ନିଆରା ଢଙ୍ଗରେ ରାଜ ପାଳିଲେ Sabyasachi, ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ- ଦେଖନ୍ତୁ Video

ବନ୍ଧୁଗଣ, କୋରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ଲୋକ ମାନେ ସାଧାରଣ ତ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେଉଛନ୍ତି । ଏହି ସଂକ୍ରମଣ ରେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମଧ୍ୟ ସଂକ୍ରମଣ ହେଉଛନ୍ତି । ବନ୍ଧୁଗଣ ଏଭଳି ପରିସ୍ଥିତିରେ ସରକାର ରାଜ୍ୟ କୁ ସଂକ୍ରମଣ ରୁ ବଞ୍ଚାଇବା ନିମନ୍ତେ ଉଚିତ ପଦକ୍ଷେପ ମାନ ନେଇଛନ୍ତି ।

ଏହା ଫଳରେ ସଂକ୍ରମଣ ବହୁଳ ପରିମାଣ ରେ ବ୍ୟାପୁଥିବା ବେଳେ କିଛି ମାତ୍ରାରେ ତାହା କମିବାକୁ ଲାଗିଛି । ବନ୍ଧୁଗଣ ଓଡିଆ ଅଭିନେତା ସବ୍ୟସାଚୀ ଙ୍କୁ କିଏବା ନ ଜାଣେ ? ଅଭିନେତା ସାବ୍ୟସାଚୀ ଜଣେ ଭଲ ଅଭିନେତା ହେବା ସଙ୍ଗେ ସଙ୍ଗେ ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । କୋରୋନା ମହାମାରୀ ସମୟରେ ବିଦେଶରେ ଥିବା ଲୋକ ମାନଙ୍କୁ କିଭଳି ଓଡିଶା ମଧ୍ୟକୁ ଫେରାଇ ଆଣିଥିଲେ ତାହା ସମ୍ବନ୍ଧରେ ତ ଆପଣ ନିଶ୍ଚିତ ଭାବରେ ଜାଣିଛନ୍ତି ।

ବନ୍ଧୁଗଣ ବର୍ତମାନ ପରିସ୍ଥିତିରେ ମଧ୍ୟ ଅଭିନେତା ସବ୍ୟସାଚୀ ଲୋକ ମାନଙ୍କୁ ସାହାର୍ଯ୍ୟ କରୁଛନ୍ତି । ବନ୍ଧୁଗଣ କଟକରେ ଥିବା ସ୍ପର୍ଟ୍ସ ହସ୍ପିଟାଲ ରେ ୮ ତାରିଖ ଦିନ ସମାଜସେବୀ ସବ୍ୟସାଚୀ ଙ୍କ ମାଧ୍ୟମରେ ବହୁତ କୋଭିଡ ପେସେଣ୍ଟ ଆଡମିଟ ହୋଇଥିଲେ । ସେମାନଙ୍କୁ ଉଚିତ ଚିକିତ୍ସ୍ୟା ସହିତ ହିନ୍ଦୁ ମାନଙ୍କର ପାରମ୍ପରିକ ପର୍ବ ରଜର ସଂପୂର୍ଣ୍ଣ ଭାବେ ପାଳନ କରିବାର ସୁବିଧା ଯୋଗାଇ ଦେଇଥିଲେ ।

ବନ୍ଧୁଗଣ ସ୍ପର୍ଟ୍ସ ହସ୍ପିଟାଲ ର ଡାକ୍ତର ତଥା କର୍ମଚାରୀ ମାନେ ଉନ୍ନତ ଧରଣର ଚିକିତ୍ସ୍ୟା ଦେବା ସାଙ୍ଗରେ ପବିତ୍ର ରଜ ପର୍ବ ର ସାଜସଜା ମଧ୍ୟ କରିଥିଲେ । ଏହି ହସ୍ପିଟାଲ ର କର୍ମଚାରୀ ମାନେ ରୋଗୀ ମାନଙ୍କ ସମେତ ଅଳତା ଲଗାଇ କେକ କାଟି ରଜ ପର୍ବ ର ଆନନ୍ଦ ଉଠାଇଥିଲେ । ବନ୍ଧୁଗଣ ସ୍ପର୍ଟ୍ସ ହସ୍ପିଟାଲ ରେ ରଜ ଉତ୍ସବ ପାଳନ କରିବା ପଛରେ ସମାଜସେବୀ ସବ୍ୟସାଚୀ ଙ୍କ ଅବଦାନ ରହିଅଛି । ସେଠାରେ ଚିକିତ୍ସ୍ୟା ହେଉଥିବା ରୋଗୀ ମାନେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।

କୋଭିଡ ରୋଗୀ ମାନେ ଏହା କହିଛନ୍ତି ଯେ, ତାଙ୍କୁ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଭଳି ଆଦୌ ଅନୁଭବ ହେଉନାହିଁ । ଏଠାରେ ଭଲ ଭାବରେ ଚିକିତ୍ସିତ ହୋଇ ଭଲ ହେବ ସହିତ ସେମାନେ ପବିତ୍ର ରଜ ମହୋତ୍ସବ ର ଭରପୁର ଆନନ୍ଦ ଉଠାଇ ପାରିଛନ୍ତି । ଏ ସବୁ କ୍ଷେତ୍ରରେ ସମାଜସେବୀ ତଥା ଓଡିଆ କଳାକାର ସବ୍ୟସାଚୀ ସମେତ ସ୍ପର୍ଟ୍ସ ହସ୍ପିଟାଲ ର କର୍ମଚାରୀ ତଥା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବନ୍ଧୁଗଣ ନିକଟରେ ସବ୍ୟସାଚୀ ଙ୍କ ବିବାହ ଅଭିନେତ୍ରୀ ଅର୍ଚିତା ଙ୍କ ସହିତ ସମ୍ପର୍ଣ୍ଣ ହୋଇଅଛି । ବର୍ତ୍ତମାନ ସବ୍ୟସାଚୀ ଙ୍କ ଧର୍ମ ପତ୍ନୀ ଅର୍ଚିତା ମଧ୍ୟ ଏହି ମହତ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ପରିସ୍ଥିତି ରେ ସାବଧାନତା ସହିତ ଜୀବନଯାପନ କରିବା ସମେତ ସତର୍କ ରହି ବାହାରକୁ ଯାତାୟତା କରନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *