Special Report: ନିଜ ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ Abhishek Mohapatraଙ୍କ ସ୍ତ୍ରୀ ମୌସୁମୀ ଆରମ୍ବରୁ ଶେଷ ସମୟ ଯାଏଁ ଏମିତି କରିଥିଲେ ସଂଘର୍ଷ, ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଶାର ଯୁବକ ଅଭିଷେକ ମହାପାତ୍ର ତାଙ୍କ ବିବାହର ମାତ୍ର ୮ ଦିନ ପରେ କ-ରୋ-ନାରେ ଆ-କ୍ରା-ନ୍ତ ହୋଇଥିଲେ । ଯାହା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । ଏଥିପାଇଁ ତାଙ୍କ ସ୍ତ୍ରୀ ମୌସମୀ ଓ ପରିବାର ଲୋକ ମାନେ ଆର୍ଥିକ ସାହାଜ୍ଯର ନିବେଦନ କରିଥିଲେ ପୁରା ଓଡିଶା ବାସୀଙ୍କୁ । ଏହା ପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ କୋଲକାତା ନିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ବଡ ଖବର ଆସି ପହଞ୍ଚିଛି ଯେ ଦୀର୍ଘ ୩ମାସ ଧରି ଇକୋମୋ ଚିକିତ୍ସା ହେବା ପରେ ମଧ୍ୟ ଶୁକ୍ରବାର ରାତିରେ ସେ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି ।

ଦୀର୍ଘ ୩ ମାସ ଧରି ଅଭିଷେକ ଜୀବନ ମ-ର-ଣ ସହ ଲଢେଇ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏହି ସଂଘର୍ଷ ରେ ତାଙ୍କ ସ୍ତ୍ରୀ ମୌସୁମୀ ତାଙ୍କର ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ବିବାହର ମାତ୍ର ୪ ମାସ ପରେ ମୌସୁମୀ ନିଜ ସ୍ଵାମୀ ଅଭିଷେକଙ୍କୁ ସବୁ ଦିନ ପାଇଁ ହରାଇଛନ୍ତି । ଗତ ମେ ୫ରେ ମୌସୁମି ଭଦ୍ରକର ଯୁବକ ଅଭିଷେକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁହେଁ ନିଜର ବୈବାହିକ ଜୀବନକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ । କିନ୍ତୁ ବିବାହର ମାସକ ପରେ ସବୁ କିଛି ବଦଳି ଯାଇଥିଲା । ଅଭିଷେକ କ-ରୋ-ନାରେ ଆ-କ୍ରା-ନ୍ତ ହେବା ପରେ ମୌସୁମୀଙ୍କ ଜୀବନରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା ।

ସେ ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଛନ୍ତି । ଅଭିଷେକଙ୍କ ଚିକିତ୍ସା ପାଇଁ ଇକୋମୋ ଚିକିତ୍ସାର ଆବଶ୍ୟକ ରହିବା ସହ ତାଙ୍କୁ କୋଲକାତା ଏୟାର ଲିଫ୍ଟରେ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏ କଥା ଜାଣିବା ପରେ ଅଭିଷେକଙ୍କ ପରିବାର ଲୋକଙ୍କର ପାଦ ତଳୁ ମାଟି ଖସି ପଡିଥିଲା । କାରଣ ଇକୋମୋ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଦରକାର ଥିଲା । ଏହା ପରେ ମୌସୁମି ଦୃଢ ମନୋବଳ କରି ସାଢେ ଚାରି କୋଟି ଓଡିଶା ବାସୀଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଅନୁରୋଧ କରିଥିଲେ କେବଳ ନିଜ ସ୍ଵାମୀଙ୍କ ଜୀବନ ରକ୍ଷା ପାଇଁ ।

ମୌସୁମି ଏତିକି କହିଥିଲେ ଗୋଟେ ଟଙ୍କା ସାହାଜ୍ଯ କରିଲେ ତାଙ୍କ ସ୍ଵାମୀଙ୍କ ଜୀବନ ବଞ୍ଚିଯିବ ଯାହା ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା । ଏହି ଖବର ପ୍ରଚାର ହେବା ପରେ ବିନ୍ଦୁ ବିନ୍ଦୁ ଜଳରୁ ଯେପରି ସମୁଦ୍ର ସୃଷ୍ଟି ହୋଇଥାଏ ଠିକ ସେହିପରି ୨୪ ଘଣ୍ଟା ମଧ୍ୟରେ ୪୦ଲକ୍ଷରୁ ଅଧିକ ଟଙ୍କା ଅଭିଷେକଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଜ୍ଯ ଭାବେ ମିଳିଥିଲା । ଏହା ପରେ ଅଭିଷେକଙ୍କୁ କୋଲକାତା ନିଆ ଯାଇଥିଲା । ଏତିକି ନୁହେଁ ମୌସୁମୀ ଅନ୍ୟ ଲୋକଙ୍କ ପାଇଁ ଆର୍ଥିକ ସାହାଜ୍ଯ କରିବା ପାଇଁ ଗୁହାରି କରିଥିଲେ ।

ନିଜ ସ୍ଵାମୀଙ୍କର ଜୀବନ ରକ୍ଷା ପାଇଁ ଓଡିଶା ବାସୀ କେବଳ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ବୋଲି ମୌସୁମି କହିଥିଲେ । କିନ୍ତୁ ତାଙ୍କର ଏତେ ଚେଷ୍ଟା ପରେ ମଧ୍ୟ ଅଭିଷେକ ଆଜି ଏ ଦୁନିଆ ଛାଡି ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *