ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ଦେଶରେ ଗାଡି ର ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ କୁ ନେଇ ସବୁ ଆଡେ ଚିନ୍ତା ଲାଗି ରହିଛି । ଯାହା ପାଇଁ ଲୋକ ମାନେ ସ୍ଲଟ ବୁକିଙ୍ଗ କରିବାରେ ଲାଗି ପଡିଛନ୍ତି । କିନ୍ତୁ ଗାଡି ର ସ୍ଲଟ ବୁକିଙ୍ଗ କରିବାର ଶେଷ ଦିନ ହେଉଛି ଆଜି ମାନେ ସେପ୍ଟେମ୍ବର ୩୦ ତାରିଖ । ତେବେ ଯେଉଁ ମାନେ ସ୍ଲଟ ବୁକିଙ୍ଗ କରି ସାରିଛନ୍ତି ଆଉ ତାଙ୍କର ନମ୍ବର ପ୍ଳେଟ ଆସିବା ପାଇଁ ସୂଚନା ଦିଆ ଯାଇଛି ସେମାନଙ୍କୁ ଆଉ ଜୋରିମାନା ଦେବାକୁ ପଡିବ ନାହି ବୋଲି ସରକାର ଘୋଷଣା କରିଛନ୍ତି ।
କିନ୍ତୁ ଯେଉଁ ମାନେ ଏ ଯାଏଁ ସ୍ଲଟ ବୁକିଙ୍ଗ କରି ନାହାନ୍ତି କି ତାଙ୍କୁ ନମ୍ବର ପ୍ଳେଟ ମିଳି ନାହି ସେମାନେ କାଲି ଠାରୁ ଫାଇନ ଦେବାକୁ ବାଧ୍ୟ ହେବେ । ଗାଡି ର ଶେଷ ନମ୍ବର ୧, ୨, ୩ କିମ୍ବା ୪ ର ଆଜି ସରୁଛି ଡେଡ ଲାଇନ । ନୂଆ ନମ୍ବର ପ୍ଳେଟ ନ ଲଗାଇ ଥିଲେ ବି ଯଦି କୌଣସି ଗାଡି ମାଲିକ ସ୍ଲଟ ବୁକିଙ୍ଗ କରି ନ ଥିବେ ତେବେ ତାଙ୍କ ଠାରୁ ଆସନ୍ତା କାଲି ଠାରୁ ଅର୍ଥାତ ଅକ୍ଟୋବର ୧ ରୁ ଜୋରିମାନା ଆଦାୟ ହେବ । କିନ୍ତୁ ଫାଇନ ବାବଡକୁ କେତେ ଟଙ୍କା ଦେବାକୁ ପଡିବ ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ । ଅନ୍ୟ ପକ୍ଷ ରେ ଅନେକ ଲୋକ ସ୍ଲାତ ବୁକିଙ୍ଗ ରେ ସମସ୍ୟାର ସାମ୍ନା କରୁଛନ୍ତି ।
କିଏ ଟେକନିକାଲ ସମସ୍ଯା ଯୋଗୁଁ ଅନ ଲାଇନ ରେ ଆବେଦନ କରିପାରୁ ନାହାନ୍ତି ତ ଆଉ କାହକି ଡେଡ ଲାଇନ ର ବହୁ ପରେ ମିଳୁଛି ତାରିଖ । ଏଭଳି ସ୍ଥିତି ରେ କଣ କରିବେ ଅଡୁଆରେ ପଡିଛନ୍ତି ଗାଡି ମାଲିକ । ସେମାନେ ଗାଡି କୁ ଘରେ ଥୋଇବେ ନା ବାହାରକୁ ଆଣିବେ ସେ ନେଇ ଦ୍ଵନ୍ଦ ରେ ରହିଛନ୍ତି ସବୁ ଗାଡି ମାଲିକ ମାନେ । ଅନ୍ୟ ପକ୍ଷ ରେ ଯେଉଁ ମାନେ ସ୍ଲଟ ବୁକିଙ୍ଗ କରିଥିବେ ସେମାନେ ଆଉ ଫାଇନ ଗଣିବେ ନାହି ବୋଲି ସମ୍ପୃକ୍ତ ବିଭାଗ ପକ୍ଷ ରୁ କୁହା ଯାଇଛି ।
କାରଣ ଏତେ କମ ସମୟ ମଧ୍ୟରେ ସ୍ଲଟ ବୁକିଙ୍ଗ କରିବା ଅନ ଲାଇନ ରେ ସମ୍ଭବ ହେଉ ନାହି । ତେବେ ଦେଖାଯାଉ କାଲି ଠାରୁ କେତେ ଗାଡି ମାଲିକ ମାନେ ସ୍ଲଟ ବୁକିଙ୍ଗ ନେଇ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।