ଟିଭି ସିରିଏଲ “ଝିଅ ଆମର ନୂଆ ବୋହୁ” ରେ ଅଭିନେତ୍ରୀ ପୂଜାଙ୍କ Family Album

ଟେଲିଭିଜନ ଜଗତରେ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୂଳ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ତେବେ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଦେଖିବାକୁ ଦର୍ଶକ ମାନେ ଏତେ ମାତ୍ରା ରେ ଆଗ୍ରହ ପ୍ରକାଶ କରୁଛନ୍ତି ଯେ ସେଥିପାଇଁ ସିରିଏଲ ଗୁଡିକ ଅନେକ ଦିନ ଧରି ଚାଲି ରହିଛି । ଆଜି ଆମେ ଆପଣ ମାନଙ୍କୁ “ଝିଅ ଆମର ନୂଆ ବୋହୁ” ସିରିଏଲରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଥିବା ପୂଜାଙ୍କ ବିଷୟରେ କହିବାକୁ ଯାଉଛୁ ।

ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତେବେ ସୂଚନା ଅନୁସାରେ “ନୂଆ ବୋହୁ” ସିରିଏଲ ଟି ବହୁତ ଜଲ୍ଦି ଶେଷ ହେବାକୁ ଯାଉଛି ଯାହାର ନୂଆ ନାମକରଣ କରାଯାଇ “ଝିଅ ଆମର ନୂଆ ବୋହୁ” ରଖା ଯାଇଛି । ଆଗାମୀ ଦିନ ମାନଙ୍କରେ ରାଧିକା ଓ ସାତ୍ଵିକଙ୍କ ଯୋଡି ଆଉ ଦେଖିବାକୁ ମିଳିବ ନାହି ।

ନୂଆ ବୋହୁ ସିରିଏଲ ଟି ୧୮ ବର୍ଷ ପରେ ଆଧାରିତ ହୋଇଛି ଯାହାର କାହାଣୀ କିଛି ଭିନ୍ନ ଧରଣର ରହିଛି । ଏହି ନୂଆ ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ରାଧିକା ଓ ସାତ୍ଵିକଙ୍କ ଝିଅ ଭାବେ ପୂଜା ନୂଆ ବୋହୁରେ ନଜର ଆସିବେ । ପୂଜା ଙ୍କ ରିୟଲ ଲାଇଫ ବିଷୟରେ କହିବାକୁ ଗଲେ ତାଙ୍କ ଘର ବାଲେଶ୍ଵର ରେ କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ଵର ରେ ରହୁଛନ୍ତି ।

ତାଙ୍କର ବୟସ ମାତ୍ର ୨୨ ବର୍ଷ ଅଟେ । ସେ ବାଲେଶ୍ଵର ର ଫକୀରମୋହନ କଲେଜରେ ନିଜର ପାଠ ପଢା ଶେଷ କରିଛନ୍ତି । ଅଭିନେତ୍ରୀ ପୂଜା “ଏତେ ଭଲ ପାଏ ତତେ” ସିରିଏଲ ରେ ଆଗରୁ ଅଭିନୟ କରି ସାରିଛନ୍ତି ଯାହାକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିଲେ । ବର୍ତ୍ତମାନ ସେ “ଝିଅ ଆମର ନୂଆ ବୋହୁ” ସିରିଏଲରେ ମୁଖ୍ୟ ନାୟିକା ଭାବେ ନଜର ଆସିବେ ।

“ନୂଆ ବୋହୁ” ସିରିଏଲରେ ରାଧିକା ଓ ସାତ୍ଵିକଙ୍କ ମୃ-ତ୍ୟୁ ପରେ ତାଙ୍କ ଝିଅ ଭୂମିକାରେ ପୂଜା ନଜର ଆସିବେ । ଯେଉଁ ଭଳି ଭାବେ “ନୂଆ ବୋହୁ” ସିରିଏଲ ଟି ଲୋକପ୍ରିୟ ହୋଇଥିଲା ଆଶା କରୁଛୁ “ଝିଅ ଆମର ନୂଆ ବୋହୁ” ସିରିଏଲ ଟି ଠିକ ସେହି ଭଳି ଲୋକପ୍ରିୟ ହେବ । ତେବେ ଅଭିନେତ୍ରୀ ପୂଜା ଦେଖିବାକୁ ଯେତିକି ସୁନ୍ଦର ଲାଗନ୍ତି ତାଙ୍କର ଜୀବନ ଶୈଳୀ ମଧ୍ୟ ଅନ୍ୟ ମାନଙ୍କ ଠାରୁ ନିଆରା ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପୂଜାଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *