ଆସୁଛନ୍ତି ।

ମଙ୍ଗଳବାର ଦିନ ପ୍ରକାଶ ରାଜ ଓ ପୋନି ବର୍ମାଙ୍କ ୱେଡିଂ ଏନୀବର୍ସରୀ ଥିଲା । ଏହାକୁ ସେଲିବ୍ରେଟ କରି ପ୍ରକାଶ ରାଜ ଲେଖିଲେ କି ଏହା କେତେ ଦୂର ଠିକ ଥିଲା…ମୋର ଭଲ ବନ୍ଧୁ ହେବା ପାଇଁ ….ଗୋଟିଏ ପ୍ରେମିକା ଓ ଗୋଟିଏ ଭଲ ସହ ଯାତ୍ରୀ ହେବା ପାଇଁ ମୋର ସ୍ତ୍ରୀକୁ ଧନ୍ୟବାଦ । କହିଦେଉଛୁ କି ପ୍ରକାଶ ରାଜ ଯେତେବେଳେ ୪୫ ବର୍ଷର ଥିଲେ ସେହି ସମୟରେ ତାଙ୍କୁ ନିଜର ପତ୍ନୀ ପୋନିଙ୍କ ସହ ପ୍ରେମ ହୋଇଥିଲା ।

ଏହା ପରେ ଦୁଇ ଜଣ ୨୦୧୦ରେ ବିବାହ କରଥିଲେ । ପ୍ରକାଶ ରାଜ ଓ ପୋନି ଦୁଇ ଜଣ ଫିଲ୍ମ ସେଟରେ ଦେଖା ହୋଇଥିଲେ । ଯେଉଁଠି ପୋନି ଗୋଟିଏ ଗୀତକୁ କରିୟୋଗ୍ରାଫ ଆସିଥିଲେ । ଏହା ପୂର୍ବରୁ ପ୍ରକାଶ ରାଜ ନିଜର ପ୍ରଥମ ପତ୍ନୀ ଠାରୁ ୨୦୦୯ରେ ଅଲଗା ହୋଇସାରିଥିଲେ । ଯଦି ତାଙ୍କର ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ତେବେ ପ୍ରକାଶ ବର୍ତ୍ତମାନ ହିଁ ମଣ‍ି ରତ୍‍ନମଙ୍କ ର‍ିଲୀଜ ହୋଇଥିବା ସିରିଜ ‘ନବରସା’ରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *