ସୋସିଆଲ ମିଡିଆରେ live ଆସି Rani Panda କାହିଁକି କହିଲେ ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ବର୍ତ୍ତମାନ ସେ ଏକ ଲାଇଭ ଭିଡିଓ ଆସି କିଛି କହିଛନ୍ତି । ସେ କହିଛନ୍ତି ଯେ ଗତ ୫ ବର୍ଷ ତଳେ ତାଙ୍କର ରୋଜଗାର ରହିଥିଲା ମାତ୍ର ୧୦,୦୦୦ ତାଙ୍କ । ସେଥିରେ ସେ ୭,୦୦୦ ତାଙ୍କ ଘରଭଡା ଦେଇ ୧୫୦୦ ଟଙ୍କାରେ ନିଜ ପାଇଁ ଡ୍ରେସ କରୁଥିଲେ ଓ ଆଉ ୧୫୦୦ ଟଙ୍କାରେ ନିଜେ ଚଳୁଥିଲେ ।

ଏହା ପରେ ସେ ଯାତ୍ରା ଦୁନିଆରେ ପାଦ ଦେବା ପରେ କିଛି ଅଧିକ ଟଙ୍କା ରୋଜଗାର କରିବାକୁ ଲାଗିଲେ । କିନ୍ତୁ ଏତେ ଟଙ୍କା ରୋଜଗାର କରି ନାହାନ୍ତି ଯେ ତାଙ୍କ ପାଖରେ ବ୍ଯାଙ୍କ ବାଲାନ୍ସ ନାହି କି କୌଣସି ବଡ ଗାଡି ନାହି ବୋଲି ରାନୀ ପଣ୍ଡା କହିଛତି । ବର୍ତ୍ତମାନ ତାଙ୍କର ପରିସ୍ଥିତି ବହୁତ ଖରାପ ବୋଲି ସେ ଭିଡିଓ ରେ ଦର୍ଶାଇଛନ୍ତି । ତାଙ୍କୁ ଭୁବନେଶ୍ଵରରେ ଲୋକ ମାନେ ଘର ଭଡା ଦେବା ପାଇଁ ରାଜି ହୁଅନ୍ତି ନାହି । କେତେକ ଘର ମାଲିକ ତାଙ୍କୁ ଖ-ରା-ପ ଭା-ଷା-ରେ ଗା-ଳି ଗୁ-ଲ-ଜ କରନ୍ତି ।

ଯେ ହେତୁ ସେ ଅଭିନୟ କରୁଛନ୍ତି ସେଥିପାଇଁ ତାଙ୍କୁ ଅନେକ ଲୋକଙ୍କ ସହ ଦେଖା ସାକ୍ଷାତ କରିବାକୁ ପଡିଥାଏ ତ କିଛି ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରିବାକୁ ପଡିଥାଏ । ଏହି କାରଣରୁ ତାଙ୍କ ଘର ମାଲିକ ଓ ଆଖ ପାଖର ପଡୋଶୀ ମାନେ ତାଙ୍କୁ ଖ-ରା-ପ ଭା-ଷା-ରେ ଗା-ଳି ଦିଅନ୍ତି ବୋଲି ରାନୀ ପଣ୍ଡା କହିଛନ୍ତି । ତାଙ୍କୁ କେତେ ଘର ମାଲିକ ଧକ୍କା ମାରି ଘରୁ ବାହାର କରି ଦେଇଛନ୍ତି ଯାହା ସେ ଏହି ଭିଡିଓରେ କହିଛନ୍ତି ।

ବର୍ତ୍ତମାନ ସେ ଭୁବନେଶ୍ବରରେ ଯେଉଁ ଘରେ ଭଡା ଅଛନ୍ତି ସେହି ଘର ମାଲିକ ଜଣେ ମହିଳା ହୋଇଥିବାରୁ ସେ ରାନୀ ପଣ୍ଡାଙ୍କର ସାଥ ଦେବା ସହ ତାଙ୍କୁ ତାଙ୍କ ଘରେ ଆଶ୍ରୟ ଦେଇ ଥିବାରୁ ରାନୀ ପଣ୍ଡା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଘର ମାଲିକ ଏତେ ଭଲ ମଣିଷ ଯାହା ପାଇଁ ସେ ୨୦୧୭ ରୁ ଆଜି ଯାଏଁ ରହି ପାରିଛନ୍ତି ।

ରାନୀ ପଣ୍ଡା ଯେଉଁ ଘରେ ରହିଛନ୍ତି ସେ ଘର ତାଙ୍କ ପାଇଁ ଲକି ବୋଲି ତାଙ୍କ ଜୀବନରେ  ଅନେକ ଉନ୍ନତି କରିଛନ୍ତି ବୋଲି କହିଛନ୍ତି । ଆଗରୁ ସେ ୩ ମାସ ଧରି ଛତୁଆ ଖାଇ ରହୁଥିଲେ କିନ୍ତୁ ଆଜିକା ଡେଟରେ ସେ ବହୁତ ଭଲରେ ଅଛନ୍ତି । ତାଙ୍କ ଘର ମାଲିକଙ୍କ ନାଁ ହେଉଛି ମିନୁ ଅପା ଯିଏ ଶିଶୁପାଳଗଡରେ ରୁହନ୍ତି । ରାନୀ ତାଙ୍କୁ ବଡ ଭଉଣୀ ଭାବେ ସମାନ ଦେଉଛନ୍ତି ।

ତାଙ୍କ ଭଳି ଘର ମାଲିକ ସେ କୋଉଠି ପାଇ ନାହାନ୍ତି ବୋଲି ରାନୀ ପଣ୍ଡା କହିଛନ୍ତି । ଏହା ଛଡା ତାଙ୍କର କିଛି ବନ୍ଧୁ ମାନେ ଓ ଭାଇ ତାଙ୍କୁ ଏ କୋରୋନା ସମୟରେ ସାହାଜ୍ଯ ସହଯୋଗ କରୁଛନ୍ତି । ଯାତ୍ରା ଦୁନିଆ ବର୍ତ୍ତମାନ ବନ୍ଦ ରହିଛି କିନ୍ତୁ ସିରିଏଲ ଜଗତ ଚାଲି ଥିବାରୁ କଳାକାର ମାନେ ଚାଲୁଛନ୍ତି ବୋଲି ସେ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *