ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ମଙ୍ଗଳା ଚରଣର ମୁଖ୍ୟ ନାୟିକା ମଙ୍ଗଳା କିଛି ଦିନ ତଳେ ଜିତିବ ଓଡିଶା ନାମକ ଏକ ଶୋକୁ ଯାଇଥିଲେ । ଯେଉଁଠି ସବ୍ୟସାଚୀ ତାଙ୍କୁ ପ୍ରଶ୍ନ କରିଲେ କି ୨ ବର୍ଷ କୋଭିଡର ଲକଡାଉନ ମଧ୍ୟରେ ସେ କେଉଁ ସବୁ ସ୍ଥିତିର ସାମ୍ନା କରିଛନ୍ତି । ଅଭିନେତ୍ରୀ ଜଣକ କହିଲେ କି ଏମିତି ଗୋଟିଏ ସମୟ ଆସିଲା ଯେତେବେଳେ ମୁଁ ଖାଇବାକୁ ପାଇଲି ନାହିଁ । ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ ।
ଯେତେବେଳେ ମୁଁ ହଷ୍ଟେଲରେ ରହୁଥିଲି ତେବେ ସେହି ସମୟରେ ମୁଁ ବହୁତ ସଂଘର୍ଷ କରୁଥିଲି । ସେହି ସମୟରେ ସିରିଏଲ ଆରମ୍ଭ ହୋଇ ନ ଥିଲା, ଲୁକ ଟେସ୍ଟ ହେଉଥିଲା, ଏହା ମଧ୍ୟରେ ମୋର ପାଠ ପଢା ବି ଚାଲିଥିଲା ।
ମୁଁ ହଷ୍ଟେଲରେ ଥିଲି ଓ ମୋ ପାଖରେ ଟଙ୍କା ବି ନ ଥିଲା । ଘରର ପରିସ୍ଥିତି ଏତେ ଖରାପ ହୋଇ ଯାଇଥିଲା କି ବାପା ଅସୁସ୍ଥ ଥିଲେ ଓ ସେ କୌଣସି କାମ ବି କରି ପାରୁ ନ ଥିଲେ । ମୋର ମନେ ଅଛି ସେହି ସମୟରେ ମୋ ପର୍ସରେ କେବଳ ୨୫୦ ଟଙ୍କା ପଡିଥିଲା ।
କୋଭିଡ ଲକଡାଉନ ଉଠିଲେ ସେ ଟଙ୍କା ଦେଇ ମୁଁ ଘରକୁ ଯିବା ପାଇଁ ରଖିଥିଲି । ଏହା କହୁ କହୁ ଅଭିନେତ୍ରୀ ଜଣକ କାନ୍ଦି ପକାଇଲେ । ବେଳେ ବେଳେ ମୁଁ ରାତିରେ ଉପାସରେ ଶୋଇଯାଏ ଓ ସକାଳେ ବି ମୁଁ ଖାଉ ନ ଥିଲି । ଦିନକୁ କେବଳ ଥରେ ଖାଉଥିଲି । ସବ୍ୟସାଚୀ କହିଲେ କି ଏହିଭଳି ସ୍ଥିତିରେ ତୁମେ ଅଛ ବୋଲି ଘର ଲୋକ ବ୍ୟସ୍ତ ହେଉଥିବେ ଚିନ୍ତା କରୁଥିବେ ।
ଏହାର ଜବାବରେ ଅଭିନେତ୍ରୀ କହିଲେ କି ମୁଁ ନିଜର ଏହି ସ୍ଥିତି ବିଷୟରେ ଘର ଲୋକମାନଙ୍କୁ କିଛି ବି କହି ନ ଥିଲି । ବାପା ମୋତେ ଟଙ୍କା ପଠେଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୁଁ ମନା କରି ଦେଲି । କାରଣ କୋଭିଡ ଭିତରେ ମୋର ଘରର ଅବସ୍ଥା କେମିତି ଥିବ ଏହା ମୁଁ ହିଁ ଜାଣିଛି ।
ସେଥିପାଇଁ ମୁଁ ତାଙ୍କୁ ମନା କର ଦେଇଥିଲି । ମୁଁ ଘର ଲୋକମାନଙ୍କ ଜାଣିବାକୁ ଚେଷ୍ଟା କରୁ ନ ଥିଲି କି ମୁଁ କେତେ କଷ୍ଟରେ ଅଛି । ମୁଁ କହୁଥିଲି କି ମୋ ପାଖରେ ଟଙ୍କା ଛି ତୁମେ ବ୍ୟସ୍ତ ହୁଅ ନାହିଁ । କହିବାକୁ ଗଲେ ଏହା କେବଳ ମଙ୍ଗଳାଙ୍କ କାହାଣୀ ନୁହେଁ ଏହା ପ୍ରାୟତଃ ଲୋକମାନଙ୍କର କାହାଣୀ ଥିଲା ସେହି ସମୟର ।