ଏହି 5 ଲକ୍ଷଣ ଥିବା ପୁରୁଷଙ୍କୁ ତାଙ୍କ ସ୍ତ୍ରୀ କେବେ ହୃଦୟରୁ ପସନ୍ଦ କରନ୍ତି ନାହିଁ, ଅନ୍ୟ ସହ ରଖନ୍ତି ପ୍ରେମ ସମ୍ପର୍କ- Vidur Niti

ନମସ୍କାର ବନ୍ଧୁଗଣ, ପୁରୁଷ ନାରୀ ସଂସାର ରଥର ଦୁଇଟି ଚକ । ଜଣଙ୍କ ବୀନା ଅନ୍ୟ ଜଣଙ୍କର କିଛି ଅସ୍ତିତ୍ୟ ନଥାଏ । ତେଣୁ ସ୍ଵାମୀ ସ୍ତ୍ରୀ ପରସ୍ପର ସହ ଭଲ ବୁଝାବଣା ରଖି ଜୀବନରେ ଆଗକୁ ବଢିବା ଉଚିତ । କିନ୍ତୁ ଉଭୟଙ୍କ ମଧ୍ୟରୁ ଯଦି କାହାଠାରେ କିଛି ବି ଖରାପ ଲକ୍ଷଣ ରହିଥାଏ ତେବେ ସେହିଠାରେ ହିଁ ସମ୍ପର୍କର ଡୋରୀ ଦୁର୍ବଳ ହୋଇଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ପୁରୁଷଙ୍କ ଠାରେ କେଉଁ ଲକ୍ଷଣ ଥିଲେ ସ୍ତ୍ରୀମାନେ ହୃଦୟରୁ ହିଁ ତାଙ୍କୁ ଧିକାର କରିଦେଇଥାନ୍ତି ।

ପ୍ରଥମ: ଗୋଟିଏ ପୁରୁଷକୁ ସ୍ତ୍ରୀ କରୁଥିବା କାମରେ ବେଶି ମୁଣ୍ଡ ଖେଳାଇବା ଉଚିତ ହୋଇନଥାଏ । ସ୍ତ୍ରୀଲୋକ କରୁଥିବା କାର୍ଯ୍ୟ ସବୁବେଳେ ଦରକାର ନଥିଲେ ବି କରିବାକୁ ଲାଗିପଡନ୍ତି ଏଭଳି ପୁରୁଷଙ୍କୁ ସ୍ତ୍ରୀ ମାନେ ପସନ୍ଦ ପସନ୍ଦ କରିନଥାନ୍ତି ।

ଦିତୀୟ: ପର ସ୍ତ୍ରୀ ଠାରୁ ଆଜ୍ଞା ନେଇ ଯେଉଁ ପୁରୁଷ କାମ କରିଥାଏ ଏବଂ ନିଜର ଗୁରୁତ୍ଵପୂର୍ଣ କାର୍ଯ୍ୟକୁ ତାଙ୍କ ପାଇଁ ଛାଡିଦେଇଥାଏ ସେ ପୁରୁଷ ମୂର୍ଖରେ ଗଣା ହୋଇଥାଏ । ପର ସ୍ତ୍ରୀ ହାତରେ ନିଜକୁ କଣ୍ଢେଇ କରି ନଚୋଊଥିବା ପୁରୁଷଙ୍କୁ ସ୍ତ୍ରୀ ମାନେ ପସନ୍ଦ କରିନଥାନ୍ତି ।

ତୃତୀୟ: ଯେଉଁ ପୁରୁଷ ପର ସ୍ତ୍ରୀର ସବୁ କଥାକୁ ସତ ମାନିଥାଏ ଏବଂ ନିଜ ସ୍ତ୍ରୀର କଥାକୁ ମିଛ କହି ସମସ୍ତଙ୍କ ଆଗରେ ଅସମ୍ମାନ କରିଥାଏ ସେଭଳି ପୁରୁଷଙ୍କ ପ୍ରତି ସ୍ତ୍ରୀ ମନରେ କେବେ ମଧ୍ୟ ଭଲ ପାଇବା ଆସିନଥାଏ । ଚତୁର୍ଥ: ଯେଉଁ ପୁରୁଷ ସ୍ତ୍ରୀ ଦ୍ଵାରା କରାଯାଇଥିବା ପ୍ରଶଂସାକୁ ଶୁଣି ଦରକାର ଠାରୁ ବେଶି ଖୁସି ହୋଇଯାଇଥାଏ ସେଭଳି ପୁରୁଷ ନିଜ ମୁର୍ଖାମିର ପରିଚୟ ଦେଇଥାନ୍ତି । ତେଣୁ ଏମାନେ ସ୍ତ୍ରୀମାନେ ନିଜ ହାତ ମୁଠାରେ ରଖିଥାନ୍ତି ଭଲ ପାଇନଥାନ୍ତି ।

ପଞ୍ଚମ: ଯେଉଁ ପୁରୁଷର ପଇସା ନଥାଏ କିନ୍ତୁ ନିଜ ସ୍ତ୍ରୀ ସାମ୍ନାରେ ବସି ବଡ ବଡ ଯୋଜନା ମାନ କରିଥାଏ ଗରିବ ହୋଇ ଧନୀ ହେବାର ନାଟକ କରିଥାଏ । ଏଭଳି ପୁରୁଷ ପ୍ରତି ସ୍ତ୍ରୀ ମାନଙ୍କର ସମ୍ମାନ ଭାବନା ଆସିନଥାଏ । ଷଷ୍ଠ: ଯେଉଁ ପୁରୁଷ ଘରେ ବସି ଟଙ୍କା ପାଇବାର ଆଶା ରଖିଥାଏ । ଏବଂ ରାତା ରାତି ବଡଲୋକ ହେବାର ସ୍ଵପ୍ନ ଦେଖିଥାଏ ସେହିଭଳି ପୁରୁଷକୁ ସାରା ସଂସାର ମୂର୍ଖ ବୋଲି ଭବିଥାଏ । ତେଣୁ ସ୍ତ୍ରୀମାନେ ଏଭଳି ସ୍ଵାମୀଙ୍କୁ ପସନ୍ଦ କରିନଥାନ୍ତି ।

ସପ୍ତମ: ବିନା କାରଣରେ ଯେଉଁ ପୁରୁଷ ଅଯଥା କ୍ରୋଧ କରିଥାଏ । ସ୍ତ୍ରୀ ମାନଙ୍କୁ ନାଚାର ଭାବି ଯେଉଁ ପୁରୁଷ ତାଙ୍କ ଉପରେ ଗର୍ଜନ କରିଥାନ୍ତି ସେଭଳି ପୁରୁଷଙ୍କୁ ସ୍ତ୍ରୀ ମାନେ ନିଜ ମନରେ କେବେ ମଧ୍ୟ ଭଲ ପାଇବାର ସ୍ଥାନରେ ରଖିନଥାନ୍ତି । ପୁରୁଷମାନେ ଏହି ସମସ୍ତ ଲକ୍ଷଣକୁ ଧ୍ୟାନରେ ରଖିବା ଫଳରେ ସ୍ତ୍ରୀ ମାନଙ୍କ ଭଲ ପାଇବାର ପାତ୍ର ହୋଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *