Bride On Protest: ‘ମୁଁ ଜଜଙ୍କୁ ହାତ ଯୋଡୁଛି ମୋତେ ନ୍ୟାୟ ଦିଅ’… ଦେଖନ୍ତୁ କଣ କହୁଛନ୍ତି Tapaswini

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବ୍ରଂହପୁରରେ ତପସ୍ଵିନୀ ଦାସ ନାମକ ଯୁବତୀ ଯିଏ କି ନବ ବିବାହିତା ହୋଇଛନ୍ତି ସେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ସୂଚନା ଅନୁସାରେ ତାଙ୍କ ସ୍ଵାମୀ ତାଙ୍କୁ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଏମିତି କି ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ବୋହୁ ଭାବେ ଗ୍ରହଣ କରୁ ନାହାନ୍ତି ।

ଯାହା ପାଇଁ ସେ କିଛି ଦିନ ହେବ ତାଙ୍କ ଶ୍ଵଶୁର ଘରେ ଧାରଣା ଦେଇ ବସିଛନ୍ତି । ତପସ୍ଵିନୀଙ୍କ କେସ ବର୍ତ୍ତମାନ କୋର୍ଟରେ ଚାଲିଛି । ସେ ନିଜ ରାଏ ରେ କହିଛତି ଯେ ମୁଁ ଆଶା କରୁଛି ଆଜି ମୋତେ ନ୍ୟାୟ ମିଳିବ । ଆଶା କରୁଛି ଜଜ ସାହେବ ମୋତେ ନ୍ୟାୟ ଦେବେ ବୋଲି ତପସ୍ଵିନୀ ମତ ଦେଇଛନ୍ତି ।

ଦୀର୍ଘ ୮ ଦିନ ହେଲେ ସେ ତାଙ୍କ ଶ୍ଵଶୁର ଘର ଆଗରେ ଧାରଣା ଦେଇ ବସିଛନ୍ତି । ସେ ରାଏ ଦେଇଛନ୍ତି ଯେ ତାଙ୍କ ଶ୍ଵଶୁର ଘର ଓ ସ୍ଵାମୀ ଠିକ ସମୟରେ ଆସି କୋର୍ଟରେ ପହଞ୍ଚିଛନ୍ତି । ତାଙ୍କ ଓକିଲଙ୍କ ତରଫରୁ ଏ ଯାଏଁ କିଛି ସୂଚନା ଆସି ନାହି ବୋଲି କହିଛନ୍ତି ।

କୋର୍ଟରୁ ସୂଚନା ଆସିଲେ ସେ ତାଙ୍କ ମା ଙ୍କ ସହ କୋର୍ଟକୁ ଯିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ୮ ଦିନ ହେବ ସେ ଧାରଣା ଦେଇଥିଲେ ମଧ୍ୟ କୌଣସି ଫରକ ପଡି ନାହି । ଯେ କୌଣସି ଜଣ ସାଧାରଣ ତାଙ୍କୁ ସମର୍ଥନ କରୁଛନ୍ତି ତ ଆଉ କେହି କରୁ ନାହାନ୍ତି ।

ସେ ଜଜ ସାହେବଙ୍କୁ ଅନୁରୋଧ କରିଛନ୍ତି ନ୍ୟାୟ କିପରି ଦିଆଯାଏ ତାହା ତାଙ୍କୁ ବେଶ ଭଲ ଭାବେ ଜଣା । ତାଙ୍କୁ ନ୍ୟାୟ ମିଳିବେ ବୋଲି ସେ ଜଜ ସାହେବଙ୍କୁ ଅନୁରୋଧ କରିଛନ୍ତି । ଖରା, ଶୀତରେ ସେ ବାହାରେ ପଡି ରହିଛନ୍ତି ବୋଲି ତାଙ୍କ ମା କହିଛନ୍ତି ।

ସେମାନେ ଆସ ରଖିଛନ୍ତି ଯେ ଜଜ ସାହେବ ତାଙ୍କୁ ନ୍ୟାୟ ଦେବେ ଯାହା ପାଇଁ ସେ ତାଙ୍କ ସ୍ଵାମୀଙ୍କ ପାଖକୁ ପୁଣି ଥରେ ଫେରି ପାରିବେ । ଆଶା କରୁଛୁ ତପସ୍ଵିନୀଙ୍କୁ ବହୁତ ଜଲ୍ଦି ନ୍ୟାୟ ମିଳିବ ଓ ସେ ତାଙ୍କ ପରିବାରକୁ ଫେରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *