ଆଜିଠାରୁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ବର୍ଷା, ଉପୁଜିବା ବନ୍ୟା ପରିସ୍ଥିତି ! ଏହି ଜିଲ୍ଲା ମାନଙ୍କୁ ଜାରି କରାଗଲା ଆଲର୍ଟ

ବନ୍ଧୁଗଣ, ଓଡିଶା ରେ ବର୍ତ୍ତମାନ ପ୍ରବଳ ବର୍ଷା ହେବାକୁ ଯାଉଅଛି । ଗତମ ଆଶାରେ ମଧ୍ୟ ବଙ୍ଗୋପ ସାଗରରେ ଉଠିଥିବା ଲଘୁଚାପ ବାତ୍ୟା ର ମୁଖ ନେଇ ଓଡିଶା କୁ ବିଶେଷ ଭାବେ ପ୍ରଭାବ କରିଥିଲା । ବନ୍ଧୁଗଣ ଜୁନ ମାସର ୧୦ ତାରିଖରୁ ମୌସୁମୀ ଛୁଇଁ ସାରିଲାଣି । ଏହା କାରଣରୁ ବର୍ତ୍ତମାନ ଅନେକ ସ୍ଥାନ ମାନଙ୍କରେ ପ୍ରବଳ ରୁ ପ୍ରବଳ ବର୍ଷା ମଧ୍ୟ ହେବାକୁ ଲାଗିଛି ।

ବନ୍ଧୁଗଣ ପାଣିପାଗ କେନ୍ଦ୍ର ରୁ ସୂଚନା ମିଳିଅଛି ଯେ, ଆଜିଠାରୁ ବଢିବ ବର୍ଷା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲଗାତାର ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଯାଉଅଛି । ବନ୍ଧୁଗଣ ଉତ୍ତର ପଶ୍ଚିମ ରାଜସ୍ଥାନ ରୁ ଉତ୍ତର ପୂର୍ବ ବଙ୍ଗୋପ ସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି । ଏହାର ପ୍ରଭାବରେ ୪ ଦିଅ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିବା ସଂପୂର୍ଣ୍ଣ ସ୍ଥିତି ସମ୍ବନ୍ଧରେ ଯାହାକୁ ବିଶେଷଜ୍ଞ ଗଣ ଅନୁମାନ ଲଗାଇଛନ୍ତି ।

ବନ୍ଧୁଗଣ ଝାରଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟାକା ଉପରେ ରହିଛି ଏକ ଟ୍ରଫ ଲାଇନ । ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶ ତଥା ଏହାର ଆଖ ପାଖ ଅଞ୍ଚଳରେ ଏକ ଲଘୁଚାପ ସକ୍ରିୟ ରହିଅଛି । ବନ୍ଧୁଗଣ ଏହା ପ୍ରଭାବରେ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ରେ ସାମାନ୍ୟ ଧରଣର ବର୍ଷା ହେବ । ବନ୍ଧୁଗଣ ଆଜିଠାରୁ ବିଜୁଳି ଘଡଘଡି ସହିତ ବର୍ଷା ହେବ ବୋଲି ୟେଲୋଆଲର୍ଟ ଜାରି କରା ଯାଇଅଛି ।

ବନ୍ଧୁଗଣ ଏହା ଫଳରେ ଉତ୍ତର ଆଭ୍ୟାନ୍ତରୀଣ ଅଞ୍ଚଳରେ ହାଲ୍କା ରୁ ମଧ୍ୟମ ଧରଣର ବର୍ଷା ହେବ । ବନ୍ଧୁଗଣ ବିଶେଷ କରି ସୁନ୍ଦର ଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପୋଡା, ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଅଛି । ବନ୍ଧୁଗଣ ଏହା ସହିତ ଆଭ୍ୟନ୍ତରୀଣ ଜିଲ୍ଲା ରେ ଘଡ ଘଡି ସହିତ ମଧ୍ୟ ବର୍ଷା ହୋଇପାରେ । ମାତ୍ର ବୁଧୁବାର ଏବଂ ଗୁରୁବାର ରାଜ୍ୟର ଅନେକ ସ୍ଥାନ ରେ ଘଡ ଘଡି ସହିତ ପ୍ରବଳ ବର୍ଷା ହୋଇପାରେ ।

ଏହା ବ୍ୟତୀତ ଜୁନ ୧ ରୁ ୨୦ ମଧ୍ୟରେ ସ୍ଵାଭାବିକ ଠାରୁ ଅଧିକ ୧୬ ପ୍ରତିଶତ ବର୍ଷା ହେବ ବୋଲି ରେକର୍ଡ କରାଯାଇଛି । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୬.୨ମି.ଲି ବର୍ଷା ରେକର୍ଡ କରାଯାଇଛି । ବନ୍ଧୁଗଣ ୫ ଟି ଜିଲ୍ଲା ରେ ୨୦ ରୁ ୬୯ ପ୍ରତିଶତ ପ୍ରବଳ ବର୍ଷା ହୋଇଅଛି । ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି ଏବଂ ନୟାଗଡ ରେ କମ ବର୍ଷା ହୋଇଅଛି । ସେହିପରି ୭ ଟି ଜିଲ୍ଲାରେ ୬୦ ପ୍ରତିଶତ ଅଧିକ ଏବଂ ୬ ଟି ଜିଲ୍ଲାରେ ୨୦ ରୁ ୬୯ ପ୍ରତିଶତ ଅଧିକ ବର୍ଷା ହେବ ବୋଲି ସୂଚନା ମିଳିଅଛି ।

ବନ୍ଧୁଗଣ ଅନନ୍ୟ ୧୨ ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ରହିଅଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ, କେନ୍ଧୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବାଲେଶ୍ଵର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ ଆଦି ସ୍ଥାନ ମାନଙ୍କର ଗୋଟିଏ ଅଥବା ୨ ଟି ସ୍ଥାନ ରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ସୂଚନା ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *