ଭିନ୍ନ ଭିନ୍ନ ବାର ରେ ଜନ୍ମ ହୋଇଥିବା ମଣିଷ ମାନଙ୍କର ସ୍ଵଭାବ, ଚାଲି ଚଳଣ, ପ୍ରକୃତି, ଆଚାର, ବ୍ୟବହାର, ବିଦ୍ୟା, ବୁଦ୍ଧି ଅଲଗା ହୋଇଥାଏ । ବାର ଅନୁସାରେ ବ୍ୟକ୍ତି ର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ପୂର୍ବ ରୁ ଜଣା ପଡିଥାଏ । ବ୍ୟକ୍ତି ତା ଜୀବନରେ ଆଗକୁ କେଉଁ ଭଳି ସଫଳତା ପାଇବା ଓ ଜୀବନ ସାଥି ଓ ପାରିବାରିକ ମାମଲା କେମିତି ରହିବ ତାହା ବ୍ୟକ୍ତିର ଜନ୍ମ ବାରରୁ ଜଣ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ୭ଟି ବାର ବିଷୟରେ କହିବାକୁ ଯାଉଛୁ । ଏଥିରୁ ଆପଣ ମାନେ ନିଜର ସ୍ଵଭାବ ଓ ଚରିତ୍ର ବିଷୟରେ ଜାଣି ପାରିବେ ।
୧- ରବିବାର : ଯେଉଁ ବ୍ୟକ୍ତି ରବିବାର ଦିନ ଜନ୍ମ ହୋଇଛନ୍ତି ଅଭିମାନୀ, କ୍ରୋଧୀ, କାମଙ୍ଗମ, ରୀତି କ୍ରିଡାରେ ପାରଙ୍ଗମ ଓ ସ୍ତ୍ରୀ ଙ୍କୁ ଭରପୁର ସୁଖ ପ୍ରଦାନ କରିଥାଏ । ମିଠା ବଚନ କହି ସମତାଙ୍କୁ ମୁଗ୍ଧ କରିବା ସହ ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତି ପ୍ରିୟା ହୋଇଥାଏ ।
୨- ସୋମବାର : ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ହୋଇଛନ୍ତି ବହୁତ ଅଳସୁଆ, ଧୀର ନୀତି, ପ୍ରିୟ ଭାଷା, ଭୋଗ ବିଳାସୀ, ରୀତି କାର୍ଯ୍ୟରେ ଉତେଜିତ, ନିଜ ଜୀବନ ସାଥିକୁ ରୀତି କ୍ରୀଡାରେ ଶାନ୍ତି ପ୍ରଦାନ ତଥା ସୁଖ ଦେବା ସହ ନ୍ୟାୟ ପରାୟଣତା ଓ ସାନ୍ତ ସ୍ଵଭବର ହୋଇଥାନ୍ତି ।
୩- ମଙ୍ଗଳବାର : ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ହୋଇଛନ୍ତି ସାହସୀ, ଚଞ୍ଚଳମତି , ଶତ୍ରୁ ବିରୋଧୀ, କ୍ଷଣ କୋପୀ, ବୁଦ୍ଧିମତୀ, ପ୍ରବଣମୟ, କାର୍ଯ୍ୟ କରିବାରେ କୌଶଳୀ, ରୀତି ସୁଖରେ ସୁଖୀ ତଥା ଚିନ୍ତାଶୀଳ ହୋଇଥାନ୍ତି ।
୪- ବୁଧବାର : ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବାରରେ ଜନ୍ମିତ ବ୍ୟକ୍ତି ଗଭୀର ଚିତ୍ତରେ ଚିନ୍ତାଶୀଳ, ନ୍ୟାୟବାନ, ଅତି ଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗ ବିଳାସ ପ୍ରିୟ, ଅନ୍ୟ ନାରୀ ସହ ସମ୍ପର୍କ ରଖିଥାନ୍ତି । ଏହା ସହ ଅତି ଉତ୍ତମ ରୀତି କ୍ରୀଡାରେ ପାରଙ୍ଗମ ଓ କର୍ମରତ ହୋଇଥାନ୍ତି ।
୫- ଗୁରୁବାର : ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁ ଗୁଣରେ ଅଧିକାରୀ ହୋଇଥାନ୍ତି । ବୁଦ୍ଧିବିଦ୍ୟା ରେ ବିଚକ୍ଷଣ ହେବା ସହ ପଶୁ ଭଳି ସ୍ଵଭାବ ଏମାନଙ୍କର ହୋଇଥାଏ । ଶାସ୍ତ୍ର, ଧାର୍ମିକ ଓ କ୍ଷମତାବାନ ହୋଇଥାନ୍ତି ।
୬- ଶୁକ୍ରବାର : ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ନୀତି ନିୟମକୁ ଆଖି ଆଗରେ ରଖି ଚଳିବାକୁ ଉଦ୍ୟମ କରିଥାନ୍ତି । ସେମାନେ ପରୋପକାରୀ, ଭ୍ରମଣ ପ୍ରିୟ ଓ କାମ ବିଳାସୀ ହୋଇଥାନ୍ତି । ନିଜ ସ୍ତ୍ରୀକୁ ନୀତି ସୁଖ ପ୍ରଦାନ କରିବାରେ ଅବହେଳା କରନ୍ତି ନାହି ।
୭- ଶନିବାର : ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ନେଇଥାନ୍ତି ସେମାନେ ଚଞ୍ଚଳପୂର୍ଣ୍ଣ, କ୍ଷଣକୋପୀ, ବହୁତ ଅହଙ୍କାରୀପୂର୍ଣ୍ଣ, କାମସିକ ବିଦ୍ୟାରେ ପ୍ରବୀଣ, ଅନ୍ୟ ଟଙ୍କାରେ ଲୋଭ ତଥା ଯଶସ୍ଵୀ ଅଟନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।