ଆଜୁଠୁ ସାରା ରାଜ୍ୟରେ ଲାଗୁହେବ ନାଇଟ କର୍ଫ୍ଯୁ । ବହୁତ ଦ୍ରୁତ ଗତିରେ ବଢି ଚାଲିଥିବା କାରୋନାର ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ପୁଣି ଥରେ କଟକଣା ଲାଗୁ କରିଛନ୍ତି । ଛତିଶ ଗଡ ସୀମାନ୍ତ ବର୍ତୀ ନାଇଟ କର୍ଫ୍ଯୁ ସମୟ ସୀମାରେ ପରିବର୍ତନ କରାଯାଇଛି । ଏହି ୧୦ ଜିଲାରେ ସନ୍ଧ୍ଯା ୬ ରୁ ସକଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ । କିନ୍ତୁ ଗ୍ରାମାଞ୍ଚଳରେ ପୂର୍ବ ପରି ରାତି ୯ ରୁ ସକଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ରହିବ । ସବୁଠୁ ବଡ କଥା ହେଲା ଆପଣ ଦେଖୁଥିବା ମ୍ୟାପରେ ଯେଉ ଜିଲା ଗୁଡିକ ରହିଛି ସେଠାକାର ସହରାଞ୍ଚଳରେ ସପ୍ତାହନ୍ତ ଷଟଡାଉନ କରିବାକୁ ନିସ୍ପତି ନେଇଛନ୍ତି ସରକାର ।
ଏହି ଜିଲା ଗୁଡିକ ଛତିଶ ଗଡ ଜିଲାକୁ ଲାଗି ରହିଛି । ଛତିଶ ଗଡରେ କାରୋନା ସଂକ୍ରମଣ ଯେଉଁ ଭଳି ଉଗ୍ର ରୂପ ଧାରଣ କରିଛି ତାକୁ ଦୃଷ୍ଟିରେ ରଖୀ ଏହି ନିସ୍ପତି ନିଆଯାଇଛି । ତେବେ ଏହି ସମୟରେ ସମସ୍ତ ଜରୁରୀ କାଳୀନ ସେବା ଚାଲୁ ରହିବ । ବିଜୁଳି, ପାନୀୟ ଜଳ, ରନ୍ଧନ ଗ୍ଯାସ, ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ଉପରେ କୌଣସି ପ୍ରତି ବନ୍ଧକ ରହିବ ନହିଁ ।
ନିଜ ଅନୁଷ୍ଠାନର ପରିଚୟ ପତ୍ର ଦେଖାଇ ଜରୁରୀ କାଳୀନ ସେବାର କର୍ମଚାରୀ ମାନେ ଯିବା ଆସିବା କରିପାରିବେ । ଅନ୍ୟ ୨୦ ଜିଲାରେ ମଧ୍ୟ ନାଇଟ କର୍ଫ୍ଯୁର ସମୟ ଘୋଷଣା କରା ଯାଇଛି । କିନ୍ତୁ ତାହା ଉକ୍ତ ସହରାଞ୍ଚଳ ଭିତରେ ସୀମିତ ରହିବ । ଅର୍ଥାତ ଏହି ଜିଲାର ଗ୍ରାମାଞ୍ଚଳରେ କୌଣସି ପ୍ରକାର ନାଇଟ କର୍ଫ୍ୟୁର କଟକଣା ରହିବ ନହିଁ । ତେବେ ଏହି ଜିଲାର ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ସୀମା ରାତି ୯ ରୁ ସକଳ ୫ ଟା ଯାଏ ଜାରି ରହିବ ।
ଏହି ସମୟରେ ଅତ୍ୟାବଶ୍ୟକ ସେବା ଆଉ ଜରୁରୀ କାମ ନଥିଲେ ବାହାରକୁ ବାହାରିବ ଉପରେ କଟକଣା ଲଗାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ଗହଳି କମାଇବା ପାଇଁ ଧାର୍ମିକ, ସଂସ୍କୃତିକ , ସାମାଜିକ, ଓ ରାଜନୈତିକ ସମାବେଶ ଉପରେ କଟକଣା ଲଗାଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି କଟକଣା ଜାରି ରହିଛି । ସ୍କୁଲ ଆଉ କଲେଜକୁ ୧୯ ରୁ ବନ୍ଦ ରଖିବାକୁ କୁହାଯାଇଛି । ବାହାଘରରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ ଜଣକୁ ଅନୁମତି ମିଳିବ । ଏହାଛଡା ସୋମବରାରୁ ବସ ଚଳଚଳ ଉପରୁ କଟକଣା ଲଗାଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ବାହାରକୁ ବସ ଚଳାଚଳ ବନ୍ଦ ରହିବ ।
କିନ୍ତୁ ଏହି ସମୟରେ ରାଜ୍ୟ ଭିତରେ ବସ ଚାଲିପାରିବ । ଆଉ ଚାଲିବ ଗୋଟିଏ ସର୍ତରେ ସିଟ ଯେତିକି ଯାତ୍ରୀ ସେତିକି । ଅଧିକ ଯାତ୍ରୀଙ୍କୁ ଠିଆ କରି ଆଣିପାରିବନି ବସ । କାର ଆଉ ଅଟୋ ରିକ୍ସା ରେ ମାତ୍ର ଦୁଇଜଣ ଲୋକ ଯାଇପାରିବେ । ମାସ୍କ ହେଉଛି ମହାମା-ରୀର ସବୁଠୁ ବଡ ସୁରକ୍ଷା କବଚ ବୋଲି କୁହାଯାଇଛି । ଆଉ ମସ୍କ ପିନ୍ଧିବା ଉପରେ ଗୁରୁତ୍ଵ ଦେଉଛନ୍ତି ସରକାର । ବ୍ୟବସାୟୀ ମାନେ କୋଭିଡ କଟକଣା ନ ମାନିଲେକି ମାସ୍କ ନ ପିନ୍ଧିଲେ ଦୋକାନ ସିଲ କରିବାକୁ ନିର୍ଦେଶ ଦେଇଛନ୍ତି । କିଛି ଏହିଭଳି ଗାଇଡ ଲାଇନ ସହ ଏମିତି କଡାକଡି ନିୟମର ପାଳନ କରାଯିବ ବୋଲି କୁହାଯାଇଛି ।