8-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ସୋମବାର)

ମେଷ : ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ ପ୍ରଭାବ ଲୋକମାନଙ୍କ ଉପରେ ପଡିବ । କୌଣସି ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ଲାଭର ଯୋଗ ରହିଛି ।

ବୃଷ: ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ ସମ୍ମାନ ମିଳିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ।

ମିଥୁନ: ଆପଣଙ୍କ କଥାକୁ ଅନ୍ୟମାନେ ଖରାପ ଅର୍ଥରେ ନେଇପାରନ୍ତି। ଶାରୀରିକ କଷ୍ଟ ମନକୁ ଅସ୍ୱସ୍ଥ କରିପାରେ। ପାରିବାରିକ ବିବାଦ ବଢ଼ିପାରେ। ଆଖି ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚ ବଢ଼ିବ। ଆଧ୍ୟାତ୍ମିକ ଚିନ୍ତା କରନ୍ତୁ, ମନକୁ ଶାନ୍ତି ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ସନ୍ତାନ ଓ ଜୀବନସାଥୀଙ୍କ ସହଯୋଗ ପାଇବେ।

ସିଂହ : ଆଜି ଅନେକ କିଛି ନୂଆ କାର୍ଯ୍ୟ କରିବେ । ବ୍ୟବସାୟରେ ନୂଆ ନିବେଶର ସମ୍ଭାବନା ରହିଛି । ସରକାରୀ ଚାକିରିଆ ଅଶାନ୍ତିରେ ରହିପାରନ୍ତି । ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଅଚାନକ ଖୁସି ଖବର ମିଳିବା ଫଳରେ ପରିବାରରେ ଆନନ୍ଦର ବାତାବରଣ ଖେଳିଯିବ । ବିଦ୍ୟାର୍ଥୀ ଆଜି ଅଧ୍ୟୟନରେ ଧ୍ୟାନ ଦେବେ ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ । ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ । ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ । କୌଣସି ବନ୍ଧୁଙ୍କ ସହିତ ସମୟ ବିତେଇବେ । ପାରିବାରିକ ଶାନ୍ତି ବଜାୟ ରହିବ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ ।

ତୁଳା: ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ମନା। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

ବିଛା: ବିପଦ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଯଶସ୍ୱୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଯଶ ଅର୍ଜନ କରି ସୁଖ ଭୋଗ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।

ଧନୁ: ବ୍ୟବସାୟ ଆରମ୍ଭ କରିବାକୁ ଆଜିର ଦିନଟି ଆପଣଙ୍କ ପାଇଁ ଭଲ। କାର୍ଯ୍ୟରେ ସଫଳତା ପାଇବେ। ପରୋପକାର ଭାବନା ରହିବ। ଆମୋଦ ପ୍ରମୋଦରେ ଦିନଟି କଟିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ଘଟିବ।

ମକର: ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ଦେବ। ବୌଦ୍ଧିକ କାର୍ଯ୍ୟ ଓ ବ୍ୟବସାୟରେ ନୂଆ ବିଚାରଧାରା ଆଣିପାରନ୍ତି। ଲେଖା ଓ ସାହିତ୍ୟରେ ରୁଚି ବଢ଼ିବ। ଶାରୀରିକ ଦୃର୍ବଳତା ରହିବ।

କୁମ୍ଭ : ଆଜି ଆପଣ ଯାହା କାମ କରିବେ ସବୁରେ ସକାରାତ୍ମକ ଦୃଷ୍ଟିକୋଣ ରଖିବା ଜରୁରୀ । ଧନ ସମ୍ବନ୍ଧିତ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ନୂଆ ପରିଯୋଜନାର ଅନୁବନ୍ଧ ମିଳିପାରେ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ ।

ମୀନ : ଆଜି ଆପଣଙ୍କ ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ । ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢିବ । ଆର୍ଥିକ ଚିନ୍ତା ଦୂର ହେବ । ପରିବାରରେ କୌଣସି ବଡ ଖୁସି ଆସିପାରେ । ଶାରୀରିକ ଓ ମାନସିକ ଭାବେ ଶାନ୍ତି ପାଇବେ ।

Leave a Reply

Your email address will not be published. Required fields are marked *