6 ଡିସେମ୍ବର 2018 ଗୁରୁବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ । କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ । ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ । ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ | ମାନସିକ ରୂପରେ ମଧ୍ୟ ଚିନ୍ତା ଆସିବ । ଆର୍ଥିକ ରୂପରେ ଦିନ ଲାଭଦାୟୀ ଅଟେ । ଘରର ଲୋକମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଯାତ୍ରା କରିପାରନ୍ତି । ପ୍ରତିକାର– ଗହମ, ଗୁଡ କିଛି ଦାନ କରନ୍ତୁ ।

ବୃଷ

ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ । ମହିଳାବର୍ଗଙ୍କଠାରୁ ଲାଭ ହେବାର ଯୋଗ ଅଛି । ପ୍ରିୟ ପାତ୍ରଙ୍କ ସହ ଭେଟ ହେବ । ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ | ଶାରୀରିକ ଫୁର୍ତିର ଅଭାବ ରହିବା କାରଣରୁ ଆଳସ୍ୟ ଅନୁଭବ ହେବ, ଯେଉଁଥିରେ କାର୍ଯ୍ୟ ଧିର ଗତିରେ ପୂର୍ଣ୍ଣ ହେବ । ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

ମିଥୁନି

ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ଆଜିର ଦିନ ଆନନ୍ଦପୂର୍ବକ ବିତିବ । ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ । ଧନ ବୃଦ୍ଧି ହେବ । ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି । ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ ।  ଉଚ୍ଚ ଅଧିକାରୀମାନଙ୍କ ଉପରେ ଆପଣଙ୍କ କାର୍ଯ୍ୟର ସକାରାତ୍ମକ ଅସର ହେବାରୁ ଆପଣଙ୍କ ଉପରେ ପ୍ରସନ୍ନ ରହିବେ,ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ ।

କର୍କଟ

ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ । ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ । ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ । ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ । ଯାତ୍ରାର ମଧ୍ୟ ଯୋଗ ଅଛି । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ସିଂହ

ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ । ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ । ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ,ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା

ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି । ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ । ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ । ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ । ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ ।

ତୁଳା

ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ । ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ । ଯାତ୍ରା ଲାଭଦାୟୀ ନୁହେଁ । ଧାର୍ମିକ କାର୍ଯ୍ୟ ହେବ,ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ ।

ବିଛା

କୌଣସି ଶୁଭ ସମାଚାର ଶୁଣିବେ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ । ବ୍ୟାପାରରେ ପ୍ରଚୁର ଲାଭ ହେବ, କିନ୍ତୁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ । ପ୍ରତିକାର–କୌଣସି ଲୋକକୁ ମିଠା ଖାଇବାକୁ ଦେବେ ।

ଧନୁ

ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ । ଏହି କାମ ଚ଼େସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ । ଆଜିର ଦିନ ଶୁଭଫଳଦାୟୀ ହେବ । ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ । ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ । କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ,ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ମକର

ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ । ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ । ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ ।

କୁମ୍ଭ

ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା । କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି । ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।   ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ । କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ । ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ । ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି,ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ ।

ମୀନ

ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ । ପୈତୃକ ସଂପତ୍ତି ଲାଭ ହେବ । ତଥାପି ମଧ୍ୟ ବାହନ, ବାସଗୃହ ଆଦିର କାଗଜପତ୍ର ସମ୍ବନ୍ଧିତ କାର୍ଯ୍ୟରେ ସାବଧାନପୂର୍ବକ ଆଗକୁ ବଢ଼ିବେ.ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ ।

Leave a Reply

Your email address will not be published. Required fields are marked *