9 ଫେବୃୟାରୀ 2019 ଶନିବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ । କିନ୍ତୁ ବୌଦ୍ଧିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆଜି ଲେଖନ ପ୍ରବୃତ୍ତି କିମ୍ବା ସାହିତ୍ୟ ସମ୍ବନ୍ଧିତ କୌଣସି ପ୍ରବୃତ୍ତି ଭଲ ଭାବରେ ନିଭାଇ ପାରିବେ । ଏଥିପାଇଁ ଆପଣ ଯୋଜନା ମଧ୍ୟ ବନାଇ ପାରିବେ |ନକାରାତ୍ମକ ମାନସିକତା ସହିତ ବ୍ୟବହାର ନ କରିବାକୁ ଉପଦେଶ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ,ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ ।

ବୃଷ

ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣଙ୍କ ଘର ଏବଂ କାର୍ଯ୍ୟସ୍ଥଳ ଉପରେ ଉତ୍ତମ ବାତାବରଣ ରହିବାରୁ ବହୁତ ପ୍ରସନ୍ନତା ରହିବ । ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି |ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ । ଉଚ୍ଚ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ଆଜି ସଫଳତାପୂର୍ବକ ସଂପନ୍ନ ହେବ,ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମିଥୁନ

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ଅଟେ । ମିତ୍ରମାନଙ୍କ ସହିତ ଭେଟ ହେବ ତଥା ତାଙ୍କ ସହିତ ବୁଲିବାକୁ ଯିବା, ଆମୋଦ-ପ୍ରମୋଦ କରିବାରେ ଖର୍ଚ୍ଚ ହେବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଆୟ ବଢ଼ିବ,ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ

ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ଆପଣଙ୍କୁ ବିବିଧ କ୍ଷେତ୍ରରୁ ଯଶ, କୀର୍ତ୍ତି ଏବଂ ଲାଭ ମିଳିବ । ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ । ଯାତ୍ରା କରିପାରନ୍ତି । ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ,ପ୍ରତିକାର: କେଶର, ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ସିଂହ

ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ । ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ । ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି,ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ

କନ୍ୟା

ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ । ଆଜି ଆପଣ ଆର୍ଥିକ ମାମଲାରେ ଉଚିତ ଯୋଜନା ବନାଇପାରିବେ । ଅନ୍ୟ ଲୋକମାନଙ୍କର ସହାୟତା କରିବାର ପ୍ରଯତ୍ନ କରିବେ । ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ । ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ

ତୁଳା –

ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ । ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ । ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି । ବିଦ୍ୟାର୍ଥିମାନଙ୍କପାଇଁ ପଢ଼ିବା-ଲେଖିବାରେ ରୁଚି ବଢ଼ିବ,ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ବିଛା

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ଆଜିର ଦିନ ଆପଣଙ୍କପାଇଁ ମିଶ୍ରତ ଫଳଦାୟୀ ଅଟେ । ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ । ତାଙ୍କର ସହଯୋଗ ମଧ୍ୟ ମିଳିପାରେ । ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ହିଁ ଅଧିକ ହୋଇପାରେ । ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ । ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ । ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ । ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି । ପ୍ରତିକାର:-ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ଧନୁ

ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜି ମାନସିକ ଆଳସ୍ୟତା ଅନୁଭବ କରିପାରନ୍ତି । ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସେଥିରେ ଅସୁବିଧା ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମକର

ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ । ଆଜିର ଦିନ ଆପଣଙ୍କ ଭିତରେ ଛୁପିରହିଥିବା ଲେଖକ କିମ୍ବା କଲାକାରକୁ ନିଜର କଳା ଦେଖାଇବାକୁ ଅବସର ମିଳିବ । ବ୍ୟବସାୟରେ ଭାଗିଦାରୀ ପାଇଁ ଶୁଭ ସମୟ ଅଟେ,ପ୍ରତିକାର :- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ ।

କୁମ୍ଭ

ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ । ବ୍ୟବସାୟ କରୁଥିବାଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗଅଛି ଏବଂ ଚାକିରି ପେଶାଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ମିଳିବାର ଯୋଗ ଅଛି,ପ୍ରତିକାର : ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ମୀନ

ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ଆଜି ଆପଣ ପ୍ରଫୁଲ୍ଲିତ ରହିବେ । ନୂଆ କାର୍ଯ୍ୟର ଆରମ୍ଭ ମଧ୍ୟ ଆଜି କରିପାରନ୍ତି । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କର ଭେଟରେ ଆନନ୍ଦିତ ହେବେ । କାର୍ଯ୍ୟରେ ମିଳିଥିବା ସଫଳତାର କାରଣ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ।  ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

Leave a Reply

Your email address will not be published. Required fields are marked *