ଏହି 5ଟି ପକ୍ଷୀ ଘରକୁ ଆସିବା ହୋଇଥାଏ ଅଶୁଭ, ଦେଖିବା ମାତ୍ରେ ଘଉଡାଇ ଦେବା ଉଚିତ- Shakun Shastra

ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ଏମିତି କିଛି ପକ୍ଷୀ ମାନଙ୍କ ଆଗମନ ହେବା ଦ୍ଵାରା ଘର ବରବାତ ହୋଇଯାଏ । ଏମିତିକି ଗର୍ଭବତୀ ମହିଳାଙ୍କ ପାଇଁ ଏହି ପକ୍ଷୀ ମାନଙ୍କର ଆସିବା ଅଶୁଭ ହୋଇଥାଏ । ଏହି ପକ୍ଷୀ ଘରକୁଆ ଆସିଲେ ଅଶୁଭ ପରିଣାମ ଦେଖାଯାଏ । ଏହା ସହ ଘରେ ଅଚାନକ ଖର୍ଚ୍ଚ ଅଧିକ ହୋଇଥାଏ । ଏମିତି ପକ୍ଷୀ ଧନ ଖର୍ଚ୍ଚ ହେବାର ସୂଚକ ହୋଇଥାନ୍ତି । ପ୍ରାଚୀନ କାଳରେ ଲୋକ ମାନେ କିଛି ପକ୍ଷୀ ମାନଙ୍କର ଆଗମନକୁ ଶୁଭ ଓ ଅଶୁଭ ମାନିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ କେଉଁ ପକ୍ଷୀ ଘରକୁ ଆସିଲେ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛି । ୧- ପାରା : ଶାସ୍ତ୍ର ଅନୁସାରେ ପାରା ଘରେ ବସା ବାନ୍ଧିଲେ ଅଶୁଭ ହୋଇଥାଏ । ଯେଉଁ ଜାଗାରେ ପାରା ବସା ବାନ୍ଧିଥାଏ ସେହି ଜାଗାରେ ଅଲକ୍ଷ୍ମୀର ବାସା ହୋଇଥାଏ । ଏପରି ସ୍ଥାନରେ ମା ଲକ୍ଷ୍ମୀଙ୍କର ବାସ ରୁହେ ନାହି ।

ପାରା ମାନଙ୍କର ଘରକୁ ଆସିବା ଦ୍ଵାରା ମଇଳା ହୋଇଥାଏ । ଏହା ସହ ଖରାପ ଶକ୍ତିର ବୃଦ୍ଧି ହୋଇଥାଏ । ଏହା ଦ୍ଵାରା ଧନ ହାନି ହୋଇଥାଏ । ତେଣୁ ଘରେ ପାରା ବସା ବାନ୍ଧିବା ଅନୁଚିତ ।

୨- ଚମଗାଦଡ : ଯେଉଁ ଘରେ ଚମଗାଦଡ ବସା ବାନ୍ଧିଥାଏ ସେହି ଘରେ ରୋଗରେ ପଡିବା ବା ମୃତ୍ୟୁ ଭଳି ଭୟାନକ ଦୁର୍ଘଟଣା ଘଟିଥାଏ । ଏହି ପକ୍ଷୀ ଘରେ ରହିଲେ ପରିବାରରେ କଳହ ସୃଷ୍ଟି ହେବ ସହ ଖରାପ ଶକ୍ତିର ବାସା ହୋଇଥାଏ । ତେଣୁ ଘରେ କେବେ ବି ଏହି ପକ୍ଷୀର ବସା ବାନ୍ଧିବା ଅନୁଚିତ ।

୩- କାଉ : ବାସ୍ତୁ ଅନୁସାରେ କାଉ ଘରେ ବସା ବାନ୍ଧିବା ବା ଆଖପାଖରେ ଦେଖାଯିବା ଅଶୁଭ ହୋଇଥାଏ । ସ୍ଵପ୍ନରେ କାଉ ଦେଖିବା ଅଶୁଭ ମାନାଯାଏ । ସ୍ଵପ୍ନରେ କାଉ ଶବ୍ଦ ଶୁଣିବା ବା କୌଣସି ବ୍ଯକ୍ତିର କାନ୍ଧରେ କାଉ ବସିବା ହେଲେ ଦୁର୍ଭାଗ୍ୟ ଆସିବାର ସଙ୍କେତ ମିଳିଥାଏ ।

୪- ଟିଟୋରି : ଘରେ ଟିଟୋରି ବସା ବାନ୍ଧିଲେ ବା ଦେଖାଗଲେ କୌଣସି ବଡ ବିପଦ ଆସିବାର ସୂଚନା ମିଳିଥାଏ । କାରଣ ଟିଟୋରି ସର୍ବଦା ମାଟିରେ ରହିବା ସହ ମାଟିରେ ଅଣ୍ଡା ଦେଇଥାଏ । ଏମାନଙ୍କର ଘରେ ଅଚାନକ ଦେଖାଯିବା ବହୁତ ବଡ ଅଶୁଭ ହୋଇଥାଏ ।

୫- ପେଚା : ଯଦି ଘରେ ବାରମ୍ବାର ପେଚା ଦେଖାଯିବା ସହ ଗୋଟିଏ ଦିଗରେ ଚିତ୍କାର କରୁଥାଏ ତେବେ ଏହା ଅଶୁଭ ହୋଇଥାଏ । ଘର ଆଗରେ ପେଚା ଆବାଜ କରିବା ବରବାତି ଆସିବାର ସୂଚନା ଦେଇଥାଏ । ପେଚା ଦେଖିବା ଶୁଭ ହୋଇଥିଲେ ମଧ୍ୟ ଘର ବା ଘର ଚାରି ଦିଗରେ ଦେଖାଗଲେ ବହୁତ ବଡ ବିପଦର ସୂଚନା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *