ଶିବରାତ୍ରି ଦିନ ପର୍ସରେ ରଖନ୍ତୁ ଏହି ଗୋଟେ ସୂତା ଜୀବନ ସାରା କେବେବି ହେବ ନାହିଁ ଧନର ଅଭାବ

ଚଳିତ ବର୍ଷ ଶିବରାତ୍ରି ମାର୍ଚ୍ଚ ୧ ତାରିଖ ରେ ପଡିବାକୁ ଯାଉଛୁ । ଏହି ପବିତ୍ର ଦିନ ଭଗବାନ ଭୋଳାନାଥଙ୍କର ଭକ୍ତିର ସହ ଆରାଧନା କରିଲେ ବ୍ୟକ୍ତି ଜୀବନରେ ଅପାର ସଫଳତା ମିଳିଥାଏ । କିନ୍ତୁ ଏହି ଦିନ ଏମିତି କିଛି କାମ କରିବା ଉଚିତ ନୁହେଁ ଯାହା ଦ୍ଵାରା ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏମିତି କିଛି ଖାସ କାମ କରିଛି ଯାହା ଶିବାରାତ୍ରି ଦିନ କରିଲେ ମହାଦେବଙ୍କର କୃପା ଲାଭ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏହି ପବିତ୍ର ଦିନ କେଉଁ ଉପାୟ କରିଲେ ଧନର ଅଭାବ ହୁଏ ନାହି ସେହି ବିଷୟରେ କହିବାକୁ ଯାଉଛୁ । ମହାଶିବରାତ୍ରି ଦିନ ଠିକ ଗୋଟେ ଦିନ ପୂର୍ବ ରୁ ରକ୍ଷା ସୂତା ଆଣି ଏଥିରେ ୭ଟି ଗଣ୍ଠି ପକାଇ ଭଗବାନ ଗଣେଶଙ୍କ ପାଦ ତଳେ ରଖି ଦିଅନ୍ତୁ । ଯେତେବେଳେ ଶିବରାତ୍ରି ଦିନ ପୂଜା ସରିଯିବ ଆପଣ ସେହି ସୂତାକୁ ଆଣି ପର୍ସରେ ରଖି ଦିଅନ୍ତୁ ।

ଏହା କରିବା ଦ୍ଵାରା ଧନର ଆଗମନ ହୋଇଥାଏ । ଏପରି କରିବା ଦ୍ଵାରା ଧନର ଭଣ୍ଡାର ଖାଲି ହୁଏ ନାହି । ବାସ୍ତୁ ଅନୁସାରେ ଯଦି ଟଙ୍କା ଜନିତ କୌଣସି ସମସ୍ଯା ରହିଥାଏ ତେବେ ଆପଣ ଏହାର କାରଣ ଘରେ ବା ଦୋକାନରେ ହୋଇଥିବା କିଛି ତ୍ରୁଟି ହୋଇପାରେ । ଏମିତି କିଛି ଭୁଲ ହୋଇଥାଏ ଯାହାକୁ ଆମେ ଅଜାଣତରେ କରିଥାଉ ।

ଟଙ୍କାର ଅଭାବ ଦୂର କରିବା ପାଇଁ ଏହି ପବିତ୍ର ଦିନ ରେ ଭଗବାନ ଗଣେଶ ଓ ଧନର ଦେବୀ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା ଘରେ ସ୍ଥାପନ କରନ୍ତୁ । ସ୍ଥାପନ କରିବା ସମୟରେ ନାଲି କପଡା ପକାଇ ରଖନ୍ତୁ । ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତ୍ତି କି ମା ଲକ୍ଷ୍ମୀଙ୍କ ଅବମ ପଟେ ରକହନ୍ତୁ ।

ଶାସ୍ତ୍ର ଅନୁସାରେ ବାମ ପଟର ସ୍ଥାନ ସ୍ତ୍ରୀ ଙ୍କୁ ଦିଆ ଯାଇଥାଏ । ତେଣୁ ଫୋଟୋ ସ୍ଥାପନ କରିବା ସମୟରେ ଭଗବାନ ଗଣେଶ ମା ଲକ୍ଷ୍ମୀଙ୍କ ଡାହାଣ ପଟେ ରହିବେ ଏହି କଥା ଉପରେ ଧ୍ୟାନ ଦେବେ । ଏହା ଦ୍ଵାରା ପୂଣ୍ୟ ଫଳ ପ୍ରାପ୍ତ ହୋଇ ପାରିବ । ବାସ୍ତୁ ଅନୁସାରେ ଏମିତି କିଛି ଜିନିଷ ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ପର୍ସ କେବେ ଖାଲି ହେବ ନାହି ।

ଯେମିତିକୀ ନାଲି ରଙ୍ଗର କାଗଜ, ଚାଉଳ, ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ଫୋଟୋ, ଓସ୍ତ ଗଛର ପତ୍ର, ଚାନ୍ଦିର ଟଙ୍କା, ଗୋମତୀ ଚକ୍ର ଓ ରୁଦ୍ରାକ୍ଷ । ଏହି ସବୁ ଜିନିଷ ପର୍ସ ରେ ରଖିବା ଦ୍ଵାରା ଆର୍ଥିକ ସମସ୍ଯା ଦେଖାଯାଏ ନାହି । ତେବେ ଏହି ସବୁ ଛୋଟ ଛୋଟ ଉପାୟ କରିବା ଦ୍ଵାରା ଧନ ଜନିତ ସମସ୍ୟା ଦୂର ହେବ ।

ଆପଣଙ୍କ ଜୀବନରେ ଧନର ଭଣ୍ଡାର ପୁରୀ ଉଠିବ । ମହା ଶିବରାତ୍ରି ରେ ଭୋଳାନାଥଙ୍କର ପୂଜା କରିବା ସହ ଏହି କଥା ସବୁ ଉପରେ ଧ୍ୟାନ ଦେବା ଉଚିତ । ଯାହା ଜୀବନରେ ବଡ ରୁ ବଡ ସଫଳତା ହାସଲ କରିବାରେ ସହାୟକ ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *