6-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଶନିବାର)

ମେଷ : ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭ୍ରମଣରେ ବୁଲି ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଲେଖକଙ୍କୁ ପୁରସ୍କାର ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ: ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଅସୁବିଧାରେ ପଡ଼ି କିଛି ସମୟ ପାଇଁ ଅଟକି ଯାଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ସୁଖ ସମ୍ମାନର ଅଧିକାରୀ ହେବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ଅଛି।

କର୍କଟ: କ୍ୟାରିୟରରେ ସଫଳତା ମିଳିବ। ଜମି ଜମାକୁ ନେଇ କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କାଟିବେ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଯାତ୍ରା କରିବାର ଯୋଗ ରହିଛି।

କନ୍ୟା : ଆଜି ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ । ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ । ଉଚ୍ଚଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ । ପାରିବାରିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ବୃଦ୍ଧି ହେବ ।

ତୁଳା : ଆଜି ଆପଣଙ୍କ ଜୀବନରେ କୌଣସି ନୂଆ ଅବସର ମିଳିବ । ଏଥିପାଇଁ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଲାଭ ହେବ । ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ ।

ବିଛା : ଆଜି ମହିଳାଙ୍କ ପାଇଁ ପ୍ରେମର ଦିନଟିଏ । ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ । ବ୍ୟବସାୟରେ ଆର୍ଥିକ ଲାଭ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକାରୀଙ୍କଠାରୁ ବଡ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି । ମାନସିକ ସ୍ତରରେ ଖୁସି ରହିବେ ।

ଧନୁ: ନୂତନ କାର୍ଯ୍ୟର ଭାର ଗ୍ରହଣ କରିବାର ସୂଚନା ମିଳୁଛି। ନୀରବ ଭାବ ପ୍ରଦର୍ଶନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। ଚାକିରିକ୍ଷେତ୍ରରେ ସମସ୍ୟା ଦେଖାଯିବ। ସବୁଜ ରଙ୍ଗର ଫଳ ଦାନ କରନ୍ତୁ।

କୁମ୍ଭ : ଆଜି ଆପଣଙ୍କ ଭାଗ୍ୟରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ । ଆଧ୍ୟାତ୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ । ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର ହେବ । ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ : ଆଜି ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ପଦ ପ୍ରତିଷ୍ଠା ବଢିପାରେ । ଅଚାନକ ଆର୍ଥିକ ଲାଭ ହେବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *