ମାଳିକାକୁ ଯେଉଁମାନେ ଅବିଶ୍ଵାସ କରୁଛନ୍ତି କଣ ହେବ ତାଙ୍କର, ବାବା ଦେଲେ ଚେତାବନୀ- Malika Bachana

ବନ୍ଧୁଗଣ ମହାପୁରୁଷ କହିଥିଲେ,- କଳିଯୁଗର ଆଗତ ଭବିଷ୍ୟତ ହେ’ ରାମ ଅର୍ଥାତ ମହାପୁରୁଷ କହୁଥିଲେ କଳିଯୁଗ ରେ କଣ କଣ ଘଟିବ ? ବନ୍ଧୁଗଣ ମହାପୁରୁଷ କହିଲେ,- “କୁ ପୁତ୍ର ହୋଇବେ ଜାତ, କୁସଙ୍ଗ ରେ ପଡି ହୋଇବେ ହତ ଲୋ ଯାଇଫୁଲ, ଏହା ଘୋର କଳି ର ଯେ’ ସତ” । ବନ୍ଧୁଗଣ ଏହାର ଅର୍ଥ ପୁତ୍ର ତ ଜାତ ର ଇଚ୍ଛା ସମସ୍ତେ କରିଥାନ୍ତି ।

ମହାପୁରୁଷ କହିଲେ ସଂସାର ଭିତରେ ମନୁଷ୍ୟ ଗୋଟିଏ ନରକ ରୁ ଉଦ୍ଧାରିବା ପାଇଁ ପୁତ୍ର ମନାସନ୍ତି ଜନେ । ମାତ୍ର ସେହି ପୁତ୍ର ଯେବେ କୁପୂତ୍ର ହୋଇବ ତେବେ ତାହା କୋଟିଏ ନରକ କୁ ଟାଣେ । ଅର୍ଥାତ ପୁତ୍ର ଟିଏ ଜାତ କରିବା ପଛର କାରଣ ରହିଥାଏ ନରକ ରୁ ଉଦ୍ଧାର କରିବା ପାଇଁ । ମାତ୍ର ଏଭଳି ସମୟ ଆସିବ କୁପୂତ୍ର ଜାତ ହେବ । ଅର୍ଥାତ କୁପୂତ୍ର ହୋଇଲେ କୋଟିଏ ନର୍କ କୁ ସେ ଟାଣିବ । ବନ୍ଧୁଗଣ ପୁତ୍ର ଆଶାରେ କନ୍ୟା କୁ ବୋଝ ଭାବୁଥିବା ମନୁଷ୍ୟ ପ୍ରକୃତରେ ଭାବି ଦେଖନ୍ତୁ ନାରୀ ଅଥବା କନ୍ୟା ଆଦୌ ବୋଝ ନୁହେଁ ।

ବନ୍ଧୁଗଣ ଭଗବାନ କନ୍ୟା ସେହି ମାନଙ୍କୁ ଦେଇଥାନ୍ତି ଯେଉଁମାନେ କନ୍ୟାକୁ ସମ୍ଭାଳିବାର ସଂପୂର୍ଣ୍ଣ ତାକତ ରଖିଥାନ୍ତି । ଭଗବାନ ସମସ୍ତଙ୍କୁ କନ୍ୟା ସନ୍ତାନ ଦେଇ ନଥାନ୍ତି । ବନ୍ଧୁଗଣ ମହାପୁରୁଷ କହିଛନ୍ତି, ଯେଉଁ ପୁତ୍ର ଆଶାରେ ମନୁଷ୍ୟ କନ୍ୟା ଭ୍ରୁଣ ହ-ତ୍ୟା କରେ । ମାତ୍ର ସମୟ ଆସିବ ଯେ କୁପୂତ୍ର ହୋଇବେ ଜାତ । ବନ୍ଧୁଗଣ ଏଭଳି ପୁତ୍ର ଜାତ ହେବେ ଯେଉଁ ମାନେ ମାତା ପିତା ଙ୍କୁ ନରକ ଆଡକୁ ଟାଣି ନେଇଯିବେ ।

