କିଛି ଲୋକ ମାନଙ୍କର ଦାନ୍ତ ଜନିତ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଦାନ୍ତ ରେ ଖାଦ୍ୟ ଜମିଯିବା । କିଛି ଲୋକ ଅମନେ ଖାଇ ସାରିବା ପରେ ଭଲ ଭାବେ କୁଳି କରନ୍ତି ଅନହି । ଯାହା ପାଇଁ ଦାନ୍ତ ରେ ଖାଦ୍ଯ ଜମା ହୋଇ ତାହା ଯନ୍ତ୍ରଣା ଦେଇଥାଏ । ଏମିତି କି ଦାନ୍ତ ହଳଦିଆ ବା କଳା ମଧ୍ୟ ପଡିଯାଏ । ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ସଫା ରଖିବାର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।
ଯଦି ଆପଣ ମାନେ ନିଜ ଦାନ୍ତ କୁ ଅଧିକ ଦିନ ଯାଏଁ ମଜବୁତ ଓ ସୁରକ୍ଷିତ କରିବାକୁ ଚାହୁଁଛନ୍ତି ତେବେ ପ୍ରତି ଦିନ ଦୁଇ ଥର ବ୍ରସ କରିବା ଉଚିତ । ଏହା ସହ ଖାଇବା ପରେ ଭଲ ଭାବେ କୁଳି କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଦାନ୍ତ ରେ କୌଣସି ମଇଳା ଜମିବ ନାହି । ବିଷେଶ କରି ରାତିରେ ଶୋଇବା ପୂର୍ବ ରୁ ବ୍ରସ କରିବା ନିହତି ଜରୁରୀ ହୋଇଥାଏ । କାରଣ ଦିନ ସାରା ଆମେ ଯେତିକି ଖାଦ୍ୟ ଖାଉଥାଉ ତାହା ସବୁ ଦାନ୍ତ ରେ ଜମା ହୋଇ ରହିଥାଏ । ଏହା ଦ୍ଵାରା ବ୍ୟାକ୍ଟେରିୟା ବୃଦ୍ଧି ପାଇଥାଏ ।
ରାତିରେ ଶୋଇବା ପୂର୍ବରୁ ଦୁଇ ରୁ ତିନି ମିନିଟ ପ୍ରପର ଉପାୟରେ ବ୍ରସ କରିବା ଉଚିତ । ଫ୍ଲାସ ସାହାଯ୍ୟରେ ଦାନ୍ତ ମଝିରେ ଥିବା ମଇଳା ଗୁଡିକ କାଢି ପାରିବେ । ଏହା ସହ ମାଉଥ ଵାଶ ବ୍ୟବହାର କରିବା ଉଚିତ । ପିଲା ମାନଙ୍କୁ ସର୍ବଦା ପାଟି ସଫା କରିବା ଉଚିତ । କେବେ ବି ପିଲା ମାନଙ୍କୁ କ୍ଷୀର ଦେବା ପରେ ସେମିତି ଶୋଇବାକୁ ଦେବେ ନାହି । କାରଣ ଏହା ଦ୍ଵାରା ବହୁତ ଜଲ୍ଦି ପିଲାଙ୍କର ଦାନ୍ତ ନଷ୍ଟ ହୋଇଯାଏ । ତେଣୁ ପିଲାଙ୍କର ଶୋଇବା ପୂର୍ବ ରୁ ମୁହଁ ଧୋଇବା ଉଚିତ ।
ଦୁଇରୁ ତିନି ବର୍ଷ ପିଲା ମାନେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଦିନକୁ ଦୁଇ ଥର ବ୍ରସ କରିବା ଉଚିତ । ଯେତେବେଳେ ପିଲାଙ୍କୁ ୬ ବର୍ଷ ହୋଇଯାଏ ସେତେବେଳେ ସେମାନେ ମାଉଥ ୱାଶ ବ୍ୟବହାର କରି ଦାନ୍ତ କୁଳି କରି ପାରିବେ । ଏହା ଦ୍ଵାରା ସେମାନଙ୍କର ଦାନ୍ତ ମଜବୁତ ରହିବ । ପ୍ରତି ୬ ମାସକୁ ଠାରେ ଡେନ୍ଟଲ ଚେକପ କରିବା ଉଚିତ । ଏହା ଦ୍ଵାର ଆପଣ ଜାଣି ପାରିବେ ସାଧାରଣ ଆପଣଙ୍କର ଦାନ୍ତ ରେ କଣ ସମସ୍ଯା ରହୁଛି ।
ଯଦି ମାଢି ବା ଦାନ୍ତ ରେ କୌଣସି ସମସ୍ୟା ରହିଥାଏ ତେବେ କୌଣସି ବଡ ସମସ୍ଯା ହେବା ପୂର୍ବ ରୁ ଆପଣ ମାନେ ଏହାର ଚିକିତ୍ସା କରାଇ ପାରିବେ । ଯଦି ଆମେ ସମୟ ଥାଉ ଥାଉ ଦାନ୍ତ ଜନିତ ସମସ୍ୟାର ଚିକିତ୍ସା କରାଇବା ତେବେ କୌଣସି ବଡ ଚିକିତ୍ସା ର ଆଗକୁ ଯାଇ ଆବଶ୍ୟକତା ପଡିବ ନାହି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।