Ajira Upadesh- କଣ ଦାନ କରିଲେ କଣ ଫଳ ମିଳିଥାଏ ?

ମଣିଷ ଜୀବନରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିଥାଏ । ଯାହାକୁ ଦେଖିବା ବା ଶୁଣିବା ପରେ ମଣିଷ ଖୁସ ବା ଦୁଖ ଅନୁଭବ କରିଥାଏ । ମଣିଷ ଜୀବନରେ ଯାହା ସହ ଘଟଣା ଘଟିଥାଏ ତାହା ତାର କୌଣସି ନିଜର ଲୋକଙ୍କ ଦ୍ଵାରା ହୋଇଥାଏ । ମଣିଷ ଜୀବନରେ ଏଥିପାଇଁ ଏମିତି କିଛି କାମ କରିବା ଉଚିତ ଯାହା ଦ୍ଵାରା ପୂଣ୍ୟ ମିଳିଥାଏ । ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଭଲ କାମ କରି ଭଲ ଫଳ ପାଇଥାନ୍ତି ।

ଅନ୍ୟ ପକ୍ଷରେ ଏମିତି କିଛି ଲୋକ ଖାରପ କାମ କରିଥାନ୍ତି ଯାହା ପାଇଁ ତାର ପରିଣାମ ଖରାପ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନର ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରତେକ ବ୍ୟକ୍ତି କୁ କିଛି ନା କିଛି ଦାନ କରିବା ଉଚିତ । କୌଣସି ପର୍ବ ପର୍ବାଣିରେ ହେଉ ବା କୌଣସି ସଙ୍କ୍ରାନ୍ତି ବା ଶୁଭ ଦିନରେ ବ୍ୟକ୍ତି ଙ୍କୁ ଅସହାୟ ବା ଗରିବ ଲୋକଙ୍କୁ ଦାନ କରିଲେ ମହା ପୂଣ୍ୟ ଲାଭ ହୋଇଥାଏ ।

ଆଜିର କିଛି ଏମିତି ଉପଦେଶ ବା ଅନୁଚିନ୍ତା ରହିଛି ଯାହା ମାନବ ଜୀବନରେ କଣ ଦାନ କରିଲେ କେଉଁ ଫଳ ମିଳିଥାଏ ଆସନ୍ତୁ ଜାଣିବା । ଯେଉଁ ବ୍ୟକ୍ତି ସବୁବେଳେ ପୁତ୍ର ସନ୍ତାନ ହେବାର ଆଶା ରଖିଥାନ୍ତି ସେମାନେ ପୁସ୍ତକ ବା ବହି ଦାନ କରନ୍ତୁ । ଏହା ଦ୍ଵାରା ପୁତ୍ର ସନ୍ତାନ ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ଧନ ବଣ୍ଟନ କରୁଛନ୍ତି ବା ଅସହାୟ ଲୋକଙ୍କୁ ଆର୍ଥିକ ସାହାଜ୍ଯ କରୁଛନ୍ତି ସେମାନେ ସୌଭାଗ୍ୟଶାଳୀ ବ୍ୟକ୍ତି ଭାବେ ପରିଚିତ ପାଇଥାନ୍ତି ।

ଯଦି କୌଣସି ବ୍ୟକ୍ତି ଜଳ ଦାନ କରିବେ ତେବେ କୀର୍ତ୍ତି ସ୍ଥାପନ ହୋଇଥାଏ । କାରଣ ଜଳ ଦାନ ମହା ପୂଣ୍ୟ । ଜଳ ଦାନ ଠାରୁ ଆଉ କିଛି ଦାନ ନାହି । କୌଣସି ଶୋଷିଲାକୁ ଜଳ ଦାନ କରି ତାର ଶୋଷ ମେଣ୍ଟାଇ ପାରିଲେ ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ । ଯଦି ଆପଣ ଦୀପ ଦାନ କରିବେ କୌଣସି ମନ୍ଦିର ବା ଧାର୍ମିକ ସ୍ଥାନକୁ ତେବେ ଆଖି ରୋଗ କେବେ ବି ହେବ ନାହି । ଗାଈ ହେଉଛି ଗୋ-ମାତା ।

ତାଙ୍କର ସେବା କରିଲେ ବ୍ୟକ୍ତି ଜୀବନରେ ପୂଣ୍ୟ ଲାଭ କରିଥାଏ ଏହା ମାନ୍ୟତା ରହିଛି । ତେଣୁ ଗାଈ ଦାନ କରିଲେ ଆପଣ ପାପରୁ ମୁକ୍ତି ପାଇ ପାରିବେ । ଯଦି ଅର୍ଣ୍ଣ ବା ଖାଇବା ଜିନିଷ ଦାନ କରାଯାଏ ତେବେ ବ୍ୟକ୍ତି ଜୀବନରେ କେବେ ଅସାନ୍ତି ଦେଖାଯିବ ନାହି । ଏହା ସହ ଜୀବନରେ କେବେ ଟେନସନ ଆସିବ ନାହି ବରଂ ସୁଖ ପୂର୍ଣ୍ଣ ଜୀବନ ଯାପନ କରିବେ । ଯଦି ରୂପା ଜିନିଷ ଦାନ କରାଯାଏ ତେବେ ବିଭିନ୍ନ ପ୍ରକାରର ଆଭୁଷଣ ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *