ଆଉ ହିନ୍ଦୀ କହିବିନି, ହିନ୍ଦୀ କହି କହି ପାଟି ବଙ୍କା ହୋଇଯାଇଛି…କାହିଁକି ଏମିତି କହିଲେ Babushan, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ଫିଲ୍ମ ଦମନ ହିନ୍ଦୀ ଡବିଙ୍ଗରେ ରିଲିଜ ହୋଇ ସାରିଛି । ଦମନ ଫିଲ୍ମକୁ ହିନ୍ଦୀରେ ଦେଖିବା ପାଇଁ ସାରା ଓଡିଶାବାସୀ ଚାତକ ଭଳି ଅନାଇ ବସିଥିଲେ ଯାହା ଆଜି ରିଲିଜ ହୋଇ ସାରିଛି । ଦମନ ଫିଲ୍ମଟି ଭାରତର 500 ଥିଏଟରରେ ରିଲିଜ ହୋଇଛି । ଗତ କିଛି ଦିନ ତଳେ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ ଟ୍ରେଲର ରିଲିଜ ହୋଇଥିଲା ଯାହା ଆପଣ ମାନେ ନିଶ୍ଚୟ ଦେଖିବେ ।

ତେବେ ଦମନର ହିନ୍ଦୀ ଭର୍ସନ ରିଲିଜ ହେବା ପରେ ଏବେ ଏହି ଫିଲ୍ମକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ସୁପର ଷ୍ଟାର ବାବୁସାନ ମହାନ୍ତି ଗଣାମଧ୍ୟମରେ ନିଜର ବଡ ବୟାନ ଦେଇଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ।  ବାବୁସାନ ମହାନ୍ତି ନିଜ ସାକ୍ଷାତ୍କାରରେ କହିଛନ୍ତି “ସାରା ଓଡିଆ ଦର୍ଶକ ଏହି ଫିଲ୍ମକୁ ଭଲ ପାଇଛନ୍ତି ବୋଲି ଏହି ଫିଲ୍ମଟି ସଫଳ ହେଲା ।

ଆଉ ମୁଁ ଏ ଫିଲ୍ମର ଗୋଟେ ପାର୍ଟ ହେଇ ଥିବାରୁ ବହୁତ ଖୁସି ଅଛି । ଆମ ଏନ୍ଟାର ଟିମକୁ ମୁଁ ଧନ୍ୟବାଦ ଜଣାଉଛି । ଗୋଟେ ଫିଲ୍ମ ଏମିତି ତିଆରି କଲେ ଯେ ଓଡିଶା ରାଜ୍ୟକୁ ରିପ୍ରେସେଣ୍ଟ କରି ପାରୁଛି ଇଣ୍ଟର ନାସନାଲ ମାର୍କେଟରେ । ବମ୍ବେ ଆଉ ଦିଲ୍ଲୀରେ ବହୁତ ପରିଶ୍ରମ ପଡିଗଲା ସେଥିପାଇଁ ଟିକେ ଦୁର୍ବଳ ଅନୁଭବ କରୁଛି ।

ଦମନ ହିନ୍ଦୀ ଭର୍ସନ ରିଲିଜ ହେବା ପରେ ସେଠାକାର ଦର୍ଶକଙ୍କ ରିଭିଉ ଶୁଣିଲି ବହୁତ ଖୁସି ଲାଗିଲା ମୋତେ । ଫିଲ୍ମ ରିଲିଜ ହେବା ସମୟରେ ସବୁ ନ୍ୟାସନାଲ ମିଡିଆ ଖାଲି ଆସିଥିଲେ ସେଠାରେ ଦର୍ଶକ ରିଭିଉ ଦେଲେ ଆଉ ମୁଁ ବହୁତ ଖୁସି ଯେ ଗୋଟେ ଫିଲ୍ମକୁ 4.5 ରେଟିଙ୍ଗ ମିଳୁଛି । ଏଇଟା ମୋ ପାଇଁ ବହୁତ ବଡ କଥା । ମୋତେ ବଲିଉଡ ଏକ୍ସପ୍ଲୋର କରିବାର ନାହିଁ ମୋତେ ଓଡ଼ିଶାକୁ ବଲିଉଡ ନେବାର ଅଛି ।

ବଲିଉଡ ଫିଲ୍ମ ବି ଓଡିଶାରେ ଶୁ-ଟି-ଙ୍ଗ ହେବ କାହିଁକି ହେବନି । ହିନ୍ଦୀ ଫିଲ୍ମ ଏଠାରେ କାହିଁକି ହୋଇପାରିବ ନାହି । ମୁଁ କଥା କହି କହି ସେଠାରେ ଥକି ଯାଇଛି । ସେଥିପାଇଁ ଛୋଟ ଛୋଟ ଜିନିଷ କହି ଦେଉଛି । ସେଇଠି ହିନ୍ଦୀ କହି ମୋ ମୁହଁ ବଙ୍କା ହେଇ ଯାଇଛି ଓଡିଆ କହିବି ଜୟ ଜଗନ୍ନାଥ କହିବି ସରିଲା ମୋ କଥା । ହିନ୍ଦୀ ରେ ବି ରିଲିଜ ହୋଇଛି ନିଶ୍ଚୟ ଦେଖିବେ ଆପଣ ମାନେ ।

ସମସ୍ତେ ସମଗ୍ର ଓଡିଶା ବାସୀ ଆଶୀର୍ବାଦ ଦେଇଛନ୍ତି ଦମନ ଫିଲ୍ମ କୁ । ଜୟ ଜଗନ୍ନାଥ ଓଡିଶା ନେ ବହୁତ ପ୍ୟାରା ଦିଆ ହେ ଅଭି ମୁଝେ ପୁରା ନ୍ୟାସନ କା ଆଶୀର୍ବାଦ ଚାହିଏ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *