ବନ୍ଧୁଗଣ ମାନେ ପ୍ରେମ ରାଇଜରେ ଉଡି ବୁଲି ଗଢୁଥିଲେ ସୁନାର ସ୍ଵପ୍ନ ସତରେ ଲାଗିଗଲା କି କାହା ନଜର ! ଯେଉଁଥି ପାଇଁ ଏମାନେ ନିଜ ଜୀବନ ହାରିଦେଲେ । ହଁ ଦର୍ଶକ ବନ୍ଧୁ ଆଜିକାଲିର ଯୁବ ପିଢୀ ଙ୍କ ଆଗରେ ବାପା ମାଙ୍କର ଭଲ ପାଇବା ସବୁ କିଛି ତୁଛା । ଆଉ ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଏକାଠି ହେବାର ନିଶା ସମସ୍ତଙ୍କୁ ଘାରୁଛି ଯାହା ଭବିଷ୍ୟତରେ ସେମାନଙ୍କ ପାଇଁ କାଳ ସାଜୁଛି । ଖାଲି ରାଜଧାନୀ ନୁହେଁ ବରଂ ସବୁଆଡେ ଏବେ ପ୍ରେମ ଆଉ ପ୍ରତାରଣା । ପ୍ରେମ ପାଇଁ ଜୀବନ ହାରି ଦେଉଛନ୍ତି ।
ଆଉ କେହି ଶେଷ ଚିଠିରେ ଏମିତି ଲେଖି ଯାଉଛନ୍ତି ମୁଁ ଗଢୁଥିଲି ସୁନା ସଂସାର ଆଉ ମୋ ପ୍ରେମରେ ଲାଗିଲା ଆଉ କାହା ନଜର । କୁହାଯାଏ ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ କାରଣ ଏହା ଚିରନ୍ତନ ଓ ଶାଶ୍ଵତ । ବର୍ତ୍ତମାନ ଆମ ସମାଜରେ ପ୍ରେମର ସଜ୍ଞା ଆଉ ଭାଷା ବଦଳି ଯାଇଛି । ଆଉ ପ୍ରେମିକା ବା ପ୍ରେମିକଙ୍କୁ ନିଜର ନ କରି ପାରିବାରୁ ଯୁବପିଢି ଙ୍କ ନିଜ ଜୀବନ ପିତା ଲାଗୁଛି ଆଉ ଜୀବନ ରଖିବାକୁ ଇଚ୍ଛା ହେଉନି ।
ଏହି କିଛି ବର୍ଷ ଶୁଭଶ୍ରୀ ହେଉ, ମଡେଲ ସୋମ୍ୟ ହେଉ, ରଶ୍ମିରେଖା ହୁଅନ୍ତୁ ବା ତାଙ୍କ ପ୍ରେମିକ ସନ୍ତୋଷ ହୁଅନ୍ତୁ ଏମାନଙ୍କ ପ୍ରେମକୁ ଦେଖିଲେ ସତରେ ସମସ୍ତେ କୁହନ୍ତି ଏମାନଙ୍କ ପ୍ରେମ ଏବେ କେଉଁଠି ? ଆପଣ ମାନଙ୍କର ମାନେ ଥିବ ପ୍ରେମିକା ଛାଡି ଦେବାରୁ ଜୀବନ ହାରିଥିଲେ ମଡେଲ ସୋମ୍ୟ । ୨୦୦୮ରୁ ସୋମ୍ୟ ଓ ସୋନାଲିଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ସବୁ କିଛି ଠିକ ଥିଲା କିନ୍ତୁ କୋରୋନା ସମୟରେ ସୋନାଲୀଙ୍କ ମନ ପରିବର୍ତ୍ତନ ହୋଇଗଲା । ସୋନାଲି ସୋମ୍ୟଙ୍କୁ କାର୍ଡ ଆଉ ଟଙ୍କା ମାଗିବାରୁ ସେ ଅମସର୍ଥ ହୋଇ ନିଜ ବାଟ ନିଜେ ବାଛିନେଲେ ।
ତେଲି ଅଭିନେତ୍ରୀ ରଶ୍ମୀରେଖା ମହାପାତ୍ରଙ୍କ ବିବାହ ପୂର୍ବରୁ ଜଣେ ଯୁବଙ୍କ ସହ ପ୍ରେମ କରୁଥିଲେ ଆଉ ବିବାହ ବି ସ୍ଥିର ହୋଇଥିଲା । କିନ୍ତୁ କୌଣସି କାରଣରୁ ବିବାହ ଭାଙ୍ଗି ଯାଇଥିଲା । ପରେ ପୁରୁଷ ବନ୍ଧୁ ସନ୍ତୋଷଙ୍କୁ ଭଲ ପାଇ ବେହେରା ସାହିରେ ଦୁହେଁ ରହୁଥିଲେ କିନ୍ତୁ ପରିବାରକୁ ଜଣାଇ ନ ଥିଲେ । ରଶ୍ମୀ ପୂର୍ବ ପ୍ରେମିକ ସହ କଥା ହେବାର ଜାଣି ସନ୍ତୋଷଙ୍କ ସହ ଝଗଡା ହୋଇଥିଲା ଆଉ ସେ ଜୀବନ ହାରିଦେଲେ । ଆଉ ସେହିପରି ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ସୋମ୍ୟଜିତଙ୍କୁ ଭଲ ପାଉଥିଲେ ହେଲେ ସୋମ୍ୟ ତାଙ୍କ ଠାରୁ ଟଙ୍କା ଲୁଟିବା ସହ ମିଛ ପ୍ରେମର ନାଟକ କରୁଥିଲେ ।
ଯାହାକୁ ସହି ନ ପାରି ଶ୍ଵେତା ନିଜର ହାରିଦେଲେ । ଆଉ ଏବେ ଏବ ସ୍ବାମୀଙ୍କୁ ପର କରି ସ୍କୁଲ ବେଳର ସାଙ୍ଗକୁ ଚିତ୍ତଙ୍କୁ ପ୍ରେମ କରିଥିଲେ ସ୍ତ୍ରୀ ଶୁଭଶ୍ରୀ ମାହାପାତ୍ର । କିନ୍ତୁ ପ୍ରେମିକ ଚିତ୍ତଙ୍କର ବିବାହ ଠିକ ହେବା ପରେ ଶୁଭଶ୍ରୀଙ୍କୁ ଛାଡି ଦେଲେ ଆଉ ସେ ନିଜ ଜୀବନ ହାରିଦେଲେ । ତେବେ ଏମାନଙ୍କର ପ୍ରେମକୁ ଦେଖି ଗୋଟେ ପ୍ରଶ୍ନ ଉଠକି କେଉଁଠି ହଜିଲା ଏମାନଙ୍କର ପ୍ରେମ ? ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।