Abhishekଙ୍କୁ ବଞ୍ଚାଇବା ପାଇଁ ଏହି କୁନି ଝିଅ କଲା କିଛି ଏମିତି, ଜାଣି ଆପଣ ବି କାନ୍ଦି ପକାଇବେ- ଦେଖନ୍ତୁ Video

ଅଭିଷେକ ବର୍ତ୍ତମାନ ସମୟରେ କଲିକତାରେ ECMO ଟ୍ରିଟମେଣ୍ଟ ନେଉଛନ୍ତି । କହିଦେଉଛୁ କି ବିବାହର ୮ ଦିନ ପରେ ଯେତେବେଳେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା ତେବେ ତାଙ୍କର ପତ୍ନୀ ମୌସୁମୀ ଓ ପରିବାର ଲୋକମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ଓ ସେଠି ଅଭିଷେକଙ୍କ କୋବିଡ ରିପୋର୍ଟ ପଜିଟିବ ଆସିଥିଲା ।

ଏହା ସହିତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଆହୁରି ଖରାପ ହେବରେ ଲାଗିଲା । ଏମିତିରେ ଡାକ୍ତରମାନେ ତାଙ୍କୁ କଲିକତାରେ ରେଫର କରିଦେଇଥିଲେ । କିନ୍ତୁ କଲିକତାରେ ଚିକିତ୍ସା କରିବା ପାଇଁ ଅଭିଷେକଙ୍କୁ ୧.୫ କୋଟି ରୁ ବି ଉର୍ଦ୍ଧ ଟଙ୍କା ଦରକାର । ଅଭିଷେକଙ୍କ ପତ୍ନୀ ମୌସୁମୀ ସମସ୍ତଙ୍କୁ ଅନୁରୋଧ କରିଥିଲେ କି ତାଙ୍କୁ ଆର୍ଥିକ ରୂପରେ କିଛି ସାହାର୍ଯ୍ୟ କରନ୍ତୁ । ଏହା ପରେ କିଛି ଲୋକମାନେ ମଧ୍ୟ ତାଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ।

କହିବାକୁ ଗଲେ ମୌସୁମୀ ଓ ତାଙ୍କର ପରିବାର ପାଖରେ ଯେତେ ବି ଟଙ୍କା ଥିଲା ସେଥିରେ କେବଳ ଓଡିଶାରେ ହିଁ ତାଙ୍କର ଚିକିତ୍ସାର ସେହି ସମସ୍ତ ଟଙ୍କା ଖର୍ଚ ହୋଇଯାଇଥିଲା । ଏହା ପରେ ଲୋକମାନଙ୍କର ଆର୍ଥିକ ସାହାର୍ଯ୍ୟ ପରେ ବର୍ତ୍ତମାନ ଅଭିଷେକ କଲିକତାରେ ECMO ଟ୍ରିଟମେଣ୍ଟ ନେଉଛନ୍ତି । ଏହି ସାହାର୍ଯ୍ୟ କାରୀମାନଙ୍କ ମଧ୍ୟରେ ବର୍ତ୍ତମାନ ଜଣେ କୁନି ଝିଅ ବି ସାମିଲ ହୋଇ ଯାଇଛି । ଅଭିଷେକଙ୍କ ଚିକିତ୍ସା ପାଇଁ ଏହି କୁନି ଝିଅ ଜଣକ ଆଗାକୁ ଆସିଛ ।

ବାଲେଶ୍ଵର ବୈରାମ ନଗରିର ତୃତୀୟ ଶ୍ରେଣୀର ଆସଲେସା କଶ୍ୟପ ନିଜର ସଞ୍ଚିତ ଟଙ୍କାକୁ ଅଭିଷେକଙ୍କ ପାଇଁ ଦନା କରିବେ ବୋଲି ନିଷ୍ପତି ନେଇଛନ୍ତି । ଟିଭିରେ ସେ ଅଭିଷେକଙ୍କ ବିଷୟରେ ଶୁଣି ବହୁତ ଦୁଃଖିତ ହୋଇଯାଇଥିଲେ ଏହା ପରେ ସେ ନିଜର କୁମ୍ପିରେ ଥିବା ଟଙ୍କାକୁ ଅଭିଷେକଙ୍କୁ ଦେବା ପାଇଁ କହିଥିଲେ ।

କହିଦେଉଛୁ କି ଏହି କୁନି ଝିଅ ଜଣକ କରୋନାରେ ନିଜର ମାଉସୀଙ୍କୁ ହରାଇଛି ଏମିତିରେ କରୋନାରେ ଆଉ କାହାର ପ୍ରାଣ ନ ଯାଉ କିମ୍ବା କିଏ ବି ଏତେ କଷ୍ଟ ନ ସାହୁ ବୋଲି ସେ କହିଛନ୍ତି । ଏହା ସହିତ ଅଭିଷେକ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ଆସଲେସା କାଶ୍ୟପଙ୍କ ମାଙ୍କ ଅନୁସାରେ ଗତ ମେ ମାସରେ ସେ ନିଜର ବଡ ଭଉଣୀଙ୍କୁ କରୋନା ଯୋଗୁ ହରାଇଛନ୍ତି । ତାଙ୍କର ବଡ ଭଉଣୀଙ୍କୁ ଆମରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଃଖର କଥା ଏହା ଅଟେ କି ମେ ୯ ତାରିଖ ଦିନ ତାଙ୍କର ମୃତ୍ୟୁର ଖବର ସାମ୍ନାକୁ ଆସିଲା ।

ଏମିତିରେ ସେ ଯେତେବେଳେ ଜାଣି ପାରିଲେ କି ଟଙ୍କା ଅଭାବରେ ଜଣେ ଯୁବକ ନିଜର ଚିକିତ୍ସା କରି ପାରୁ ନାହିଁ । ସମସ୍ତେ ଯେତେବେଳେ ସାହାର୍ଯ୍ୟର ହାତ ବଢାଇଛନ୍ତି ତେବେ ସେ ବି ନିଜ ସାମର୍ଥ୍ୟ ହିସାବରେ କିଛି ସାହାର୍ଯ୍ୟ କରିଛନ୍ତି । ଆପଣ ବି ଆଗାକୁ ଆସି ଅଭିଷେକଙ୍କୁ ସାହାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସିବେ ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଅଭିଷେକଙ୍କୁ ବଞ୍ଚାଇବା ପାଇଁ ଏହି କୁନି ଝିଅର ଉଦ୍ୟମ ସଫଳ ହେଉ, ଭଗବାନଙ୍କ ନିକଟରେ ଏତିକି ପାର୍ଥନା । ଆପଣ ମାନେ ବି ଅଭିଷେକ ଙ୍କ ପାଇଁ ଭଗବାନଙ୍କୁ ଡାକନ୍ତୁ ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ନିଜ ହାତ ବଢାନ୍ତୁ ।

Leave a Reply

Your email address will not be published. Required fields are marked *