7 ଜାନୁୟାରୀ 2019 ସୋମବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ :

ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । କୌଣସି କାର୍ଯ୍ୟ ବିନା ବୁଝି ବିଚାରି କରନ୍ତୁ ନାହିଁ । ଆପଣଙ୍କୁ ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତର ଆନନ୍ଦ ମିଳିବ । ତାଙ୍କଠାରୁ ପ୍ରେମପୂର୍ଣ୍ଣ ସମ୍ବନ୍ଧରେ ଆପଣଙ୍କ ଆନନ୍ଦରେ ବୃଦ୍ଧି ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ମନୋବଳ ବଢ଼ାନ୍ତୁ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ ।

ବୃଷ :

ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ । କ୍ରୋଧକୁ ନିୟନ୍ତ୍ରଣରେ ରଖିକରି ସ୍ଵଭାବକୁ ମୃଦୁ ବନାଇ ରଖିବେ । ବାଣୀ ଉପରେ ନିୟନ୍ତ୍ରଣ ରଖିବାଯୋଗୁଁ ବାତାବରଣକୁ ଶାନ୍ତ ରଖିବାରେ ଆପଣ ସଫଳ ହୋଇପାରନ୍ତି । ଖର୍ଚ୍ଚର ମାତ୍ରା ଅଧିକ ରହିବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ । ଆର୍ଥିକ ରୂପରେ ଆପଣଙ୍କୁ ଲାଭ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ :

ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ । ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ । କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ । ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ । ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ । ପ୍ରତିକାର- ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

କର୍କଟ :

ପରିକ୍ଷାର୍ଥି ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ । ଆପଣଙ୍କ ମାନସିକ ବିଚଳିତ ହୋଇପାରେ କିନ୍ତୁ ପାଠପଢାରେ ମନଦିଅନ୍ତୁ । ଅଧିକ ଚିନ୍ତା ଗ୍ରସ୍ତ ନହୋଇ ପରୀକ୍ଷାରେ ଭଲ କରିବାକୁ ଚେଷ୍ଟା କରନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ । ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ । ଯଦି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଆପଣ କାହା ସହିତ ଉଗ୍ର ଚର୍ଚ୍ଚା ମନମାଳିନ୍ୟକୁ ଟାଳିବାରେ ସଫଳ ହୋ ପାରିବେ । ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ । ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ ।

ସିଂହ :

ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି । ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ । ବିଦ୍ୟାର୍ଥିମାନଙ୍କପାଇଁ ସମୟ କଠିନ ଅଟେ । ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ମନ ଚିନ୍ତିତ ହୋଇପାରେ, ପରନ୍ତୁ ମଧ୍ୟାହ୍ନ ପରେ ରୋଗରେ ଆପଣଙ୍କୁ ଆସ୍ୱସ୍ତି ଅନୁଭବ ହେବ । ମାନସିକ ରୂପରେ ମଧ୍ୟ ଆପଣଙ୍କୁ ଭଲ ଲାଗିବ । ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ ।

କନ୍ୟା :

ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ ।  ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ବ୍ୟାପାରରେ ଭାଗିଦାରୀରେ ଆପଣଙ୍କୁ ଲାଭ ହେବ । କୌଣସି ମନୋରଞ୍ଜନ ସ୍ଥଳକୁ ସ୍ନେହୀଜନମାନଙ୍କ ସହିତ ଯାତ୍ରା କରିବେ, ମନ ପ୍ରଫୁଲ୍ଲିତ ହୋଇଯିବ । ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଅନୁଭବ କରିବେ । ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ । ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

ତୁଳା :

ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । ଆଜି ଆପଣଙ୍କୁ ଫୂର୍ତ୍ତିର ଅଭାବ ରହିବ । ପାରିବାରିକ ସଦସ୍ୟମାନଙ୍କ ମଧ୍ୟରେ କଳହ ହେବାର ମଧ୍ୟ ଆଶଂକା ଅଛି । ସ୍ଥାବର ସଂପତ୍ତିର କାଗଜପତ୍ର ବିଷୟରେ ସାବଧାନ ରହିବେ । ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ରହିବ । ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ବିଚ୍ଛା :

ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ । ବହୁତ ମଜା କରନ୍ତୁ ଆଜି ଆପଣଙ୍କର ଭାବନା ସ୍ଥିର ରହିବ ଏବଂ ଆପଣ ବହୁତ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ଅଛି ,ତେଣୁ ଏହି ସମୟର ସଦୁପଯୋଗ କରନ୍ତୁ । ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ । ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ । ସ୍ଵାସ୍ଥ୍ୟରେ ବୃଦ୍ଧି ହେବ । ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଯଶକୀର୍ତ୍ତି ମିଳିବ । ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ଧନୁ :

ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ଆଜିର ଦିନ ଆପଣଙ୍କ ବାଣୀର ପ୍ରଭାବରେ ଆପଣଙ୍କୁ ଲାଭ ହେବ । ଏହା ଅନ୍ୟ ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧରେ ପ୍ରେମର ମଧ୍ୟ ବୃଦ୍ଧି ହେବ । ପର୍ଯ୍ୟଟନ ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ହେବ । ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ ।

ମକର :

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ଆଜି ବିଦେଶ ଯିବାର ଇଚ୍ଛୁକ ଲୋକମାନଙ୍କ ପାଇଁ ସମ୍ଭାବନା ବଢ଼ିପାରେ । ପରିଜନମାନଙ୍କ ଆନନ୍ଦ-ଉଲ୍ଲାସର ବାତାବରଣ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରମୋଶନ ହେବ । ଉଚ୍ଚ ଅଧିକାରୀମାନଙ୍କୁ ମଧ୍ୟ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନତା ହେବ । ଧନ ସହିତ ମାନ-ସମ୍ମାନରେ ମଧ୍ୟ ବୃଦ୍ଧି ହେବ । ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ :

ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବାଯୋଗୁଁ ଚର୍ଚ୍ଚାରେ ଭାଗ ନେଇପାରନ୍ତି । ପରନ୍ତୁ ବାଦ-ବିବାଦ ଟାଳନ୍ତୁ । ପାରିବାରିକ ସଦସ୍ୟମାନଙ୍କ ସହିତ ଭଲ ସମୟ ବିତିବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଭାଇମାନଙ୍କଠାରୁ ଲାଭ ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ । ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

ମୀନ :

ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ । ଜୀବନସାଥୀ ପ୍ରାପ୍ତ ହେବାପାଇଁ ଆଜିର ଦିନ ଶୁଭ ଅଟେ । ଆୟ ଏବଂ ବ୍ୟାପାରରେ ମଧ୍ୟ ବୃଦ୍ଧିର ଯୋଗ ଅଛି । ମିତ୍ରମାନଙ୍କ ସହିତ ଯାତ୍ରା କରିବାକୁ ଯାଇପାରନ୍ତି, ଯେଉଁଠାରେ ଆପଣଙ୍କ ସମୟ ଅଧିକ ଆନନ୍ଦ ପୂର୍ବକ ବିତିବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ଉଗ୍ରତା ନ ହେଉ, ଏହାର ଧ୍ୟାନ ରଖିବେ । ପ୍ରତିକାର: ଗାଈକୁ କିଛି ଖୁଆନ୍ତୁ ।

Leave a Reply

Your email address will not be published. Required fields are marked *