ସେହିଭଳି ପୁତ୍ର ମାନେ କୁସଙ୍ଗ ରେ ପଡି ବାପା ମା କୁ ନାନାଦି ପ୍ରକାରର ଦୁଶ୍ଚିନ୍ତା ରେ ପକାଇବେ । ଏହା ଫଳରେ ମାତା ପିତା ନିଜର ଜୀବନ ହରାଇବାକୁ ଉଦ୍ୟମ କରିବେ । ବନ୍ଧୁଗଣ ମହାପୁରୁଷ ବଡ ସୁନ୍ଦର ଭାବରେ କହିଛନ୍ତି,- “ନାରୀ ନୁହେଁ କେବଳ ଅବଳା ଦୁର୍ବଳା, ନାରୀ ସମାଜର ଭୃତି, ନାରୀ ନୁହେଁ କେବେ ପ୍ରେମର ପିତୁଳା, ନାରୀ ସମାଜର ଶକ୍ତି” । ବନ୍ଧୁଗଣ ଏଥିପାଇଁ ନାରୀ ମାନଙ୍କୁ ସାହିତ୍ୟ ତଥା ଶାସ୍ତ୍ର ଅଗ୍ରାଧିକାର ଦେଇଅଛି ଯେ ନାରୀ ହେଉଛି ସମାଜର ଭୃତି ।

ଏଣୁ ଆଦୌ କନ୍ୟା କୁ ନଷ୍ଟ କରନ୍ତୁ ନାହିଁ ଏବଂ ପୁତ୍ର ଆଶାରେ ଝିଅ କୁ ଅବହେଳା କରନ୍ତୁ ନାହିଁ । ବବନ୍ଧୁଗଣ ଏକଥା କହିବାର ଅର୍ଥ ମହାପୁରୁଷ ଉଲ୍ଲେଖ କରିଛନ୍ତି କୁ ପୁତ୍ର ହୋଇବେ ଜାତ । ବନ୍ଧୁଗଣ ଏହା ସହିତ ମାଳିକା କୁ ବିଶ୍ଵାସ ନ କରୁଥିବା ଲୋକ ମାନଙ୍କ ପାଇଁ ମଧ୍ୟ ଏଭଳି କିଛି ମହାପୁରୁଷ କହିଛନ୍ତି,- “ମୂର୍ଖ ମାନେ ପୁଣି କହିଣ ବୁଲିବେ ମିଥ୍ୟା ଅଟଇ ମାଳିକା, ଦାମ୍ଭିକ ମାନେ ଯେ ଖର୍ପରରେ ଯିବେ ନାଶିବେ ତାକୁ କାଳିକ” ।

ବନ୍ଧୁଗଣ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀ ଚରଣ ହେଉଛି ଜୀବ ମୁକ୍ତି ର କାରଣ । କାରଣ ଆମ୍ଭେ ଯାହା ସବୁ କରୁଛୁ ଜଗନ୍ନାଥ ଦେଖୁଛନ୍ତି । ” ବୟସ ବଢୁଛି ନାଟକ ସରୁଛି ଦୃଶ୍ୟ ଅଛି ବାକି, ଆମ୍ଭେ ପାପ କରୁଛୁ କି ପୂଣ୍ୟ କରୁଛୁ ସାକ୍ଷୀ ଏକା ଚକା ଆଖି” । ବନ୍ଧୁଗଣ ଆପଣ ମାଳିକା କୁ ବିଶ୍ଵାସ କରି ଈଶ୍ଵରଙ୍କୁ ପ୍ରାର୍ଥନା କରନ୍ତୁ ଏହି ମହାମାରୀ ସଙ୍କଟ ରୁ ଆମ୍ଭ ମାନଙ୍କୁ ଉଦ୍ଧାର କରନ୍ତୁ । ବନ୍ଧୁଗଣ ଆପଣ ମାନନ କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *