ଆଜି ସନ୍ଧ୍ୟାରୁ ବନ୍ୟା ଆଶଙ୍କା, ସତର୍କ କରାଇଲେ SRC…. ପଢନ୍ତୁ ସମ୍ପୁର୍ଣ୍ଣ ଖବର

ରାଜ୍ୟ ସରକାର ପ୍ରବଳ ବର୍ଷା କାରଣରୁ ବନ୍ୟାର ସ୍ଥିତିକୁ ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ଏମିତିରେ ରାଜ୍ୟର ଏସଆରସି କିଛି ସୂଚନା ଜାରି କରିଛନ୍ତି । କହିଦେଉଛୁ କି ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ପାଣିର ମାତ୍ରା ବଢିଯିବା କାରଣରୁ କିଛି ଗେଟ ଖୋଲାଯାଇଛି । ଏମିତିରେ ରାଜ୍ୟରେ ବନ୍ୟାର ସ୍ଥିତି ଉପୁଜିବା ନିଶ୍ଚିତ ଅଟେ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ କେତେକ ଗାଁ ଓ ଚାଷ ଜମିରେ ପାଣି ମାଡି ଯାଇଛି ଓ କେତେକ ନଦୀ ଗୁଡିକରେ ପାଣିର ମାତ୍ରା ଧୀରେ ଧୀରେ ବଢିବାରେ ଲାଗିଛି । ଓଡିଶାର ରିଲିଫ କମିଶନର ଶନିବାର ସୁଧା ୪ ଟି ଜିଲ୍ଲାକୁ ବନ୍ୟା ଆଶଙ୍କା ଅଛି ବୋଲି ସତରକ ସୂଚନା ଜାରି କରିଛନ୍ତି ।

କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି । ସୂଚନା ଅନୁସାରେ ଶନିବାର ଦିନ ସକାଳ ସୁଧା ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ବନ୍ୟା ସ୍ଥିତିକୁ ଆଖି ଆଗରେ ରଖି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିସମ ବିଭାଗକୁ ଅଲର୍ଟ ରହିବା ପାଇଁ କୁହାଯାଇଛି । ଓଡ୍ରାଫର ୩୦ ଟି ଟିମ, ଏନଡ଼ିଆରଏଫର ୧୨ ଟି ଟିମ ଓ ଅଗ୍ନିସମର ୧୦ ଟି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମୁତୟନ କରାଯାଇଛି ।

କହିଦେଉଛୁ କି ଏହି ବନ୍ୟାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଓ ଅନ୍ୟ ପଟେ ଦୁଇ ଜଣ ନିଖୋଜ ଅଛନ୍ତି । ଯେଉଁଥିରେ କେନ୍ଦ୍ରପଡା ଜିଲ୍ଲାର ୩ ଜଣ, ଖୋର୍ଦ୍ଦାରେ ଜଣେ, ଗଞ୍ଜାମରେ ଜଣେ, ଯାଜପୁରରେ ଦୁଇ ଜଣ, କେନ୍ଦୁଝର ଜଣେ, ସୁବର୍ଣପୁର ଜିଲ୍ଲା ଜଣେ ମୃତ୍ୟୁ ବରଣ କରିଛନ୍ତି । ଏହା ସହିତ ସବୁ ନଦୀରେ ଅଳ୍ପ ବହୁତ ପାଣି ବଢିଛି । ସବୁ ନଦୀ ଉପରେ ସରକାର ନଜର ମଧ୍ୟ ରଖିଛନ୍ତି ।

ପରିସ୍ଥିତି ସେହିଭଳି ଖରାପ ହୋଇ ନାହିଁ । କିନ୍ତୁ ମହାନଦୀର ମୁଣ୍ଡୁଳି ପାଖରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ । ଯାହାର ପ୍ରଭାବ ଏହି ୪ ଟି ଜିଲ୍ଲାରେ ଶନିବାର ସନ୍ଧ୍ୟା ସମୟରୁ ଦେଖାଯିବ । କହିଦେଉଛୁ କି ହୀରାକୁଦରେ ବର୍ତ୍ତମାନ ୨୮ ଟି ଗେଟ ଖୋଲା ଯାଇଛି ଓ ପରିସ୍ଥିତି ଦେଖି ଅନ୍ୟ ଗେଟ ଖୋଲା ହେବ କି ନାହିଁ ନିଷ୍ପତି ନିଆଯିବ ।

Leave a Reply

Your email address will not be published. Required fields are marked *