6 ଜାନୁୟାରୀ 2019 ରବିବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:

ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । କାର୍ଯ୍ୟର ସୁଫଳ ପାଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବଳଶାଳୀ ହେବେ । ଶତ୍ରୁ ଦମନ କରି ନିଶ୍ଚିନ୍ତ ହେବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଚାକିରିକ୍ଷେତ୍ରରେ ପ୍ରଶଂସା ମିଳିବ । ଯୋଗାଯୋଗରେ ଅଗ୍ରଗତି ଘଟିବ । ଉଦାର ସ୍ୱଭାବର ହେବେ । ଦାନଧର୍ମକୁ ଆଦରି ନେଇ ପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷିରୁ ଲାଭ ମିଳିବ । ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:

ଘାତଚନ୍ଦ୍ର ଭୋଗ ହେତୁ ଠାକୁରଙ୍କୁ ଧ୍ୟାନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଧାର୍ମିକ ଓ ତେଜସ୍ୱୀ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ପଢ଼ା ଲେଖାରେ କୃତିତ୍ୱ ଅର୍ଜନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ । ପ୍ରତିକାର : କେଶର, ହଳଦୀ ଘୋରି ମୁଣ୍ଡରେ ଲଗାନ୍ତୁ ।

ମିଥୁନ :

ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ । ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ । ଏହାକୁ ଉପଭୋଗ କରିବେ । ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ । ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ :

ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ । ଏହି ସମୟ ଖୁସିର ଉତ୍ସବ କଟାଇବାର ଅଟେ । ସେମାନଙ୍କୁ କୌଣସି ଉପହାର, ଭଲ ନମ୍ବର ନ ହେଲେ ବହୁତ ପ୍ରଂଶସା ମିଳିପାରେ । ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ । ପ୍ରତିକାର : ଭିକାରୀଙ୍କୁ ଅନ୍ନ ଦାନ କରନ୍ତୁ ।

ସିଂହ :

ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରୀ ସ୍ତରରୁ ଲାଭ ମିଳିବ । ପାରିବାରିକ ସୁଖ ମିଳିବ । ପରିବେଶରୁ ଭୟ ଉପୁଜିପାରେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି

କନ୍ୟା –

ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ ।  ପରମ ଭାଗ୍ୟଶାଳୀ ହେବେ । ପରବେଶବାସୀ, ସହଦଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତିନୀଷ୍ଠ ହେବେ । ପ୍ରତିକାର : ପିମ୍ପୁଡ଼ି ଗାତପାଖରେ ଗୁଡ଼ ରଖନ୍ତୁ ।

ତୁଳା :
ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ

ବିଛା

ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ । ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ବିଦ୍ୟାର୍ଥୀ ସଫଳତା ଲାଭ କରିବେ | ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ

ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ । ଆଜି ଆପଣ ଦ୍ୱିଧାରେ ଅଛନ୍ତି । ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ । ସଞ୍ଚୟର ଉପଯୋଗ କରିବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । କଅଁଳ ବଚନରେ ଅନ୍ୟକୁ ମୁଗ୍ଧ କରିପାରନ୍ତି । ସ୍ୱାଭିମାନୀ ହେବେ । ଏକାନ୍ତ ପ୍ରିୟ ହୋଇପାରନ୍ତି । ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ | ପ୍ରତିକାର : ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ମକର

ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ । କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ । ଯେସାକୁ ତେସା ନୀତି ପ୍ରୟୋଗ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍‌ କିଛି ଧନ ମିଳିବ । ବିଦ୍ୟାର୍ଥୀ ପଢ଼ାରେ ମନ ଦେବେ ।

କୁମ୍ଭ

ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ । ଦେବ-ଦେବ ମହାଦେବଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ । ସୁଖ ସମ୍ଭୋଗ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଉତ୍ତମ ଭୋଜନ ମିଳିବ | ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ

ମୀନ

ଆଜି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଖୁବ୍ ପ୍ରଶଂସା କରିବେ । ଆପଣ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରଶଂସା ଗାଇବେ । ଆପଣ ଜଣେ ବନ୍ଧୁମାନ ବ୍ୟକ୍ତି । ଯଦି ଆପଣଙ୍କୁ ବନ୍ଧୁମାନେ ଉପଦେଶ ମାଗନ୍ତି ,ତେବେ ଆପଣ ତାଙ୍କୁ ନିରାଶ କରନ୍ତୁ ନାହିଁ । ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ । ଦୂରଯାତ୍ରା ଲାଭଦାୟକ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପାଇ ଗର୍ବିତ ହୋଇପାରନ୍ତି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ । ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *